/odisha-reporter/media/post_attachments/uploadimage/library/16_9/16_9_0/IMAGE_1696923083.jpg)
Israel-Hamas war
ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଜାରି ରହିଛି ଘମାଘୋଟ୍ ଯୁଦ୍ଧ। ଇସ୍ରାଏଲ୍ ଉପରେ ତୁାହ କୁ ତୁହା ରକେଟ୍ ମାଡ଼ କରୁଛି ହମାସ। ଇସ୍ରାଏଲ୍ ମଧ୍ୟ ଏହାର ଜବାବ ଦେଇ ଚାଲିଛି। ଏହି ଯୁଦ୍ଧରେ ଲଗାତର ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଶହ ଶହ ହମାସ ଆତଙ୍କବାଦୀଙ୍କୁ ସଫା କରିଥିବା ଦାବି କରିଛି ଇସ୍ରାଏଲ୍ ସେନା।
ଗାଜା ପଟ୍ଟି ଆଖପାଖରେ ୧୫୦୦ ହମାସ ଆତଙ୍କବାଦୀଙ୍କ ମୃତଦେହ ମିଳିଥିବା ଇସ୍ରାଏଲ୍ ସେନା ଦାବି କରିଛି। ଇସ୍ରାଏଲ୍ ସାମରିକ ମୁଖପାତ୍ର ରିଚର୍ଡ ହେଚଟ୍ କହିଛନ୍ତି, ସୀମା ଭିତରେ ପଶିଥିବା ୧୫୦୦ ହମାସ ଆତଙ୍କବାଦୀଙ୍କୁ ଗୁଳି କରାଯାଇଛି। ସୁରକ୍ଷା ବାହିନୀ ଗାଜା ସୀମାକୁ ଅଧିକରୁ ଅଧିକ ନିୟନ୍ତ୍ରଣ କରି ରଖିଛନ୍ତି। ଆମର ସୂଚନା ଅନୁଯାୟୀ ସୀମାରେ ଗତ ରାତିରୁ କୌଣସି ଅନୁପ୍ରବେଶ ହୋଇନାହିଁ ବୋଲି ରିଚର୍ଡ କହିଛନ୍ତି। ଏଥିସହ ସୀମା ଆଖପାଖରେ ଥିବା ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଇସ୍ରାଏଲର ଗାଜା ପଟ୍ଟି ଆଖପଖ ଅଞ୍ଚଳରୁ ୧୫୦୦ ଆତଙ୍କବାଦୀଙ୍କ ମୃତେଦହ ବିଛାଡ଼ି ହୋଇ ପଡ଼ିଛି। ଶନିବାର ସକାଳୁ ଇସ୍ରାଏଲ ଭିତେର ପଶିବାକୁ ଚେଷ୍ଟା କରୁଥିବା ହଜାର ହଜାର ହମାସ ଓ ପାଲେଷ୍ଟିନି ଇସ୍ଲାମିକ୍ ଜିହାଦି ବନ୍ଧୁକଧାରୀଙ୍କୁ ସେନା ହତ୍ୟା କରିଥିବା ଇସ୍ରାଏଲର ଏକ ନ୍ୟୁଜ ଚ୍ୟାନେଲ କହିଛି।
କେବଳ ସେତିକି ନୁହେଁ ହମାସ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୨୩ଟି କୋଠା ଉପରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରିଛି। ଏହା ବ୍ୟତୀତ ହମାସର ୨୨ଟି ଭୂତଳ କୋଠାକୁ ମଧ୍ୟ ନଷ୍ଟ କରାଯାଇଛି। ପାଲେଷ୍ଟାଇନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗାଜାରେ ଇସ୍ରାଏଲ୍ ବିସ୍ଫୋରଣରେ ୭୦୪ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ ୧୪୩ ଶିଶୁ ଏବଂ ୧୦୫ ମହିଳା ଅଛନ୍ତି। ଆକ୍ରମଣରେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ହମାସର ରକେଟ୍ ମାଡ ଯୋଗୁ ଇସ୍ରାଏଲରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି। ଇସ୍ରାଏଲ ଅଧିକ ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ହମାସ୍ ଧମକ ଦେଇଛି। ଇସ୍ରାଏଲ ପକ୍ଷରୁ ଗାଜା ସୀମା ନିକଟରେ ୧ ଲକ୍ଷ ସୈନିକ ମୁତୟନ କରାଯାଇଛି । ଆହୁରି ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହମାସ୍ ବିରୋଧରେ ଲଢେଇ ପାଇଁ ଆମେରିକା ଇସ୍ରାଏଲକୁ ଯୁଦ୍ଧ ପୋତ ଓ ବୋମା ବର୍ଷଣକାରୀ ବିମାନ ଯୋଗାଇ ଦେଇଛି। ସୋମବାର ବିଳମ୍ବିତ ରାତିରେ ହମାସ ୨୦ ମିନିଟ୍ ମଧ୍ୟରେ ଇସ୍ରାଏଲ ଉପେର ୩୦୦୦ ହଜାର ରକେଟ୍ ମାଡ଼ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
