Advertisment

ଚେତାବନୀ ଦେଲା ଇସ୍ରାଏଲ୍‌, ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ

ପୁଣି ଗାଜାରେ ଆକ୍ରମଣ ଆରମ୍ଭ ହେବ ବୋଲି ଇସ୍ରାଏଲ୍‌ ଧମକ ଦେବା ପରେ ଶନିବାର ବିଳମ୍ବିତ ରାତ୍ରରେ ହମାସ ୧୩ଜଣ ଇସ୍ରାଏଲୀୟ ଓ ୪ଜଣ ଥାଇଲାଣ୍ଡ୍‌ ନାଗରିକଙ୍କୁ ରେଡ୍‌ କ୍ରସ୍‌କୁ ହସ୍ତାନ୍ତର କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
hamas-released 17 hostages

hamas-released 17 hostages

ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏହାରି ଭିତରେ ମଧ୍ୟରାତ୍ର ସୁଦ୍ଧା ଦ୍ୱିତୀୟ ବ୍ୟାଚ୍‌ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ହମାସକୁ ଚେତାବନୀ ଦେଇଛି ଇସ୍ରାଏଲ। ଏହାପରେ ନରମିଛି ହମାସ।

Advertisment

ମଧ୍ୟରାତ୍ରି ସୁଦ୍ଧା ପଣବନ୍ଦୀଙ୍କୁ ମକ୍ତ କରା ନ ଗଲେ ଯୁଦ୍ଧବିରତି ଶେଷ କରାଯିବ। ଏଥିସହ ପୁଣି ଗାଜାରେ ଆକ୍ରମଣ ଆରମ୍ଭ ହେବ ବୋଲି ଇସ୍ରାଏଲ୍‌ ଧମକ ଦେବା ପରେ ଶନିବାର ବିଳମ୍ବିତ ରାତ୍ରରେ ହମାସ ୧୩ଜଣ ଇସ୍ରାଏଲୀୟ ଓ ୪ଜଣ ଥାଇଲାଣ୍ଡ୍‌ ନାଗରିକଙ୍କୁ ରେଡ୍‌ କ୍ରସ୍‌କୁ ହସ୍ତାନ୍ତର କରିଛି।

ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଅନୁଯାୟୀ, ସମସ୍ତ ବନ୍ଧକ ସେମାନଙ୍କ ପରିବାର ସହିତ ମିଶିଛନ୍ତି। ତେବେ ଏହି ଚୁକ୍ତିରେ କିଛି ସମୟ ପାଇଁ କିଛି ଅସୁବିଧା ଉପୁଜିଥିଲା, କିନ୍ତୁ କାତାର ଏବଂ ଇଜିପ୍ଟର ମଧ୍ୟସ୍ଥତା ସହିତ ଏହାର ସମାଧାନ ହୋଇଛି। ଏହି ଚୁକ୍ତି ଦ୍ୱିପାକ୍ଷିକ ଅଟେ। ଯେଉଁଥିରେ ୧୫୦ ପାଲେଷ୍ଟାଇନ କଏଦୀଙ୍କ ବଦଳରେ ମୋଟ ୫୦ ଇସ୍ରାଏଲ୍ ବନ୍ଧକ ଅଦଳବଳଦ ହେବ। ବର୍ତ୍ତମାନ ୧୭ଜଣ ବନ୍ଧକ ହମାସଙ୍କ କବଳରୁ ମୁକ୍ତ ହୋଇ ନିଜ ଦେଶକୁ ଫେରିଛନ୍ତି। ଏହାପୂର୍ବରୁ ୨୦ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ହମାସ। 

Advertisment

ତେବେ ଏହା ପୂର୍ବରୁ ଇସ୍ରାଏଲ୍‌ ଚୁକ୍ତି ଉଲ୍ଲଂଘନ କରିଛି କହି ହମାସ ଏହି ୧୭ ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ବିଳମ୍ବ କରି ନୂଆ ସର୍ତ୍ତ ରଖିଥିଲା। ମାନବୀୟ ସହାୟତା ନିମନ୍ତେ ଉତ୍ତର ଗାଜାକୁ ଯେତୋଟି ଟ୍ରକ୍‌ ଛାଡ଼ିବାକୁ ଇସ୍ରାଏଲ୍‌ କହିଥିଲା ତା’ର ଅର୍ଦ୍ଧେକରୁ କମ୍‌ ଟ୍ରକ୍‌ ଛାଡ଼ିଛି ବୋଲି କହିଥିଲା ହମାସ। ଯଦି ଇସ୍ରାଏଲ ଗାଜା ସିଟିକୁ ସହାୟତା ଆସିବାକୁ ଦେବ ନାହିଁ ତେବେ ବନ୍ଧକ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ମୁକ୍ତ କରିବାର ପ୍ରକ୍ରିୟା ବିଳମ୍ବିତ ହୋଇପାରେ ବୋଲି ସର୍ତ୍ତ ରଖିଥିଲା। କିନ୍ତୁ ଇସ୍ରାଏଲ ଧମକ ଦେବା ପରେ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ।

ହମାସ କବଳରୁ ମୁକ୍ତ ହୋଇଥିବା ୧୭ଜଣ ପଣବନ୍ଦୀ ଇଜିପ୍ଟ ବାଟ ଦେଇ ଇସ୍ରାଏଲ୍‌ରେ ପହଞ୍ଚିଯାଇଛନ୍ତି ବୋଲି ଇସ୍ରାଏଲୀୟ ସେନା ଶନିବାର ରାତିରେ କହିଛି। ‘ରେଡ୍‌ କ୍ରସ୍‌’ର ପ୍ରତିନିଧିମାନେ ସେମାନଙ୍କୁ ଇଜିପ୍ଟକୁ ହସ୍ତାନ୍ତର କରିଥିଲେ। ମୁକ୍ତ କରିଥିବା ପଣବନ୍ଦୀମାନଙ୍କର ଫଟୋ ମଧ୍ୟ ହମାସ୍‌ ରିଲିଜ୍‌ କରିଛି।

ସେନା କହିଛି, ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ର ସୈନିକମାନେ ସେମାନଙ୍କ ସହିତ ଯାଇ ଇସ୍ରାଏଲ୍‌ର ବିଭିନ୍ନ ହସ୍ପିଟାଲ୍‌ରେ ସେମାନେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ। ହସ୍ପିଟାଲ୍‌ମାନଙ୍କରେ ହିଁ ପଣବନ୍ଦୀମାନଙ୍କୁ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସେପଟେ ଏହି ୧୭ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପ୍ରତିବଦଳରେ ଇସ୍ରାଏଲ୍‌ର ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇ ରହିଥିବା ୩୩ଜଣ ନାବାଳକଙ୍କ ସମେତ ୩୯ଜଣ ପାଲେଷ୍ଟିନୀୟ ନାଗରିକଙ୍କୁ ମୁକ୍ତ କରାଯିବ।

Hamas Israel-Palestine Conflict