Advertisment

'ଗାଜାରେ ସ୍ଥଳ, ଜଳ ଓ ବାୟୁ ଭାଗରୁ ଆକ୍ରମଣ କରିବ ଇସ୍ରାଏଲ'

ଗାଜା ଉପରେ ଏକ ବଡ ଧରଣର ଅପରେସନ୍ ହୋଇପାରେ ବୋଲି ପୂର୍ବରୁ ମଧ୍ୟ ସଙ୍କେତ ମିଳିଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Israel-Hamas Attack Stuck Photo

Israel-Hamas Attack Stuck Photo

ହମାସର ଅତର୍କିତ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇପଡିଛି ଇସ୍ରାଏଲ। ହମାସଙ୍କ ଦାବିକୁ ମାନିବା ତ' ଦୂରର କଥା ସେମାନଙ୍କୁ ଧ୍ୱଂସ କରିବାକୁ ଏକ ପ୍ରକାର ପଣ କରିନେଇଛନ୍ତି ଇସ୍ରାଏଲ ସେନା। ହମାସ ଶିବିରରେ ପଶି ଆକ୍ରମଣ କରିବା ସହ ଏହି ସଂଗଠନକୁ ସମର୍ଥନ କରୁଥିବା ରାଷ୍ଟ୍ରକୁ ମଧ୍ୟ ପରୋକ୍ଷରେ ଧମକାଉଛନ୍ତି। ଏହାରି ମଧ୍ୟରେ ଇସ୍ରାଏଲ ସେନା ଆକ୍ରମଣକୁ ଆହୁରି ଭୟାନକ କରିବାକୁ ଯୋଜନା କରୁଛି।

Advertisment

ତିନି ପାର୍ଶ୍ୱରୁ ଇସ୍ରାଏଲ ଉପରେ ଆକ୍ରମଣ କରିବ ଇସ୍ରାଏଲ ସେନା। ଆକାଶ, ପୃଥିବୀ ଏବଂ ସମୁଦ୍ର ମାର୍ଗରୁ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବ। ଏନେଇ ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ଉପରେ ସ୍ଥଳ, ଜଳ, ବାୟୁ ଭାଗରୁ ଆକ୍ରମଣ କରିବକୁ ପ୍ରସ୍ତୁତ ହେଉଛନ୍ତି।

ଗାଜା ଉପରେ ଏକ ବଡ ଧରଣର ଅପରେସନ୍ ହୋଇପାରେ ବୋଲି ପୂର୍ବରୁ ମଧ୍ୟ ସଙ୍କେତ ମିଳିଥିଲା। କାରଣ ଇସ୍ରାଏଲର ବେଞ୍ଜାମିନ ନେତାନ୍ୟାହୁଙ୍କ ସରକାର 24 ଘଣ୍ଟା ମଧ୍ୟରେ ଗାଜା ଖାଲି କରିବାକୁ ଘୋଷଣା କରିଥିଲେ। ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଏହି ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ଢାଲ କରି ରହୁଛନ୍ତି। ତେଣୁ ଆକ୍ରମଣରେ ଯେପରି ସାଧାରଣ ନାଗରିକଙ୍କ କୌଣସି କ୍ଷତି ନ ଘଟେ, ସେଥିପାଇଁ ତୁରନ୍ତ ଉକ୍ତ ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଥିଲେ।

Advertisment

24 ଲକ୍ଷ ଜନସଂଖ୍ୟାର ପ୍ରାୟ 11 ଲକ୍ଷ ଲୋକ ଉତ୍ତର ଗାଜାରେ ବସବାସ କରୁଛନ୍ତି। ଏପରି ଘୋଷଣା ପରେ ତୁରନ୍ତ ସେମାନଙ୍କୁ ସ୍ଥାନ ପରିବର୍ତ୍ତନ କରିବା କଷ୍ଟକର ହୋଇପଡିଛି। କାରଣ ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ।

ଏହା ସାଙ୍ଗକୁ ଇଣ୍ଟରନେଟ୍, ବିଦ୍ୟୁତ୍ ନ ଥିବାରୁ ଅନେକ ଲୋକଙ୍କ ନିକଟରେ ଗାଜା ଛାଡିବାର ସୂଚନା ମଧ୍ୟ ପହଞ୍ଚି ନଥିବ। ଏସବୁ ମଧ୍ୟରେ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗାଜା ପରିସ୍ଥିତିକୁ ବିପଜ୍ଜନକ ବୋଲି କହିଛନ୍ତି। ଏଥିସହ ଗାଜା ଛାଡିବା ନେଇ ଇସ୍ରାଏଲର ଘୋଷଣା ଏକ ଭୟଙ୍କର ପରିଣାମ ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।

ସେପଟେ ଇସ୍ରାଏଲ ସେନାକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେନାର ବଳକୁ ମଜବୁତ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଇସ୍ରାଏଲର ଏପରି କାର୍ଯ୍ୟାନୁଷ୍ଠାନ ଆଗକୁ ଭୟଙ୍କର ପରିଣାମର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। 

Israel Hamas Israel-Palestine Conflict Palestine War Israel-Palestine War Israel Attack Israel Attack On Hamas