Advertisment

ଅଶାନ୍ତ ମଧ୍ୟପ୍ରାଚ୍ୟ; ଇରାନ ଉପରେ ପୁଣି ଇସ୍ରାଏଲର ମିସାଇଲ ମାଡ଼

ପୁଣି ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା।

ଅଦ୍ୟତନ ହୋଇଛି
Israel Missiles Attack

Israel Missiles Attack

Advertisment

ପୁଣି ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା। କିଛି ଦିନର ବିରତି ପରେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆଜି ଇରାନ ଉପରେ ଇସ୍ରାଏଲ ମିସାଇଲ ମାଡ଼ କରିଛି।

Advertisment

ଇରାନର ଇସ୍‌ଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ୍‌ କରି ମିସାଇଲ ମାଡ଼ କରିଛି ଇସ୍ରାଏଲ। ଆକ୍ରମଣର ପ୍ରଭାବ ବାବଦରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଆସିପାରି ନାହିଁ। କିଛି ଦିନ ତଳେ ସିରିଆରେ ଇରାନ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଇରାନ ମଧ୍ୟ ପାଲଟା ଆକ୍ରମଣ କରିଥିଲା।

୧୪ ଏପ୍ରିଲରେ ଇରାନ ଇସ୍ରାଏଲ ଉପରେ ଶତାଧିକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଇସ୍ରାଏଲ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିଥିଲା। ସେତେବେଳେ ଇରାନ ଚେତାବନୀ ଦେଇ କହିଥିଲା ଯେ, ଆମେ ଆଗକୁ ଆକ୍ରମଣ କରିବୁ ନାହିଁ। କିନ୍ତୁ ଇସ୍ରାଏଲ ଯଦି କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ, ତେବେ ଆମେ ଚୁପ୍ ରହିବୁନି।

Advertisment

ହେଲେ ଇରାନର ଏହି ଧମକକୁ ଖାତିର କରିନି ଇସ୍ରାଏଲ। ଆଜି ପୁଣି ମିସାଇଲ ମାଡ଼ କରିବା ପରେ ଯୁଦ୍ଧ ପରିସ୍ଥିତି ଘନଉଥିବା ଆଶଙ୍କା କରାଯାଉଛି। ସେପଟେ ପାଲେଷ୍ଟାଇନ ସହ ମଧ୍ୟ ଇସ୍ରାଏଲର ବିବାଦ ଲାଗି ରହିଛି। ମଧ୍ୟପ୍ରାଚ୍ୟରେ ଏପରି ପରିସ୍ଥିତି ମଧ୍ୟରେ ଶାନ୍ତି ଶୃଙ୍ଖଳା ପାଇଁ ଜାତିସଂଘ ଅପିଲ୍ କରିଆସୁଛି। ଆଗକୁ ବିବାଦ କେଉଁ ମୋଡ଼ ନେଉଛୁ ତା' ଉପରେ ସମସ୍ତଙ୍କ ନଜର। 

Israel Attack On Iran Israel Missile Attack Israel-Iran Tensions
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe