Advertisment

କେମିତି ଲୁଚିଥିଲା ହମାସ୍ ମୁଖ୍ୟ ସିନୱାର୍? ଇସ୍ରାଏଲ ଜାରି କଲା ଭିଡିଓ

ଗତ ଦୁଇ ଦିନ ତଳେ ୟାହୟା ସିନଓ୍ୱାରକୁ ହତ୍ୟା କରାଯାଇଛି। ଡ୍ରୋନ୍ ଆକ୍ରମଣରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ-IDF ତାକୁ ହତ୍ୟା କରିଛି।

ଅଦ୍ୟତନ ହୋଇଛି
Sinwar

Sinwar

Advertisment

କେମିତି ଲୁଚିଥିଲା ହମାସ୍ ମୁଖ୍ୟ ୟାହିୟା ସିନୱାର୍? ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା ଆତଙ୍କବାଦୀ ସଂଗଠନ ହମାସ୍। ଆଉ ଏହାର ମାଷ୍ଟରମାଇଣ୍ଡ ଥିଲା ୟାହୟା ସିନୱାର୍। ଇସ୍ରାଏଲରେ ଯେଉଁ ସମୟରେ ନାରକୀୟକାଣ୍ଡ ଚାଲିଥିଲା ଠିକ୍ ସେତେବେଳେ ନିଜ ଖୁପିଆ ଠିକଣା ଅର୍ଥାତ ବଙ୍କର୍ ଭିତରେ ଲୁଚି ରହିଥିଲା ସିନୱାର୍।

Advertisment

ଏନେଇ ଇସ୍ରାଏଲ୍ ପକ୍ଷରୁ ସିସିଟିଭି ଫୁଟେଜ୍ ଜାରି କରାଯାଇଛି। ଏଥିରେ ଗତବର୍ଷ ୬ ଅକ୍ଟୋବର ଦିନ ନିଜ ସେଫ୍ ହେଭେନ୍‌ରେ ଛୁଆ, ସ୍ତ୍ରୀକୁ ଧରି ସିନୱାର୍ ଚାଲି ଯାଇଥିବା ଦେଖିବାକୁ ମିଳିଛି। ସାଙ୍ଗରେ ଟିଭି, ତକିଆ, ଗଦି, ପାଣି...ଯାହା ଯାହା ଆବଶ୍ୟକ ସେ ସବୁକୁ ନେଇ ବଙ୍କର୍ ଭିତରେ ସୁରକ୍ଷିତ ଜୀବନ କାଟିବାକୁ ପଳାଇଥିଲା ୟାହୟା।

ବାହାରେ ଇସ୍ରାଏଲରେ ଆତଙ୍କ ଚାଲିଥିବା ବେଳେ ବଙ୍କର୍ ଭିତରେ କିନ୍ତୁ ନିଜ ପରିବାର ଧରି ବେଶ୍ ଆରାମରେ ଥିଲା ସିନୱାର୍। କେବେଳ ସେତିକି ନୁହେଁ ସେ ଯେମିତି ବଙ୍କର ଭିତରେ ଅଧିକ ଦନ ସୁରକ୍ଷିତ ରହିପାରିବ ସେଥିପାଇଁ ତାକୁ ଉପଯୁକ୍ତ ଖାଦ୍ୟ ଓ ପାଣି ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ଭିଡିଓ କ୍ଲିପ୍‌ଟି ଗତବର୍ଷ ଅକ୍ଟୋବର ୬ ତାରିଖର ବୋଲି କୁହାଯାଉଛି। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆତକ ଆକ୍ରମଣ ହୋଇଥିଲା।

Advertisment

ଗତ ଦୁଇ ଦିନ ତଳେ ୟାହୟା ସିନଓ୍ୱାରକୁ ହତ୍ୟା କରାଯାଇଛି। ଡ୍ରୋନ୍ ଆକ୍ରମଣରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ-IDF ତାକୁ ହତ୍ୟା କରିଛି। ତେବେ ସିନଓ୍ୱାରକୁ ହତ୍ୟାର ଦୁଇ ଦିନ ପରେ ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ କିଛି ପୋଷ୍ଟର ଛାଡିଛି। ଏହି ପୋଷ୍ଟର୍‌ରେ ସିନଓ୍ୱାରର କିଭଳି ମୃତ୍ୟୁ ହୋଇଥିଲା ତା'ର ଫଟୋ ରହିଛି।

IDF Israel Attack On Hamas Yahya Sinwar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe