Advertisment

ଯୁଦ୍ଧ ଭିତରେ ଗାଜାରୁ ବାହାରିଲେ ବିଦେଶୀ ନାଗରିକ

ଗାଜା ଷ୍ଟ୍ରିପରେ ପୂର୍ବରୁ ରହୁଥିବା ବିଦେଶୀ ନଗରିକଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ଇଜିପ୍ଟ।

ଅଦ୍ୟତନ ହୋଇଛି
foreigners leave gaza

foreigners leave gaza

Advertisment

ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ଗାଜାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାତର ବୋମା ବର୍ଷା ଓ ରକେଟ୍‌ ମାଡ଼ ଯୋଗୁ ଅନେକ ଲୋକେ ପ୍ରାଣ ହରାଉଛନ୍ତି। ଏଥିସହ ଶହ ଶହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ ଗାଜା ଷ୍ଟ୍ରିପରେ ପୂର୍ବରୁ ରହୁଥିବା ବିଦେଶୀ ନଗରିକଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ଇଜିପ୍ଟ।

Advertisment

ଯୁଦ୍ଧ ଭିତରେ ଗାଜା ପଟ୍ଟିରୁ ବାହାରିଛନ୍ତି ବିଦେଶୀ ନାଗରିକ। ଅସୁସ୍ଥ ବିଦେଶୀ ନାଗରିକଙ୍କ ଚିକିତ୍ସା ପାଇଁ ଇଜିପ୍ଟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଇଜିପ୍ଟର ଜଣେ ଅଧିକାରୀଙ୍କ କହିବା ମୁତାକବ, ବୁଧବାର ବିଦେଶୀ ପାସପୋର୍ଟ ଧାରକଙ୍କ ପ୍ରଥମ ଗ୍ରୁପ ଯୁଦ୍ଧଗ୍ରସ୍ତ ଗାଜା ଷ୍ଟ୍ରିପରୁ ବାହାରି ରାଫା ଟର୍ମିନାଲ ଦେଇ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛି। ଏଥିପାଇଁ ଇଜିପ୍ଟ ପକ୍ଷରୁ ରାଫା ସୀମାକୁ ଖୋଲି ଦିଆଯାଇଥିଲା। ଇଜିପ୍ଟ ଓ ପାଲେଷ୍ଟାଇନ୍‌ ଅଧିକାରୀଙ୍କ ମୁତାବକ, ଏକାଧିକ ଗୁରୁତର ବିଦେଶୀ ନାଗରିକଙ୍କୁ ଆଜି ଆମ୍ବୁଲାନ୍ସ ଯୋଗେ ଗାଜାରୁ ଇଜିପ୍ଟ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ରାଫା କ୍ରସିଂ ଦେଇ ବୁଧବାର ବଡ଼ ସଂଖ୍ୟା ବିଦେଶୀ ନାଗରିକମାନେ ଗାଜା ଛାଡିଛନ୍ତି। ତେବେ କେତେ ଜଣ ବିଦେଶୀ ନାଗରିକ ଗାଜାରୁ ବାହାରିଛନ୍ତି ସେ ନେଇ କିଛି ସୂଚନା ନାହିଁ। ସାମ୍ନାକୁ ଆସିଥିବା ଲାଇଭ୍‌ ଫୁଟେଜରେ ଟର୍ମିନାଲ ନିକଟରେ ଅନେକ ବିଦେଶୀ ନାଗରିକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ସହାୟତା ପାଇଁ ପାଖାପାଖି ୨୦୦ଟି ଟ୍ରକ୍‌ ଇଜିପ୍ଟରୁ ଗାଜାରେ ଏଣ୍ଟ୍ରି କରିଥିବା କୁହାଯାଉଛି।

Advertisment

ଏହାପୂର୍ବରୁ ମଧ୍ୟ ଇଜିପ୍ଟ ମାନବୀୟ ସହାୟତା ପାଇଁ ରାଫା ବର୍ଡରକୁ ଖୋଲିଥିଲା। ଏହି ସୀମା ଦେଇ ଜୀବନ ରକ୍ଷକ ସାମଗ୍ରୀ ଗାଜାରେ ପୀଡିତଙ୍କ ପାଖକୁ ପଠାଯାଇଥିଲା। ରାଫା ସୀମା ଦେଇ ଲଗାତର ମାନବୀୟ ସହାୟତା ଗାଜା ପଟ୍ଟିକୁ ପଠାଯାଉଛି।

Israel-Palestine Conflict Gaza Egypt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe