Advertisment

'Where were your eyes on October 7'; କାଉଣ୍ଟର କଲା ଇସ୍ରାଏଲ

ସୋଶାଲ ମିଡିଆରେ 'All Eyes on Rafah' ଟ୍ରେଣ୍ଡ କରିବାର ଗୋଟିଏ ଦିନ ପରେ ପ୍ରତି ଆକ୍ରମଣ କରିଛି ଇସ୍ରାଏଲ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସୋଶାଲ ମିଡିଆରେ 'All Eyes on Rafah' ଟ୍ରେଣ୍ଡ କରିବାର ଗୋଟିଏ ଦିନ ପରେ ଆକ୍ରାମଣାତ୍ମକ ଢଙ୍ଗରେ ପ୍ରତିକ୍ରିୟା ରଖିଛି ଇସ୍ରାଏଲ। ରାଷ୍ଟ୍ର ପକ୍ଷରୁ ଏକ ପୋଷ୍ଟରେ କୁହାଯାଇଛି, 'Where were your eyes on October 7' ଅର୍ଥାତ୍ 'ଅକ୍ଟୋବର 7ରେ ଆପଣଙ୍କ ଦୃଷ୍ଟି କେଉଁଠି ଥିଲା।'

Advertisment

ଏକଥା କହିବାର ଅର୍ଥ ପାଲେଷ୍ଟାଇନ ସମର୍ଥିତ ହମାସ ସଂଗଠନ ଅକ୍ଟୋବର 7, 2023ରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ହମାସ ଆକ୍ରମଣ ଉପରେ କାହିଁକି ପୂର୍ବରୁ କେହି ଚିନ୍ତା ବ୍ୟକ୍ତି କଲେ ନାହିଁ ବୋଲି ଇସ୍ରାଏଲ ପୋଷ୍ଟ ଯୋଗେ ପ୍ରଶ୍ନ କରିଛି। 

ପ୍ରକାଶ ଥାଉକି, ଅକ୍ଟୋବର 7ରେ ହମାସ ଆକ୍ରମଣରେ ପ୍ରାୟ 1200 ଇସ୍ରାଏଲ୍ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ମଧ୍ୟ ଥିଲେ। କେବଳ ଏତିକି ନୁହେଁ, ହମାସ ସଂଗଠନ ମଧ୍ୟ ଇସ୍ରାଏଲର ଅନେକ ନାଗରିକଙ୍କୁ ବନ୍ଧକ ରଖିଥିଲା। ଛୋଟ ପିଲା ଓ ଶିଶୁମାନଙ୍କୁ ବନ୍ଧକ ରଖିଥିବାର ଭିଡ଼ିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିଲା। 

Advertisment

ଏହା ପରେ ପାଲଟା ଜବାବ ଦେଇଥିଲା ଇସ୍ରାଏଲ। ଏବେ ବି ହମାସ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିରହିଛି। ଏଥିରେ ଉଭୟ ପକ୍ଷରୁ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ବଡ଼ ବଡ଼ ହସ୍ପିଟାଲ, ସପିଂ ମଲ୍, କଳ କାରଖାନା ଆଦିରେ ମାଟିରେ ମିଶି ଗଲାଣି।

ନିକଟରେ ଗାଜାର ରାଫାରେ ଇସ୍ରାଏଲ କରିଥିବା ଆକ୍ରମଣରେ 45 ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି। ଯୁଦ୍ଧରେ ନିରୀହ ଶିଶୁ ଓ ମହିଳାଙ୍କ ଜୀବନହାନୀକୁ ନେଇ ସୋଶାଲ ମିଡିଆରେ ଏକ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ପ୍ରସ୍ତୁତ ଫଟୋ ଟ୍ରେଣ୍ଡ୍ କରିଥିଲା, ଯେଉଁଥିରେ ଲେଖା ଥିଲା 'All Eyes on Rafah'।

ଅନେକ ସେଲିବ୍ରିଟି, ଜନପ୍ରତିନିଧି ତଥା ସୋଶାଲ ମିଡିଆ ବ୍ୟବହାରକାରୀ ଏହି ପୋଷ୍ଟକୁ ଶେଆର କରିଥିଲେ। ଏହା ପରେ ଇସ୍ରାଏଲ 'Where were your eyes on October 7' ଲେଖା ଥିବା ଏକ ଏଆଇ ପ୍ରସ୍ତୁତ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ଏକ ଶିଶୁ ପାଖରେ ରକ୍ତ ଛିଟା ପଡ଼ିଛି ଏବଂ ତା' ଆଗରେ ଜଣେ ବନ୍ଧୁକଧାରୀ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

ଇସ୍ରାଏଲ ଏହି ପୋଷ୍ଟର କ୍ୟାପ୍ସନରେ ଲେଖିଛି, ଆମେ କେବେ ଅକ୍ଟୋବର 7 ଉପରେ କହିବା ବନ୍ଦ କରିବୁ ନାହିଁ, ବନ୍ଧକ ମୁକ୍ତ ନ ହେବା ଯାଏ ଲଢେଇ ବନ୍ଦ କରିବୁ ନାହିଁ।  

Israel Hamas Where Were Your Eyes On October 7 All Eyes On Rafah