Advertisment

ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧରେ ଲାଗିଲା ଅସ୍ତ୍ରବିରତି ବିରାମ

ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହେଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।

Israel Lebanon War

Israel Lebanon War

Advertisment

ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧରେ ଲାଗିଲା ଅସ୍ତ୍ରବିରତି ବିରାମ। ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ ଅନୁମୋଦନ କରିଛି। ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହେଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।

Advertisment

ଆସନ୍ତା ୬୦ ଦିନ ମଧ୍ୟରେ ଲେବାନନ୍ ସେନା ଏବଂ ସୁରକ୍ଷା ବାହିନୀ ଦକ୍ଷିଣ ଲେବାନନରେ ନିୟୋଜିତ ହେବେ। ଏମାନେ ହେଜବୁଲ୍ଲା ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳକୁ ନିୟନ୍ତ୍ରଣ କରିବେ। ସୀମାର ଉଭୟ ପାର୍ଶ୍ୱରେ ସାଧାରଣ ନାଗରିକ ନିଜ ଘରକୁ ଫେରିବା ପାଇଁ ଇସ୍ରାଏଲ ଆସନ୍ତା ୬୦ ଦିନରେ ନିଜର ସୈନ୍ୟ ପ୍ରତ୍ୟାହାର କରିବ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଆମେ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବୁ ହେଲେ ଏଥିରେ କୌଣସି ପ୍ରକାର ଉଲ୍ଲଂଘନ ହେଲେ ଜବରଦସ୍ତ ଜବାବ ଦେବୁ।

Advertisment

ସେପଟେ ଆମେରିକା ରାଷ୍ଟ୍ରପତି ସୋଶାଲ ମିଡିଆ ଏକ୍ସରେ ଏହାକୁ ଗୁଡ୍ ନ୍ୟୁଜ ବୋଲି ଲେଖିଛନ୍ତି। ଜୋ ବାଇଡେନ କହିଛନ୍ତି, ବିବାଦ ଶେଷ କରିବାକୁ ଇସ୍ରାଏଲ ଏବଂ ଲେବାନନ ପ୍ରସ୍ତାବରେ ସହମତ ହୋଇଛନ୍ତି। ହେଜବୁଲ୍ଲା କିମ୍ବା ଅନ୍ୟ କେହି ଏହି ଚୁକ୍ତି ଭଙ୍ଗ କଲେ ଇସ୍ରାଏଲ ଆତ୍ମରକ୍ଷା ଅଧିକାରକୁ ବଜାୟ ରଖିବ।

Israel-Hezbollah Ceasefire Ceasefire Agreement Israel Lebanon War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe