Advertisment

ହସ୍ପିଟାଲରେ ଇରାନର ମିସାଇଲ ମାଡ଼ ପରେ ଆକ୍ରମଣକୁ ଜୋରଦାର କଲା ଇସ୍ରାଏଲ

ଆଜି ସକାଳୁ ଇରାନ ପକ୍ଷରୁ ତେଲ ଅଭିଭ ଓ ଦକ୍ଷିଣ ପ୍ରାନ୍ତରେ ଥିବା ବୀର ଶେଭା ସହରର ବିଭିନ୍ନ ସ୍ଥାନରେ ମିସାଇଲ ମାଡ଼ କରାଯାଇଛି। ଏଥିରେ ୩୦ ଜଣ ସାଧାରଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

author-image
Hemant Lenka
Iran

Iran

ଇରାନ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ୭ମ ଦିନରେ ଆହୁରି ଭୟଙ୍କର ରୂପ ନେଇଛି। ଗୁରୁବାର ଭୋରରୁ ଇରାନ କରିଥିବା ମିସାଇଲ ମାଡ଼ରେ ଇସ୍ରାଏଲର ଗୋଟିଏ ହସ୍ପିଟାଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ହସ୍ପିଟାଲରେ ଇରାନର ମିସାଇଲ ଆଟାକ ପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକକୁ ଆହୁରି ଜୋରଦାର କରାଯାଇଛି। ହସ୍ପିଟାଲ ହମଲାର ପ୍ରତିଶୋଧ ଭୟଙ୍କର ଢଙ୍ଗରେ ନେବାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜି ସକାଳୁ ଇରାନ ପକ୍ଷରୁ ତେଲ ଅଭିଭ ଓ ଦକ୍ଷିଣ ପ୍ରାନ୍ତରେ ଥିବା ବୀର ଶେଭା ସହରର ବିଭିନ୍ନ ସ୍ଥାନରେ ମିସାଇଲ ମାଡ଼ କରାଯାଇଛି। ଏଥିରେ ୩୦ ଜଣ ସାଧାରଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ବୀର ଶେଭା ଠାରେ ଥିବା ସୋରୋକା ମେଡିକାଲ ସେଣ୍ଟର ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି।

କିନ୍ତୁ ଇରାନର ସରକାରୀ ଗଣମାଧ୍ୟମ ଏହାକୁ ଖଣ୍ଡନ କରିଛି। ଇରାନ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ଡିଫେନ୍ସ ଫୋର୍ସ ସହ ଜଡ଼ିତ ଟେକ୍ନୋଲୋଜି ପାର୍କକୁ ଟାର୍ଗେଟ କରି ମିସାଇଲ ମାଡ଼ କରା ଯାଇଥିଲା। ଗାଭ-ୟାମ ନେଗେଭ ଟେକ୍ନୋଲୋଜି ପାର୍କ ଇରାନର ପ୍ରମୁଖ ଟାର୍ଗେଟରେ ରହିଥିଲା। ଏହା ଠାରୁ ହସ୍ପିଟାଲର ଦୂରତା ଅଧ କିମିରୁ କମ। ଇରାନ କୌଣସି ପ୍ରକାରରେ ହସ୍ପିଟାଲକୁ ଟାର୍ଗେଟ କରି ନାହିଁ। ମିସାଇଲ ମାଡ଼ରେ ଇସ୍ରାଏଲ ସେନାର ପାର୍କ କ୍ଷତିଗ୍ରସ୍ତ ହୋଇଥିବା ଇରାନ ସଫେଇ ଦେଇଛି।

Advertisment

କିନ୍ତୁ ଇରାନ ହସ୍ପିଟାଲକୁ ଟାର୍ଗେଟ କରିବାକୁ ସେଠାରେ ସାଧାରଣ ଲୋକ କ୍ଷତି ସହିଥିବା ଇସ୍ରାଏଲ କହିଛି। ଏଥିପାଇଁ ନେତାନ୍ୟାହୁ ଇରାନ ଉପରେ ଚାଲିଥିବା ଆକ୍ରମଣକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟଜ କହିଛନ୍ତି, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେନା ବାହିନୀକୁ ରଣନୀତି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ଇରାନର ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ତୀବ୍ର କରିବାକୁ କହିଛନ୍ତି।

ଇରାନର ଭୀରୁ ଏକଛତ୍ରବାଦୀ ଶାସକ ବଙ୍କରରେ ଲୁଚିଛନ୍ତି ଓ ଜାଣିଶୁଣି ଇସ୍ରାଏଲର ଜନବସତି ଓ ହସ୍ପିଟାଲ ବିଲଡିଂକୁ ବାଲାଷ୍ଟିକ ମିସାଇଲ ଦ୍ୱାରା ଟାର୍ଗେଟ କରୁଛନ୍ତି। ଏହାର ଦୃଢ଼ ଜବାବ ଦିଆଯାଉଛି ଓ ଆଗକୁ ମଧ୍ୟ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ପରେ ଇସ୍ରାଏଲ ସେନା ଅରାକ ନିକଟରେ ଥିବା ଇରାନର ଆଣବିକ ରିଆକ୍ଟର ଉପରେ ଜୋରଦାର ହମଲା କରିଛି।

ସେହିପରି ନତାଞ୍ଜରେ ଥିବା ଗୋଟିଏ ସନ୍ଦିଗ୍ଧ ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କେନ୍ଦ୍ରକୁ ମଧ୍ୟ ଉଡ଼ାଇ ଦେଇଛି। ଏହାବାଦ ତେହରାନ ସମେତ ଆଉ କିଛି ସ୍ଥାନରେ ବି ଇସ୍ରାଏଲ ଏୟାର ଷ୍ଟ୍ରାଇକ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି।

Iran Iran Israel Conflict Iran Israel War