Advertisment

ହମାସ ଦଖଲରେ ଥିବା ଅଞ୍ଚଳକୁ ପୁଣି ନିୟନ୍ତ୍ରଣକୁ ନେଲା ଇସ୍ରାଏଲ

୩ ଦିନ ହେଲା ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟ ଲଢ଼େଇ ଜାରି ରହିଛି। ଏହି ଲଢ଼େଇରେ ବର୍ତ୍ତମାନ ସୁଦ୍ଧା ୧୧ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି। କେବଳ ଇସ୍ରାଏଲର ୭୩ ଜଣ ଯବାନଙ୍କୁ ମିଶାଇ ୭୦୦ ଜଣ ପ୍ରାଣ ହରାଇଛନ୍ତି।

Attack

Attack

Advertisment

ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ କବଜାରେ ଥିବା ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଛି ଇସ୍ରାଏଲ। ଅତିର୍କିତ ରକେଟ ଆଟାକ ପରେ ଗାଜା ଦେଇ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତର ଅନେକ ସହରରେ ହମାସ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ।

Advertisment

ସେମାନେ ଉକ୍ତ ଅଞ୍ଚଳଗୁଡ଼ିକରେ ରକ୍ତର ହୋଲି ଖେଳୁଥିବା ବେଳେ ଇସ୍ରାଏଲ ସେନା ପକ୍ଷରୁ ଦୃଢ଼ ଜବାବ ଦିଆଯାଇଥିଲେ। ଦୁଇ ଦିନର ଲଢ଼େଇ ପରେ ଇସ୍ରାଏଲ ସେନା ଗାଜା ନିକଟସ୍ଥ ଅଞ୍ଚଳଗୁଡ଼ିକୁ ନିୟନ୍ତ୍ରଣକୁ ନେଇଥିବା ଆଜି ସୂଚନା ଦେଇଛି।

ଏହାବାଦ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ପୂରା ଗାଜା ଷ୍ଟ୍ରିପ୍‌କୁ ନିୟନ୍ତ୍ରଣକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳକୁ ଖାଦ୍ୟ ଓ ତୈଳ ଯୋଗାଣ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ମଧ୍ୟ ସେ କହିଛନ୍ତି। ଗାଲାଣ୍ଟଙ୍କ ନିର୍ଦ୍ଦେଶ ପରେ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ ଦଖଲ ଉଦ୍ୟମରେ ଲାଗି ପଡ଼ିଛି। ଆକ୍ରମଣକୁ ମଧ୍ୟ ଜୋରଦାର କରିଛି।

Advertisment

୩ ଦିନ ହେଲା ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟ ଲଢ଼େଇ ଜାରି ରହିଛି। ଏହି ଲଢ଼େଇରେ ବର୍ତ୍ତମାନ ସୁଦ୍ଧା ୧୧ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି। କେବଳ ଇସ୍ରାଏଲର ୭୩ ଜଣ ଯବାନଙ୍କୁ ମିଶାଇ ୭୦୦ ଜଣ ପ୍ରାଣ ହରାଇଛନ୍ତି।

ଶନିବାର ହମାସ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରିଥିଲା। ଏହାର ଜବାବ ଦେବାକୁ ଯାଇ ଇସ୍ରାଏଲ ବାୟୁସେନା ମଧ୍ୟ ଗାଜା ଉପରେ କାଉଣ୍ଟର ଆଟାକ କରିଛି। ଗାଜା ଷ୍ଟ୍ରିପରେ ଦୀର୍ଘ ଦିନ ହେଲା ରହୁଥିବା ହମାସ ଆତଙ୍କବାଦୀ ସଂଗଠନ ଉପରେ ଇସ୍ରାଏଲ ପକ୍ଷରୁ ମିସାଇଲ ମାଡ଼ କରାଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଏବେ ଗାଜା ସଂପୂର୍ଣ୍ଣ ଭାବେ ଅନ୍ଧାର ମଧ୍ୟରେ ରହିଛି। ସେଠାରେ ବିଜୁଳି, ଖାଦ୍ୟ, ତଲ ଠାରୁ ଆରମ୍ଭ କରି ସବୁ କିଛିକୁ ଇସ୍ରାଏଲ ବନ୍ଦ କରିଦେଇଛି। ମାନବ ରୂପରେ ଥିବା ପଶୁମାନଙ୍କ ମଧ୍ୟରେ ଇସ୍ରାଏଲ ଲଢ଼େଇ କରୁଛି ଓ ଏହି ପଶୁମାନଙ୍କୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି ଗାଲାଣ୍ଟ କହିଛନ୍ତି।

War Israel-Palestine War Israel-Palestine Conflict Israel Rocket Attacks Israel Declares War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe