Advertisment

'ହସ୍ପିଟାଲକୁ ଲମ୍ବିଛି ହମାସର ଟନେଲ, ଲାଗିଛି ବୁଲେଟ୍‌ପ୍ରୁଫ୍‌ ଗେଟ୍'

ଏହି ଟନେଲ ଠାରୁ ମାତ୍ର ୧୮୩ ମିଟର ଦୂରରେ ହସ୍ପିଟାଲ ଥିବା ଇସ୍ରାଏଲ ସେନା ଦାବି କରିଛି।

ଅଦ୍ୟତନ ହୋଇଛି
Hamas Tunnel

Hamas Tunnel

Advertisment

ଗାଜାର ହସ୍ପିଟାଲକୁ ଲମ୍ବିଛି ହମାସ ଆତଙ୍କୀଙ୍କ ଟନେଲ। ଏହି ଟନେଲରେ ଲାଗିଛି ବୁଲେଟ୍‌ପ୍ରୁଫ୍ ଗେଟ୍‌। ନିଜର ଆତଙ୍କୀ ଗତିବିଧି ପାଇଁ ହମାସ ହସ୍ପିଟାଲକୁ ବ୍ୟବହାର କରୁଛି। ଟନେଲ ରାସ୍ତା ଦେଇ ହସ୍ପିଟାଲକୁ ଯିବା ଆସିବା କରୁଛନ୍ତି ହମାସ ଆତଙ୍କୀ। ଏଭଳି କିଛି ଦାବି କରିଛି ଇସ୍ରାଏଲ।

Advertisment

ଇସ୍ରାଏଲ ଓ ଗାଜା ମଧ୍ୟରେ ଥମୁନି ଯୁଦ୍ଧ। ହମାସ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ଯେତିକି କ୍ଷତି ଘଟାଇଥିଲା, ତା'ଠାରୁ ଅଧିକ କ୍ଷତି ସହିଲାଣି ଗାଜା। ପ୍ରତିଶୋଧ ପରାୟଣ ହୋଇ ଇସ୍ରାଏଲ ସେନା ଗାଜାକୁ ଧ୍ୱଂସ କରିବାକୁ ପଣ କରି ନେଇଛନ୍ତି। ଇସ୍ରାଏଲ ଲଗାତର ଗାଜା ପଟ୍ଟି ଉପରେ ସ୍ଥାଳ ଭାଗରୁ ଆକ୍ରମଣ କରିବା ସହ ଏୟାର ଷ୍ଟ୍ରାଇକ୍‌ କରୁଛି। ଏହାରି ଭିତରେ ହମାସ ଦ୍ୱାରା ସଂଚାଳିତ ଏକ ଟନେଲ ବା ସୁଡଙ୍ଗକୁ ଖୋଜି ବାହାର କରିଥିବା ଦାବି କରିଛି ଆଇଡିଏଫ୍।

ଇସ୍ରାଏଲ ସେନାର ଦାବି ମୁତାବକ, ହମାସର ଜଣେ ସଦସ୍ୟଙ୍କ ଘର ନିକଟରୁ ଏହି ସୁଡଙ୍ଗଟି ମିଳିଛି। ହମାସର ଏହି ସଦସ୍ୟ ଜଣକ ହେଉଛନ୍ତି ନୌସେନା ମୁଖ୍ୟ। ମିଳିଥିବା ଏହି ଟନେଲ ଠାରୁ ମାତ୍ର ୧୮୩ ମିଟର ଦୂରରେ ହସ୍ପିଟାଲ ଅଛି। ହମାସ ଆତଙ୍କୀମାନେ ନିଜର ଆତଙ୍କୀ କାର୍ଯ୍ୟକଳାପ ପାଇଁ ହସ୍ପିଟାଲକୁ ବ୍ୟବହାର କରୁଛନ୍ତି।

Advertisment

ସୋଶାଲ ମିଡିଆରେ ଇସ୍ରାଏଲ୍‌ ସେନା ଏହି ଟନେଲର ଏକ ଫଟୋ ସେଆର କରିଛି କହିଛି, ଏହି ସୁଡଙ୍ଗ ଭିତରେ ଇସ୍ରାଏଲର ଲୋକଙ୍କୁ ପଣବନ୍ଦୀ କରି ହମାସ ରଖିଛି। ବାଇକେ ଯୋଗ ଗାଜା ସୀମା ଆରପାଖରୁ ଲୋକଙ୍କୁ ଆଣି ଏଠାରେ ପଣବନ୍ଦୀ କରି ରଖାଯାଇଛି। ଟନେଲରେ ସୋଲାର ପ୍ୟାନେଲ ଲାଗିଛି। ଭୂମିଠାରୁ ପ୍ରାୟ ୨୦ ମିଟର ତଳେ ଥିବା ଏହି ଟନେଲରେ ବୁଲେଟପ୍ରୁଫ୍‌ କବାଟ ଲାଗିଥିବା ଇସ୍ରାଏଲ ଦାବି କରିଛି।

ଯେଉଁ ହସ୍ପିଟାଲକୁ ଏହି ସୁଡଙ୍ଗଟି ଲାଗିଛି ତାହା ସ୍କୁଲ ଓ ସଂଯୁକ୍ତ ରାଷ୍ଟ୍ରର ବିଲ୍ଡିଂ ନିକଟରେ ରହିଛି। ହସ୍ପିଟାଲର ଷ୍ଟୋରରୁମ୍‌ ଭିତରେ ବିପୁଳ ବିସ୍ଫୋରକ ସାମଗ୍ରୀ ରଖାଯାଇଛି। ଏଠାରେ ବଡି ଜ୍ୟାକେଟ୍‌, ହ୍ୟାଣ୍ଡ ଗ୍ରେନେଡ୍‌, ରାଇଫଲ ଓ ରକେଟ୍‌ ପ୍ରୋପେଲ୍ଡ ଗ୍ରେନେଡ୍‌ ଆଦି ଥିବା ଇସ୍ରାଏଲ୍‌ ସେନା କହିଛି।

Israel-Palestine Conflict Hamas Tunnel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe