Advertisment

ନେତାନ୍ୟାହୁଙ୍କୁ ଜୋରଦାର ବିରୋଧ, ଇସ୍ତଫା ଦାବି

ନେତାନ୍ୟାହୁ ଇସ୍ରାଏଲର ନାଗରିକଙ୍କୁ ରକ୍ଷା କରିବା ବଦଳରେ ନିଜ ରାଜନୈତିକ ଅସ୍ତିତ୍ୱକୁ ବଞ୍ଚାଇ ରଖିବାରେ ଅଧିକ ଗୁରୁତ୍ୱ ଦେଉଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି।

Protest against Benjamin Netanyahu

Protest against Benjamin Netanyahu

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ହମାସ ଆତଙ୍କବାଦୀମାନେ ଅତି ନୃଶଂସ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିଚାଲିଛନ୍ତି। ଇସ୍ରାଏଲ ମଧ୍ୟ ଏହାର ମୁହଁତୋଡ ଜବାବ ଦେଉଛି। ଏହି ଯୁଦ୍ଧ ଯୋଗୁ ଇସ୍ରାଏଲରେ ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ସେହିପରି ହମାସ ଆତଙ୍କବାଦୀଙ୍କ କବଜାରେ ଏବେବି ଶତାଧିକ ଇସ୍ରାଏଲବାସୀ ଅଛନ୍ତି। ଶିଶୁ ଓ ମହିଳାମାନଙ୍କୁ ବନ୍ଧକ କରି ରଖିଛନ୍ତି ହମାସ ଆତଙ୍କୀ। ଏହାକୁ ନେଇ ପୀଡିତଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ସେମାନେ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି।

Advertisment

ସପ୍ତାହେରୁ ଅଧିକ ସମୟ ବିତିଯାଇଥିଲେ ବି ବନ୍ଧକଙ୍କୁ ଫେରାଇ ଅଣାଯାଉନଥିବାରୁ ପରିବାର ଲେକଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି।

ରିପୋର୍ଟ ମୁତାବକ, ଏବେ ଦେଶର ଶାସନରେ ପରିବର୍ତ୍ତନ ଚାହୁଁଛନ୍ତି ବିକ୍ଷୋଭକାରୀ । ଅନେକ ଇସ୍ରାଏଲିଙ୍କୁ ହମାସ ବନ୍ଧକ କରିନେଇଥିଲେ ବି ନେତାନ୍ୟାହୁ ସେମାନଙ୍କୁ ଫେରାଇ ଆଣିବାକୁ କିଛି ଚେଷ୍ଟା କରୁନାହାଁନ୍ତି । ଦକ୍ଷିଣ ଇସ୍ରାଏଲିଙ୍କ ଜୀବନ ପ୍ରତି ତାଙ୍କର କୌଣସି ଭ୍ରୁକ୍ଷେପ ନାହିଁ । ଦକ୍ଷିଣ ଅଞ୍ଚଳକୁ ସେ ନିଜର ବୋଲି ଭାବୁନାହାଁନ୍ତି। ତେଣୁ ସେ ତୁରନ୍ତୁ ପ୍ରଧନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

Advertisment

ନେତାନ୍ୟାହୁ ଇସ୍ରାଏଲର ନାଗରିକଙ୍କୁ ରକ୍ଷା କରିବା ବଦଳରେ ନିଜ ରାଜନୈତିକ ଅସ୍ତିତ୍ୱକୁ ବଞ୍ଚାଇ ରଖିବାରେ ଅଧିକ ଗୁରୁତ୍ୱ ଦେଉଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ଏଥି ସହିତ, କିଛି ଇସ୍ରାଏଲ୍ ମଧ୍ୟ ନେତାନ୍ୟାହୁଙ୍କୁ ବନ୍ଧକ ପରିବାରଙ୍କ ନିକଟରେ ପହଞ୍ଚିନଥିବାରୁ ସମାଲୋଚନା କରିଛନ୍ତି।

ହମାସ ଦ୍ୱାରା ବନ୍ଧକ ହୋଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବିରୋଧ ପ୍ରଦର୍ଶନରେ ଏବେ ଶତାଧିକ ଲୋକେ ସାମିଲ ହୋଇଛନ୍ତି। ଏକାଠି ହୋଇ ସେମାନେ ତେଲ ଆବିବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବାହାରେ ଜୋରଦାର ବିକ୍ଷୋଭ କରିଛନ୍ତି।

Benjamin Netanyahu Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe