Advertisment

ତୀବ୍ର ହେଉଛି ବିବାଦ, ଲେବାନନ ଉପରେ ବଡ଼ ହମଲା କରିପାରେ ଇସ୍ରାଏଲ

ଲେବାନନର ୧୭ଟି ଗାଁର ଲୋକଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଛି ଇସ୍ରାଏଲ ସେନା।

Air Strike (File Photo)

Air Strike (File Photo)

Advertisment

ପୁଣି ଥରେ ଲେବାନନ ଉପରେ ଆକ୍ରମଣ କରିବାକୁ ସଜବାଜ ହେଉଛି ଇସ୍ରାଏଲ। ଲେବାନନର ସମର୍ଥିତ ହେଜବୁଲା ସଂଗଠନର ଆତଙ୍କବାଦ ଗୋଷ୍ଠୀ ଯେଉଁ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରୁଛନ୍ତି, ସେଠାରୁ ସାଧାରଣ ଲୋକଙ୍କୁ ଚାଲିଯିବାକୁ ପରାମର୍ଶ ଦେଇଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)। 

Advertisment

ଇସ୍ରାଏଲ ସେନାର ଜଣେ ଅଧିକାରୀ ସୋଶାଲ ମିଡିଆ ପୋଷ୍ଟରେ କହିଛନ୍ତି, ହେଜବୁଲ ଦ୍ୱାରା ସାମରିକ ଉଦ୍ଦେଶ୍ୟରେ ବ୍ୟବହୃତ କୋଠା ଏବଂ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସେ ସ୍ଥାନ ଖାଲି କରିବାକୁ ପରାମର୍ଶ ଦିଆଯାଉଛି। ଏସବୁ ଅଞ୍ଚଳରୁ ସାଧାରଣ ଲୋକମାନେ ଯଥା ସମ୍ଭବ ଚାଲିଯାଆନ୍ତୁ। 

ଇସ୍ରାଏଲ୍ ସେନା ଦକ୍ଷିଣ ଲେବାନନର ୧୭ଟି ଗାଁ ଏବଂ ସହରକୁ ଦର୍ଶାଇ ଏକ ମାନଚିତ୍ର ମଧ୍ୟ ପ୍ରକାଶ କରିଛି। ଲେବାନନର ଏହି ସବୁ ଗାଁରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଇସ୍ରାଏଲ ସେନା ପରାମର୍ଶ ଦେଇଛି। ତଥାପି, ସେନା କେଉଁ ଅଞ୍ଚଳରେ ଆକ୍ରମଣ କରିବାକୁ ଟାର୍ଗେଟ ରଖିଛି, ସେନେଇ କୌଣସି ଇଙ୍ଗିତ କରିନାହିଁ। 

Advertisment

ପାଲେଷ୍ଟାଇନର ସମର୍ଥିତ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଧୀରେ ଧୀରେ ପଡୋଶୀ ରାଷ୍ଟ୍ରକୁ ଘନଉଛି। ଇରାନ, ଇରାକ ଏବଂ ଲେବାନନ ପାଲେଷ୍ଟାଇନ ସମର୍ଥନରେ ବାହାରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। କିଛି ଦିନ ହେବ ଇରାନ ଏବଂ ଲେବାନରର ହେଜବୁଲା ସଂଗଠନ ଉପରେ ଆକ୍ରମଣ କରିଆସୁଛି ଇସ୍ରାଏଲ।

ତେବେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଏପରି ଭିଡିଓ ପ୍ରକାଶ କରିବା ପରେ ଇସ୍ରାଏଲ ଆଉ ଏକ ବଡ଼ ଷ୍ଟ୍ରାଇକ୍ କରିବାକୁ ଯୋଜନା କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।  

Hezbollah Lebanon Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe