Advertisment

ବଦଳିଲା ବାଇଡେନଙ୍କ ଆଭିମୁଖ୍ୟ, 'ଗାଜା ଉପରେ କବଜା ଇସ୍ରାଏଲର ବଡ ଭୁଲ୍ ହେବ'

ହମାସକୁ ଧ୍ୱଂସ କରାଯିବା ଉଚିତ, କିନ୍ତୁ ପାଲେଷ୍ଟାଇନ ଦେଶ ପାଇଁ ମଧ୍ୟ ଏକ ରାସ୍ତା ବାହାର କରାଯାଉ। ଗାଜାକୁ ପୁଣି ଥରେ କବଜା କରିବା ଇସ୍ରାଏଲର ଏକ ବଡ ଭୁଲ୍ ହେବ।

Joe Biden

Joe Biden

Advertisment

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ବଦଳିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଭିମୁଖ୍ୟ। ହମାସ ବିପକ୍ଷରେ ଏହି ଲଢେଇରେ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରୁଥିଲେ ବି ଏକ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି ବାଇଡେନ। ଇସ୍ରାଏଲ ଗାଜାକୁ ପୁଣି ଥରେ କବଜା କରିବା ଏକ ବଡ ଭୁଲ୍ ହେବ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ହମାସକୁ ଧ୍ୱଂସ କରାଯିବା ଉଚିତ, କିନ୍ତୁ ପାଲେଷ୍ଟାଇନ ଦେଶ ପାଇଁ ମଧ୍ୟ ଏକ ରାସ୍ତା ବାହାର କରାଯାଉ। ଗାଜାକୁ ପୁଣି ଥରେ କବଜା କରିବା ଇସ୍ରାଏଲର ଏକ ବଡ ଭୁଲ୍ ହେବ। ମୋ ମତରେ ହମାସ ଏବଂ ହମାସର ସମସ୍ତ ନୀତିକୁ ପାଲେଷ୍ଟାଇନବାସୀ ପ୍ରତିନିଧିତ୍ୱ କରନ୍ତି ନାହିଁ ବୋଲି ବାଇଡେନ କହିଛନ୍ତି। ସିବିଏସ୍ଇ ନ୍ୟୁଜର "60 ମିନିଟ୍"କୁ ସାକ୍ଷାତକାର ଦେବା ସମୟରେ ସେ ଏପରି କହିଛନ୍ତି। 

Advertisment

ବାଇଡେନଙ୍କ ଏହି ବିବୃତ୍ତି ପରେ ଇସ୍ରାଏଲ ଗସ୍ତକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କାରଣ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ନେଇ ଚେତାବନୀ ଦେଇଥିବା ବେଳେ ଏହାକୁ ବାଇଡେନ ପରୋକ୍ଷରେ ବିରୋଧ କରୁଥିବା ଅନୁମାନ କରାଯାଉଛି। ତେଣୁ ବାଇଡେନ ଇସ୍ରାଏଲ ଗସ୍ତ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇପାରୁ ନାହିଁ। 

ଶନିବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବାଇଡେନଙ୍କୁ ଫୋନ୍ କଲ୍ ମାଧ୍ୟମରେ ଇସ୍ରାଏଲ ଆସିବାକୁ କହିଥିଲେ। କିନ୍ତୁ ଏନେଇ ଆମେରିକା ପ୍ରଶାସନ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ।  

ପ୍ରକାଶ ଥାଉ କି, ଗାଜା ଉପରେ ଆକ୍ରମଣ ପାଇଁ ଆହ୍ୱାନ ଦେଇଛି ଇସ୍ରାଏଲ ସେନା। ଉକ୍ତ ସ୍ଥାନ ଛାଡିବାକୁ ଲୋକଙ୍କୁ 24 ଘଣ୍ଟାର ମହଲତ ଦେଇଥିଲା। ଗତକାଲି କଣ୍ଟ ପୂରିବା ପରେ ଇସ୍ରାଏଲ ସେନା କୌଣସି ବି ସମୟରେ ଗାଜା ଉପରେ ଆକ୍ରମଣ କରିପାରନ୍ତି। 

Israel Hamas Israel-Palestine Conflict Palestine War Israel-Palestine War Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe