Advertisment

ଇସ୍ରାଏଲ ଆକ୍ରମଣରେ ଗାଜା ପଟ୍ଟି ଦୁଇ ଭାଗ, ନେତାନ୍ୟାହୁ କହିଲେ - ଏବେ ଥମିବନି ଯୁଦ୍ଧ

ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି।

Attack

Attack

Advertisment

ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହାମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି। ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଗତକାଲି ଇସ୍ରାଏଲ ସେନା ଦାବି କରିଛି।

Advertisment

ଏହି ଦୁଇ ଭାଗ ମଧ୍ୟରେ ଏକ ଦକ୍ଷିଣ ଗାଜା ଓ ଅନ୍ୟଟି ଉତ୍ତର ଗାଜା ବୋଲି ଜଣାଯାଇଛି। ତଥାପି ଗାଜା ଉପରେ ଥମିନି ଇସ୍ରାଏଲର ଆକ୍ରମଣ। ଏବେବି ଗାଜା ଉପରେ ଇସ୍ରାଏଲ ଲଗାତାର ଭାବେ ଏୟାର ଷ୍ଟ୍ରାଇକ୍‌ ଜାରି ରଖିଛି। ଗାଜା ପଟ୍ଟିରେ ଓ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ ଆଗେଇ ଚାଲିଥିବା ଇସ୍ରାଏଲ ସେନା କହିଛି।

ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ନିଜ ଜିଦରେ ଅଟଳ। ହମାସ ଆତଙ୍କବାଦୀଙ୍କ କବଳରୁ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନ କରିବା ପର୍ଯ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ଏପରିକି ଆମ ପାଖେ ଆଉ କିଛି ବିକଳ୍ପ ନ ଥିବା ବେଳେ ନ ଜିତିବା ପର୍ଯ୍ୟନ୍ତ ଆମେ ଯୁଦ୍ଧ କ୍ଷେତ୍ର ଛାଡ଼ି ପାରିବୁନି ବୋଲି ସେ କହିଛନ୍ତି। 

Advertisment

ଅପରପକ୍ଷେ, ଗାଜା ଉପରେ ପରମାଣୁ ହାମଲା କରିବା ସମ୍ଭାବନା ଥିବା ନେଇ ଇସ୍ରାଏଲ ମନ୍ତ୍ରୀ ଅମିଚାଇ ଏଲିୟାହୁ ଦେଇଥିବା ବୟାନ ତାଙ୍କ ପାଇଁ କାଳ ହୋଇଛି। ଏହାକୁ ନେଇ ଚାରିଆଡ଼ୁ ସମାଲୋଚନା ହେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ ପଦରୁ ବିଦା କରିଛନ୍ତି।

ଗାଜାରେ ପରମାଣୁ ବୋମା ପକାଇବାର ଇସ୍ରାଏଲର ଯୋଜନା ରହିଛି କି ବୋଲି ସାମ୍ବାଦିକମାନେ ଅମିଚାଇ ଏଲିୟାହୁଙ୍କୁ ପଚାରିବାରୁ ଏପରି ସମ୍ଭାବନା ଥିବା ସେ କହିଛନ୍ତି । କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବାସ୍ତବିକତା ଉପରେ ଆଧାରିତ ନୁହେଁ ବୋଲି କହିଥିଲେ। ଏଥିରେ କ୍ଷୁବ୍ଧ ହୋଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କୁ ସରକାରୀ ବୈଠକରୁ ବାଦ ଦେଇଛନ୍ତି।

Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe