Advertisment

ହସ୍ପିଟାଲରେ ଲୋକଙ୍କୁ ପଣବନ୍ଦୀ କରିଥିବା ହମାସ କମାଣ୍ଡର ନିପାତ

ସିଆମ ଗାଜା ଡାକ୍ତରଖାନାରେ ଏକ ହଜାରରୁ ଅଧିକ ରୋଗୀ ଏବଂ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ରଖିବାର ଦାୟିତ୍ୱ ନେଇଥିଲା।

Hamas Commander

Hamas Commander

Advertisment

ହମାସର ଆଉ ଜଣେ ବରିଷ୍ଠ କମାଣ୍ଡରକୁ ନିପାତ କଲା ଇସ୍ରାଏଲ୍ ସେନା। ଗାଜା ଡାକ୍ତରଖାନାରେ ଏକ ହଜାରରୁ ଅଧିକ ଲୋକଙ୍କୁ ବନ୍ଦୀ କରି ରଖିଥିବା ହମାସ କମାଣ୍ଡରକୁ ସଫା କରିଛନ୍ତି ଇସ୍ରାଏଲ ସୈନ୍ୟବାହିନୀ। ଏନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ଟ୍ୱିଟ୍(ବର୍ତ୍ତମାନର ଏକ୍ସ୍) ଯୋଗେ ସୂଚନା ଦେଇଛି। 

Advertisment

ଆଇଡିଏଫ୍ ପୋଷ୍ଟ କରି କହିଛି ଯେ, ଅହମ୍ମଦ ସିଆମ ନିପାତ ହୋଇଛି। ସେ ହମାସର ନାସୀର ରାଡୱାନ କମ୍ପାନୀରେ ଜଣେ କମାଣ୍ଡର ଥିଲା। ସିଆମ ଗାଜା ଡାକ୍ତରଖାନାରେ ଏକ ହଜାରରୁ ଅଧିକ ରୋଗୀ ଏବଂ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ରଖିବାର ଦାୟିତ୍ୱ ନେଇଥିଲା। ଆକ୍ରମଣ ସମୟରେ ପଣବନ୍ଦୀ କରି ରଖିଥିବା ବନ୍ଦୀମାନଙ୍କୁ ମାନବ ଢାଲ ରୂପେ ବ୍ୟବହାର କରୁଥିଲା।  

ଯୁଦ୍ଧ ପରଠାରୁ ଇସ୍ରାଏଲ ସେନା ଏକାଧିକ ହମାସ କମାଣ୍ଡରଙ୍କୁ ନିପାତ କରିସାରିଲାଣି। ଆକ୍ରମଣକୁ ଗୋଟିଏ ମାସ ବିତି ସାରିଥିଲେ ବି ଏବେ ବି ପରିସ୍ଥିତି ଭୟଙ୍କର ପରିସ୍ଥିତିରେ ରହିଛି। ଉଭୟ ପକ୍ଷରୁ ଆଖି ବୁଜା ଗୁଳି ବର୍ଷା ସହ ଏୟାର୍ ଷ୍ଟ୍ରାଇକ୍ କରାଯାଉଛି। ବିଶେଷ କରି ହସ୍ପିଟାଲ ଉପରେ ଆକ୍ରମଣ ଫଳରେ ନବଜାତ ଶିଶୁଙ୍କ ସମେତ ରୋଗୀମାନେ ପ୍ରାଣ ହରାଉଛନ୍ତି।

Advertisment

ଗତକାଲି ଅଲ୍-ଶିଫା ହସ୍ପିଟାଲରେ ପୁଣି ଦୁଇ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହେବା ସହ 10ରୁ ଊର୍ଦ୍ଧ୍ୱ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ପାଲେଷ୍ଟାଇନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପରେ ଶିଶୁମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ଥିବା କହିଛି ଇସ୍ରାଏଲ।

ଅକ୍ଟୋବର 7ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲର ପ୍ରାୟ 1200ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଜାରେ 10 ହଜାର ଲୋକ ପ୍ରାଣ ହରାଇଛନ୍ତି। 

Palestine Israel-Palestine Conflict Hamas Israel-Palestine War War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe