Advertisment

ହମାସକୁ ସମର୍ଥନ କରି ବନ୍ଧା ହେଲେ ଅଭିନେତ୍ରୀ

ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଫସିଗଲେ ଅଭିନେତ୍ରୀ।

Maisa abdel hadi

Maisa abdel hadi

Advertisment

ବନ୍ଧା ହେଲେ ବହୁ ଚର୍ଚ୍ଚିତ ଅଭିନେତ୍ରୀ। ଆତଙ୍କୀ ସଙ୍ଗଠନ ହମାସକୁ ସମର୍ଥନ କରିବା ପଡିଲା ମହଙ୍ଗା। ଅଭିନେତ୍ରୀ ମୈସା ଅବଦେଲ ହାଦିଙ୍କୁ ଉଠାଇ ନେଲା ପୁଲିସ। ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଫସିଗଲେ ଅଭିନେତ୍ରୀ। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Advertisment

ଆବର-ଇସ୍ରାଏଲ ଅଭିନେତ୍ରୀ ମୈସା ଅବ୍‌ଦେଲ ହାଦୀ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍‌ ଉପରେ ହମାସ କରିଥିବା ଆକ୍ରମଣ ସପକ୍ଷରେ ସେ ନିଜ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। କେବଳ ସେତିକି ନୁହେଁ ସେ ଆକ୍ରମଣ ବେଳର ଏକ ଫଟୋକୁ ମଧ୍ୟ ପୋଷ୍ଟ କରିଥିଲେ। ଏହାକୁ ନେଇ ସେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ସନ୍ଦେହରେ ଇସ୍ରାଏଲ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଉତ୍ତର ଇସ୍ରାଏଲ ସହର ନାଜରେଥରେ ରହୁଥିବା ମୈସାଙ୍କୁ ସୋମବାର ଗିରଫ କରାଯାଇଥିଲା। ଗୁରୁବାର ଯାଏଁ ସେ ହାଜତରେ ରହିବେ ବୋଲି ପୁଲିସ କହିଛି।

ଅକ୍ଟୋବର ୭ ତାରିଖ ଦିନ ହମାସ ଆକ୍ରମଣ ସମୟରେ ଗୋଟାଏ ‘ବୁଲ୍‌ଡୋଜର୍‌’ ଗାଜା ଷ୍ଟ୍ରିପ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଥିବା ଏକ ବାଡ଼ ଅତିକ୍ରମ କରୁଥିବା ସମୟର ଫଟୋକୁ ହାଦୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲେ। ସେଦିନ ହୋଇଥିବା ଆକ୍ରମଣରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଇସ୍ରାଏଲ ଦାବି କରୁଛି। ଉକ୍ତ ଫଟୋ ପୋଷ୍ଟ କରି ମୈସା ଲେଖିଥିଲେ ‘ଚାଲନ୍ତୁ ବର୍ଲିନ୍‌ ଭଳି କରିବା’। ଅର୍ଥାତ୍‌ ୧୯୮୯ ପର୍ଯ୍ୟନ୍ତ ଜର୍ମାନୀକୁ ଦୁଇ ଭାଗ କରି ରଖିଥିବା ବର୍ଲିନ୍‌ ପ୍ରାଚୀର ପତନର ଉଦାହରଣ ଦେଇ ସେ ଏକଥା ଲେଖିଥିଲେ।

Advertisment

୩୭ ବର୍ଷୀୟ ଅଭିନେତ୍ରୀ ମୈସା ଇସ୍ରାଏଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଚେହେରା। ସେ ଫିଲ୍ମ ବ୍ୟତୀତ ଅନେକ ଓ୍ୱେବ ସିରିଜ ଓ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ନିଜର ନିଖୁଣ ଅଭିନୟ ଜରିଆରେ ସେ ଇସ୍ରାଏଲବାସୀଙ୍କ ମଧ୍ୟ ବେଶ୍ ଫେମସ୍‌ ହୋଇପାରିଛନ୍ତି।

Israel-Palestine Conflict Actress Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe