Advertisment

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ବିରୋଧୀ ଦଳ ନେତାଙ୍କ ସହ ହାତ ମିଳାଇଲେ ନେତାନ୍ୟାହୁ

ହାମସ୍ ହେଉଛି ଏକ ଦଏଶ(ଇସଲାମିକ୍ ରାଷ୍ଟ୍ର ଗୋଷ୍ଠୀ), ବିଶ୍ୱ ଯେମିତି ସେମାନଙ୍କୁ ଧ୍ୱଂସ କରିଛି, ଆମେ ବିଂ ସେମାନଙ୍କୁ ଧ୍ୱଂସ କରିଦେବୁ କହିଲେ ନେତାନ୍ୟାହୁ।

ଅଦ୍ୟତନ ହୋଇଛି
Benjamin Netanyahu

Benjamin Netanyahu

Advertisment

ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣକୁ ନେଇ 'ରକ୍ତ ଚାଉଳ ଚୋବାଉଛନ୍ତି' ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ହମାସ ସହ ଏହି ଯୁଦ୍ଧ ଜାରି ରଖିବାକୁ ଶପଥ ନେଇ ସେ କହିଛନ୍ତି ପାଲେଷ୍ଟାଇନ ଆତଙ୍କବାଦୀ ଦଳର ପ୍ରତ୍ୟେକ ସଦସ୍ୟ ଜଣେ ଜଣେ ମୃତ ବ୍ୟକ୍ତି।

Advertisment

ଗତକାଲି, ନେତାନ୍ୟାହୁ ସ୍ଥାନୀୟ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଝିଅ-ବୋହୂଙ୍କୁ ଦୁଷ୍କର୍ମ କରିଛନ୍ତି, ଛୋଟ ପୁଅ-ଝିଅଙ୍କୁ ଗୁଳି କରି ମାରୁଛନ୍ତି। ପିଲାମାନଙ୍କୁ ବାନ୍ଧି ସେମାନଙ୍କ ମୁଣ୍ଡକୁ ଗୁଳିଚାଳନା କରୁଥିବା ଆମେ ଦେଖିବାକୁ ପାଉଛୁ। ପୁରୁଷ ଓ ମହିଳାମାନଙ୍କୁ ଜୀବନ୍ତ ପୋଡ଼ି ଦେଉଛନ୍ତି। ହାମସ୍ ହେଉଛି ଏକ ଦଏଶ(ଇସଲାମିକ୍ ରାଷ୍ଟ୍ର ଗୋଷ୍ଠୀ), ବିଶ୍ୱ ଯେମିତି ସେମାନଙ୍କୁ ଧ୍ୱଂସ କରିଛି, ଆମେ ବି ସେମାନଙ୍କୁ ଧ୍ୱଂସ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି ନେତାନ୍ୟାହୁ।

ଏପରି ସ୍ଥିତିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଯୁଦ୍ଧକାଳୀନ କ୍ୟାବିନେଟ୍ ଗଠନ କରିଛନ୍ତି, ଯେଉଁଥିରେ ସେ ବରିଷ୍ଠ ବିରୋଧୀ ଦଳର ନେତା ବେନି ଗନ୍ତଜଙ୍କ ସହ ମଧ୍ୟ ହାତ ମିଳାଇଛନ୍ତି। ଇସ୍ରାଏଲର ବିରୋଧୀ ଦଳ ନେତା ବେନି ଗନ୍ତଜ ଯୁଦ୍ଧକାଳୀନ ସରକାରରେ ଯୋଗ ଦେଇ କହିଛନ୍ତି, ଯୁଦ୍ଧର ସମୟ ଆଉ ଶାନ୍ତିର ସମୟ ଅଛି। ବର୍ତ୍ତମାନ କିନ୍ତୁ ଯୁଦ୍ଧର ସମୟ ଆସିଯାଇଛି। ଏବେ ଆମେ କେବଳ ଗୋଟିଏ ଶିବିର- ଇସ୍ରାଏଲ ଲୋକଙ୍କ ଶିବିର ବୋଲି ବେନି କହିଛନ୍ତି। 

Advertisment

ସେପଟେ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗଲାଣ୍ଟ ମଧ୍ୟ ଏହି ସ୍ୱତନ୍ତ୍ର କ୍ୟାବିନେଟର ଏକ ଅଂଶ ଭାବେ ଯୋଡ଼ି ହୋଇଛନ୍ତି। ଆମେ ହମାସକୁ ସମୂଳେ ବିନାଶ କରିବୁ ବୋଲି ସେ କହିଛନ୍ତି।

Israel Benjamin Netanyahu Hamas Israel-Palestine Conflict Palestine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe