Advertisment

ଇସ୍ରାଏଲକୁ ବାଇଡେନଙ୍କ ସମର୍ଥନ ପରେ ହେଜବୋଲ୍ଲା ଟାର୍ଗେଟରେ ଆମେରିକୀୟ ସାମରିକ ଶିବିର

ଆକ୍ରମଣରେ ସହଯୋଗୀ ସେନାର କିଛି ଆମେରିକୀୟ ସୈନିକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Israel-Palestine War

Israel-Palestine War

Advertisment

ବ୍ୟାପୁଛି ହମାସ ଓ ଇସ୍ରାଏଲ ଯୁଦ୍ଧ। ଉଭୟଙ୍କ ସମସ୍ୟାର ସମାଧାନ ହେଉ କି ନ ହେଉ, ଏ ଦୁଇ ପକ୍ଷର ସମର୍ଥନକ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଘନଉଛି। ଗତକାଲି ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତ କରିବା ପରେ ଇସଲାମିକ ସମର୍ଥକଙ୍କ ଟାର୍ଗେଟକୁ ଆସିଛି ଆମେରିକା। ହେଜବୋଲ୍ଲା ସଂଗଠନ ଲେବାନନର ଆମେରିକା ସେନା ଶିବିରକୁ ରକେର୍ଟ ମାଡ଼ କରିଛି।

Advertisment

ଗତକାଲି ବାଇଡେନ୍ ଇସ୍ରାଏଲ ଗସ୍ତରେ ଯାଇଥିବାରୁ ଆକ୍ରମଣ କରାଯାଇଥିବା କୁହାଯାଉଛି। ସେହିପରି ବାଇଡେନ ଫେରିବା ପରେ ସିରିଆ ଓ ଇରାକରେ ଥିବା ଆମେରିକା ସେନା ଶିବିରକୁ ମଧ୍ୟ ଟାର୍ଗେଟ କରାଯାଇଛି। ଏହି ଆକ୍ରମଣରେ ସହଯୋଗୀ ସେନାର କିଛି ଆମେରିକୀୟ ସୈନିକ ଆହତ ହୋଇଥିବା କୁହାଯାଉଛି।

୨୪ ଘଣ୍ଟା ମଧ୍ୟରେ ଇରାକର ସାମରିକ ଶିବିରରେ ଦୁଇଟି ଡ୍ରୋନ୍ ଆକ୍ରମଣ କରାଯାଇଛି। ପଶ୍ଚିମ ଏବଂ ଉତ୍ତର ଇରାକର ସାମରିକ ଶିବିର ଉପରେ ହୋଇଥିବା ଏହି ଆକ୍ରମଣରେ ସହଯୋଗୀ ସେନାର କିଛି ସୈନିକ ଆହତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଗୋଟିଏ ବର୍ଷ ମଧ୍ୟରେ ପ୍ରଥମ କରି ଇରାନ ସମର୍ଥିତ ଗୋଷ୍ଠୀ ଇରାକରେ ଆମେରିକାର ସାମରିକ ଶିବିରକୁ ଟାର୍ଗେଟ କରିଛନ୍ତି। 

Advertisment

ଆମେରିକାର ଅଧିକାରୀମାନେ କହିଛନ୍ତି ଯେ, ଶିବିର ଉପରେ ତିନୋଟି ଡ୍ରୋନ୍ ଆକ୍ରମଣ ହୋଇଛି। ଇରାକର ପଶ୍ଚିମ ଏବଂ ଅଲ-ହରିର ଏୟାର ବେସ ଉପରେ ଆକ୍ରମଣ କରାଯାଇଛି।

ଇରାକରେ ଇସଲାମିକ୍ ସମର୍ଥନକାରୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଇସ୍ରାଏଲ-ହମାସ ଯୁଦ୍ଧରେ ଆମେରିକାର ସମର୍ଥନ, ଅସ୍ତ୍ରଶସ୍ତ୍ର ଯୋଗାଣ ସହ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରୁଥିବାରୁ ଆକ୍ରମଣ କରାଯାଇଥିବା କୁହାଯାଇଛି।  

କିଛି ଦିନ ତଳେ ଲେବାନନର ଇରାନ ସମର୍ଥିତ ହେଜବୋଲ୍ଲା ମୁଭମେଣ୍ଟ ହମାସ ସଂଗଠନକୁ ଖୋଲା ସମର୍ଥନ ଜଣାଇଥିଲେ। ସମୟ ଆସିଲେ ସେମାନେ ହମାସ ସଦସ୍ୟଙ୍କ ସମର୍ଥନରେ ବାହାରିବେ ବୋଲି ସଂଗଠନର ଉପମୁଖ୍ୟ ନଇମ କ୍ୱାସମ କହିଥିଲେ। 

ଅନ୍ୟପଟେ ଗତକାଲି ବାଇଡେନ ଇସ୍ରାଏଲ ଗସ୍ତ କରିବା ପୂର୍ବରୁ ଗାଜାର ଏକ ହସ୍ପିଟାଲ ଉପରକୁ ରକେର୍ଟ ମାଡ଼ ହୋଇଥିଲା, ଯେଉଁଥିରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ହମାସ ଓ ଇସ୍ରାଏଲ ଦୋଷ ଲଦାଲଦି ହେଉଛନ୍ତି। କିନ୍ତୁ ଏହି ଆକ୍ରମଣ କିଏ କରିଛି ସେନେଇ ସ୍ପଷ୍ଟହୋଇ ନାହିଁ।

ଏସବୁ ମଧ୍ୟରେ ଇସ୍ରାଏଲ ପ୍ରତି ସମର୍ଥନ ବଢୁଛି। ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ଆର୍ଥିକ ସହାୟତା ଯୋଗାଇବା ସହ ଇସ୍ରାଏଲ ଗସ୍ତ କରିବା ନେଇ ସୂଚନା ରହିଛି।  

America Jo Biden Israel-Palestine Conflict War Israel-Palestine War Hezbollah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe