Advertisment

ଇରାନର ସୁପ୍ରିମ ଲିଡରଙ୍କୁ ମାରିବାକୁ ଇସ୍ରାଏଲର ସିଧା ଧମକ

ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନିଙ୍କୁ ଆଉ ରହିବାକୁ ଅନୁମତି ମିଳି ପାରିବ ନାହିଁ ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ ଧମକ ଦେଇଛନ୍ତି।

Iran

Iran

Advertisment

ଇସ୍ରାଏଲର ଗୋଟିଏ ହସ୍ପିଟାଲକୁ ଇରାନ ମିସାଇଲ ହିଟ କରିବା ପରେ ଚିହିଁକି ଉଠିଛି ତେଲ ଅଭିଭ। ଏଥିପାଇଁ ଇସ୍ରାଏଲ ପକ୍ଷରୁ ସିଧାସଳଖ ଇରାନର ସୁପ୍ରିମ ଲିଡରଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନିଙ୍କୁ ଆଉ ରହିବାକୁ ଅନୁମତି ମିଳି ପାରିବ ନାହିଁ ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ସିଧାସଳଖ ଧମକ ଦେଇଛନ୍ତି। ହସ୍ପିଟାଲ ଉପରେ ହୋଇଥିବା ହମଲା ପାଇଁ ଖାମେନି ସିଧାସଳଖ ଦାୟୀ ରହିବେ ବୋଲି ସେ କହିଛନ୍ତି।

Advertisment

ଏକ୍ସ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ କାଟଜ କହିଛନ୍ତି, “ସଶକ୍ତ ବଙ୍କର ଭିତରେ ବସିଛନ୍ତି ଇରାନର କାପୁରୁଷ ଏକଛତ୍ରବାଦୀ ଶାସକ। ସେଠାରେ ବସି ସେ ଇସ୍ରାଏଲର ହସ୍ପିଟାଲ ଓ ଆବାସିକ ବିଲଡିଂଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ଏସବୁ ଭୟଙ୍କର ଯୁଦ୍ଧ ଅପରାଧ। ନିଜର ଅପରାଧଗୁଡ଼ିକ ପାଇଁ ଖାମେନି ଦାୟୀ ରହିବେ। ଖାମେନି ରହିବା ପାଇଁ ଆଉ ଅନୁମତି ପାଇବେ ନାହିଁ।”

ଇସ୍ରାଏଲ ସେନା ସବୁ କିଛି ପନ୍ଥା ଆପଣାଇବେ ଓ ସେମାନେ ଇରାନର ସୁପ୍ରିମ ଲିଡରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ପଛାଇବେ ନାହିଁ ବୋଲି କାଟଜ ତାଙ୍କ ଏକ୍ସପୋଷ୍ଟ ମାଧ୍ୟମରେ ସଙ୍କେତ ଦେଇଛନ୍ତି। ସେ ଆହୁରି କହିଛନ୍ତି, “ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ମୁଁ ଆଇଡିଏଫକୁ ଇରାନ ବିରୋଧରେ ଆକ୍ରମଣ ଭୀଷଣ କରିବାକୁ ନିର୍ଦ୍ଦେଶ ଦେଇଛୁ। ଇସ୍ରାଏଲ ପ୍ରତି ବିପଦ ଥିବା ଟାର୍ଗେଟକୁ ତେହରାନରେ ଧ୍ୱଂସ କରିବା ଓ ଅୟତୋଲ୍ଲା ଶାସନକୁ ମୂଳପୋଛ କରିବା ଯାଏ ଆକ୍ରମଣ ଜାରି ରହିବ।”

Advertisment

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ପରେ ଇସ୍ରାଏଲ ସେନା ଅରାକ ନିକଟରେ ଥିବା ଇରାନର ଆଣବିକ ରିଆକ୍ଟର ଉପରେ ଜୋରଦାର ହମଲା କରିଛି। ସେହିପରି ନତାଞ୍ଜରେ ଥିବା ଗୋଟିଏ ସନ୍ଦିଗ୍ଧ ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କେନ୍ଦ୍ରକୁ ମଧ୍ୟ ଉଡ଼ାଇ ଦେଇଛି। ଏହାବାଦ ତେହରାନ ସମେତ ଆଉ କିଛି ସ୍ଥାନରେ ବି ଇସ୍ରାଏଲ ଏୟାର ଷ୍ଟ୍ରାଇକ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି।

ଆଜି ସକାଳୁ ଇରାନ ପକ୍ଷରୁ ତେଲ ଅଭିଭ ଓ ଦକ୍ଷିଣ ପ୍ରାନ୍ତରେ ଥିବା ବୀର ଶେଭା ସହରର ବିଭିନ୍ନ ସ୍ଥାନରେ ମିସାଇଲ ମାଡ଼ କରାଯାଇଛି। ଏଥିରେ ୩୦ ଜଣ ସାଧାରଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ବୀର ଶେଭା ଠାରେ ଥିବା ସୋରୋକା ମେଡିକାଲ ସେଣ୍ଟର ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି।

କିନ୍ତୁ ଇରାନର ସରକାରୀ ଗଣମାଧ୍ୟମ ଏହାକୁ ଖଣ୍ଡନ କରିଛି। ଇରାନ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ଡିଫେନ୍ସ ଫୋର୍ସ ସହ ଜଡ଼ିତ ଟେକ୍ନୋଲୋଜି ପାର୍କକୁ ଟାର୍ଗେଟ କରି ମିସାଇଲ ମାଡ଼ କରା ଯାଇଥିଲା। ଗାଭ-ୟାମ ନେଗେଭ ଟେକ୍ନୋଲୋଜି ପାର୍କ ଇରାନର ପ୍ରମୁଖ ଟାର୍ଗେଟରେ ରହିଥିଲା। ଏହା ଠାରୁ ହସ୍ପିଟାଲର ଦୂରତା ଅଧ କିମିରୁ କମ। ଇରାନ କୌଣସି ପ୍ରକାରରେ ହସ୍ପିଟାଲକୁ ଟାର୍ଗେଟ କରି ନାହିଁ। ମିସାଇଲ ମାଡ଼ରେ ଇସ୍ରାଏଲ ସେନାର ପାର୍କ କ୍ଷତିଗ୍ରସ୍ତ ହୋଇଥିବା ଇରାନ ସଫେଇ ଦେଇଛି।

Iran Israel Conflict Iran Israel War Ayatollah Ali Khamenei
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe