Advertisment

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନ୍‌ ଉପରେ ୧୦୦ ଯୁଦ୍ଧ ବିମାନରେ କଲା ଏୟାର ଷ୍ଟ୍ରାଇକ୍‌

ଭୋରୁ ଇରାନ୍‌ର ସୈନ୍ୟ ଅଡ୍ଡା ଉପରେ ବୋମା ବର୍ଷା କରିଛି ଇସ୍ରାଏଲ। F-35 ଫଇଟର ଜେଟ୍ ଦ୍ୱାରା ୨ହଜାର କିଲୋମିଟର ଦୂର ଟାର୍ଗେଟକୁ ହିଟ୍ କରାଯାଇଛି।

Israel Attack on Iran

Israel Attack on Iran

Advertisment

ଅଶାନ୍ତ ମଧ୍ୟପ୍ରାଚ୍ୟ। ବଢ଼ି ଚାଲିଛି ଯୁଦ୍ଧ ସ୍ଥିତି। ପାଟଲା ଆକ୍ରମଣ କରିଛି ଇସ୍ରାଏଲ। ଟାର୍ଗେଟ୍‌ରେ ସୈନ୍ୟ ଠିକଣା। ଇରାନ୍‌ ଉପରେ ପ୍ରତିଶୋଧ ମୂଳକ ହମ୍‌ଲା କରିଛି ଇସ୍ରାଏଲ ସେନା। ଭୋରୁ ଇରାନ୍‌ର ସୈନ୍ୟ ଅଡ୍ଡା ଉପରେ ହୋଇଛି ବୋମା ବର୍ଷା। ୧୦୦ ଯୁଦ୍ଧ ବିମାନରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ।

Advertisment

ଇରାନ ଆକ୍ରମଣର ପାଲଟା ଜବାବ ଦେଇ ରାଜଧାନୀରେ ତେହରାନ ଉପରେ ବୋମା ବର୍ଷା କରିଛି । ଅକ୍ଟୋବର ୧ ତାରିଖରେ ଇରାନ୍‌ କରିଥିବା ହମ୍‌ଲାର ଜବାବ ଦେଇଛି ଇସ୍ରାଏଲ। ତେବେ ଏହି ଆକ୍ରମଣରେ ତତ୍କାଳ କ୍ଷୟକ୍ଷତିରେ କୌଣସି ରିପୋର୍ଟ ମିଳିନାହିଁ, ହେଲେ ଇରାନର ସେନା ଶିବିର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି। ଏହି ହମଲାକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ମଧ୍ୟ ସ୍ପଷ୍ଟ କରିଛି।

ଆଇଡିଏଫ୍‌ର ସୂଚନା ମୁତାବକ, ଇରାନର ସାମରିକ ବେସ୍‌ ସମେତ ତେହେରାନ ଏବଂ ଏହାର ଆଖପାଖ ସହରଗୁଡିକ ଉପରେ ବୋମା ମାଡ଼ କରାଯାଇଛି। ଇସ୍ରାଏଲର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ସେନା ୧୦୦ ରୁ ଅଧିକ ଯୁଦ୍ଧ ବିମାନ ବ୍ୟବହାର କରି ଇରାନ ଉପରେ ଆକ୍ରମଣ କରିଥିଲା।

Advertisment

F-35 ଫଇଟର ଜେଟ୍ ଦ୍ୱାରା ୨ହଜାର କିଲୋମିଟର ଦୂର ଟାର୍ଗେଟକୁ ହିଟ୍ କରାଯାଇଥିଲା। ଜଣେ ଆମେରିକା ଅଧିକାରୀ ନ୍ୟୁଜ୍ ଏଜେନ୍ସି ରୟଟର୍ସକୁ ସୂଚନା ଦେଇ କହିଛନ୍ତି, ଇରାନ ଉପରେ ଆକ୍ରମଣ ହେବା ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥାକୁ ଏନେଇ ସୂଚନା ମିଳିଥିଲା । ମାତ୍ର ଏହି ଅପରେସନରେ ଆମେରିକା ସେନା ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ସାମିଲ୍ ହୋଇନାହିଁ।

ଇସ୍ରାଏଲ୍ ଆକ୍ରମଣ ଉପରେ ଆମେରିକାର ହ୍ୱାଇଟ୍‌ ହାଉସ୍ କହିଛି ଯେ ଇସ୍ରାଏଲ ଆତ୍ମରକ୍ଷା ପାଇଁ ଇରାନରେ ଉପରେ ଏହି ଟାର୍ଗେଟ କରିଛି। ଚଳିତ ମାସ ଆରମ୍ଭରେ ତେହେରାନ ଇସ୍ରାଏଲଏ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ ଏହି ଆକ୍ରମଣ କରିଛି।

ଇରାନ୍‌ ଗଣମାଧ୍ୟମ କହିଛି ଯେ, ଏହି ଆକ୍ରମଣ କୌଣସି ତୈଳ ଡିପୋ କିମ୍ବା ପରମାଣୁ ଅସ୍ତ୍ର ଠିକଣା ଉପରେ ହୋଇନାହିଁ। କେବଳ ସାମରିକ ବେସକୁ ଟାର୍ଗେଟ କରାଯାଇଛି। ଏୟାର ଡିଫେନ୍ସ ସିଷ୍ଟମ୍‌ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ଟାର୍ଗେଟ୍‌ କରି ତଳକୁ ଖସାଇ ଦେଇଛି।

ଅକ୍ଟୋବର ୧ରେ ଇରାନ ଇସ୍ରାଏଲ ଉପରେ ପ୍ରାୟ ୧୮୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ପରେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ ଇରାନକୁ ଏହି ଆକ୍ରମଣର ମୂଲ୍ୟ ଦେବାକୁ ପଡ଼ିବ। ବର୍ତ୍ତମାନ ଇସ୍ରାଏଲ ପକ୍ଷରୁ ପ୍ରତିଶୋଧ ପରାୟଣ ପଦକ୍ଷେପ ନିଆଯାଇଛି।

Israel Rocket Attacks Israel Iran Conflict F35 Fighter Jet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe