Advertisment

ଇସ୍ରାଏଲ-ହମାସ ଯୁଦ୍ଧ: ଖୋଲିଲା ରାଫା ବର୍ଡର୍‌, ପହଞ୍ଚିଲା ସହାୟତା

ରାଫା ସୀମା ଦେଇ ଅନେକ ଟ୍ରକ୍‌ ଗାଜାକୁ ଏଣ୍ଟ୍ରି କରିଛି।

Rafah border opened

Rafah border opened

Advertisment

ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଗାଜାରେ ସହାୟତା ପହଞ୍ଚିବା ଆରମ୍ଭ ହୋଇଛି। ବିନାଶର ସମ୍ମୁଖୀନ କରୁଥିବା ଗାଜାରେ ମାନବିକ ସହାୟତା ପ୍ରଦାନ କରିବାକୁ ଇଜିପ୍ଟ ପକ୍ଷରୁ ରାଫା ସୀମା ଖୋଲାଯାଇଛି। ଇଜିପ୍ଟର ଜଣେ ରେଡକ୍ରସ ଅଧିକାରୀ AFP କୁ କହିଛନ୍ତି ଯେ ଗାଜାରେ ମାନବୀୟ ସହାୟତା ପାଇଁ ଟ୍ରକ୍‌ ପଠାଯାଇଛି। ଶନିବାର ରାଫା ବର୍ଡର ଦେଇ ଏହି ଟ୍ରକ୍ ସବୁ ଗାଜାରେ ପହଞ୍ଚିଛି।

Advertisment

ରାଫା ସୀମା ଦେଇ ଅନେକ ଟ୍ରକ୍‌ ଗାଜାକୁ ଏଣ୍ଟ୍ରି କରିଛି। ଯୁଦ୍ଧଗ୍ରସ୍ତ ଫିଲିସ୍ତିନୀଙ୍କୁ ଏହି ଟ୍ରକ ଜରିଆରେ ମାନବୀୟ ସହାୟତା ପଠାଯାଉଛି। କେବଳ ଇଜିପ୍ଟ ନୁହେଁ ଅନେକ ଦେଶରୁ ଗାଜାକୁ ରିଲିଫ ସାମଗ୍ରୀ ପଠାଯାଉଛି। ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀରେ ଭର୍ତ୍ତି ଟ୍ରକଗୁଡ଼ିକ ରାଫା ସୀମା ଦେଇ ଗାଜା ଭିତରକୁ ଛାଡା ଯାଇଛି। ପୂର୍ବରୁ ବର୍ଡର ବନ୍ଦ ହେତୁ ଏହି ଟ୍ରକଗୁଡ଼ିକୁ ସେଠାରେ ଅଟକାଇ ଦିଆଯାଇଥିଲା।

ଆଜି ଗାଜାରେ ଯାହା ବି ପରିସ୍ଥିତି ଅଛି, ତାହା ହମାସ ଦ୍ୱାରା ଆରମ୍ଭ କରାଯାଇଥିଲା। ଅକ୍ଟୋବର ୭ ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୧୪୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲା। ନିଜ ନାଗରିକଙ୍କ ମୃତ୍ୟୁ ପରେ ରାଗରେ ଇସ୍ରାଏଲ ହମାସକୁ ମୂଳୋତ୍ପାଟନ କରିବାକୁ ଶପଥ ନେଇଛି। ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ସାମରିକ ଅପରେସନ ଗାଜା ସହରକୁ ଧ୍ୱଂସ କରିଦେଇଛି। ଏଥିରେ ଅଧିକାଂଶ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ପାଖାପାଖି ୪ ୧୩୭ ଜଣ ପାଲେଷ୍ଟାଇନ୍‌ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି।

Advertisment
Israel-Palestine Conflict Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe