Advertisment

MRI ୟୁନିଟ୍‌ରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର, ଭିଡିଓ ଜାରି କଲା ସେନା

ଏମ୍‌ଆର୍‌ଆଇ ୟୁନିଟ୍ ଭିତରୁ ଏକେ-୪୭ ରାଇଫଲ, ଗ୍ରେନେଡ୍‌ ସମେତ ବହୁ ଅସ୍ତ୍ରଶସ୍ତ୍ର ମିଳିଛି।

finds ak-47 and grenades in gaza al-shifa hospital

finds ak-47 and grenades in gaza al-shifa hospital

Advertisment

ଘମାଘୋଟ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ଏକ ଚକିତ କଲା ଭଳି ଦୃଶ୍ୟ। ହସ୍ପିଟାଲ ଭିତରୁ ମିଳିଲା ବିପୁଳ ପରିମାରଣର ଅସ୍ତ୍ରଶସ୍ତ୍ର। ଏମ୍‌ଆର୍‌ଆଇ ୟୁନିଟ୍ ଭିତରୁ ଏକେ-୪୭ ରାଇଫଲ ସମେତ ବହୁ ଅସ୍ତ୍ରଶସ୍ତ୍ର ମିଳିଛି। ଏହାର ଭିଡିଓ ଜାରି କରିଛି ଇସ୍ରାଏଲ୍‌ ସେନା।

Advertisment

ଇସ୍ରାଏଲ ସେନା ଗାଜାର ସର୍ବବୃହତ୍ତ ଅଲ-ଶିଫା ହସ୍ପିଟାଲକୁ କବ୍‌ଜା କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ହସ୍ପିଟାଲର ତଳ ମହଲାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଥିବା ଦାବି କରିଛି। ହସ୍ପିଟାଲ ଭିତରେ ହମାସ ଆତଙ୍କୀମାନେ ନିଜ ହେଡ୍‌କ୍ୱାଟର ଚଳାଉଥିବା ନେଇ ଇସ୍ରାଏଲ ସେନା ବହୁ ଦିନ ଧରି ଦାବି କରି ଆସୁଥିଲା। ଏବେ ଭିଡିଓ ଜାରି କରି ଏହାର ପ୍ରମାଣ ଦେଇଛି।

ଆଇଡିଏଫ୍ ଜାରି କରିଥିବା ଭିଡିଓରେ ସାମରିକ ମୁଖପାତ୍ର ଜୋନାଥନ୍ କନ୍ରିକସ୍, ଜଣେ କ୍ୟାମେରପର୍ସନଙ୍କ ସହ ହସ୍ପିଟାଲ୍ କମ୍ପାଉଣ୍ଡ ଭିତରେ ହମାସ୍ ଅସ୍ତ୍ରଶସ୍ତ୍ର ସଂରକ୍ଷଣର କରି ରଖିଥିବା ପ୍ରମାଣ ଦେଇଛନ୍ତି। ଏହି ଭିଡିଓରେ କିପରି ଏହି ହସ୍ପିଟାଲର ଏମଆରଆଇ ୟୁନିଟ ଉପରେ ଆକ୍ରମଣ କରି ଏହାକୁ ନିଜ ଅଧୀନରେ ନେଇଥିବାର ଆଇଡିଏଫ୍ ଦେଖାଇଛି।

Advertisment

ଇସ୍ରାଏଲ ସେନା ଅନୁଯାୟୀ ହସ୍ପିଟାଲର ଅନେକ ସ୍ଥାନରେ ଆତଙ୍କବାଦୀମାନେ ଥାଇପାରନ୍ତି। ଏହି କାରଣରୁ, ହସ୍ପିଟାଲର ପ୍ରତ୍ୟେକ ଅଞ୍ଚଳ ତନ୍ନତନ୍ନ କରି ସର୍ଚ୍ଚ ଚଳାଇଛି। ଏହା ସହିତ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଛି। ହମାସ ଆତଙ୍କୀମାନେ ୨୦୦୦ ନାଗରିକଙ୍କୁ ଏଠାରେ ବନ୍ଦୀ କରି ରଖିଛନ୍ତି। ସେମାନଙ୍କୁ ନିଜ ଢ଼ାଲ ଭଳି ହମାସ ବ୍ୟବହାର କରୁଛି। ସେପଟେ ହସ୍ପିଟାଲ ଭିତରେ ଇସ୍ରାଏଲର ଟ୍ୟାଙ୍କ ଓ ବୁଲଡୋଜର ପସିଛି। ହସ୍ପିଟାଲର ଦକ୍ଷିଣ ପ୍ରବେଶ ଦ୍ୱାରକୁ ଇସ୍ରାଏଲ ବୁଲଡୋଜର ଭାଙ୍ଗି ଦେଇଥିବା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଇସ୍ରାଏଲ ସେନା ହସ୍ପିଟାଲ ଉପରେ ନିୟନ୍ତ୍ରଣ ହାସଲ କରିଥିବାରୁ ସେଠାରେ ଉପସ୍ଥିତ ଥିବା ଡାକ୍ତରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ଅନ୍ୟପକ୍ଷରେ, ମିଳିତ ଜାତିସଂଘ ଦାବି କରିଛି ହସ୍ପିଟାଲ ଭିତରେ ରୋଗୀ ଏବଂ କର୍ମଚାରୀଙ୍କ ସମେତ ପ୍ରାୟ ୨୩୦୦ ଲୋକ ଉପସ୍ଥିତ ଅଛନ୍ତି।

Israel-Palestine Conflict Israel Attack On Hamas Al-Shifa Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe