Advertisment

ରାଫା ଉପରେ ଆକ୍ରମଣ, ଗାଜାର ସବୁ ସୀମା କବ୍‌ଜା କଲା ଇସ୍ରାଏଲ

ଜାତିସଂଘର ସର୍ବୋଚ୍ଚ ନ୍ୟାୟାଳୟ ରାଫା ସହର ଉପରେ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଅଣଦେଖା କରିଛି ଇସ୍ରାଏଲ୍‌।

Israel Defense Force

Israel Defense Force

Advertisment

ଥମିବାର ନାଁ ନେଉ ନାହିଁ ଯୁଦ୍ଧ। ଗତ ୭ମାସରୁ ଅଧିକ ସମୟ ହେବ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଗାଜାର ସବୁ ସୀମାକୁ କବ୍‌ଜା କରିଛି ଇସ୍ରାଏଲ୍‌। ଗାଜା ଓ ଇଜିପ୍ଟ ସୀମାରେ ଥିବା ଏକ ବଫର୍‌ ଜୋନ୍‌ ଉପରେ ଇସ୍ରାଏଲ୍‌ ସେନା କବ୍‌ଜା କରିଥିବା ସୂଚନା ମିଳିଛି। ଏହାକୁ ନେଇ ହମାସ ଆତଙ୍କବାଦୀଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଏହା ସହିତ ଇସ୍ରାଏଲ ସୈନିକମାନେ ଟ୍ୟାଙ୍କର୍‌ ଧରି ରାଫାରେ ପ୍ରବେଶ କରିଛନ୍ତି। ସେମାନେ ରାଫା ଭିତରେ ପଶି ଜୋରଦାର ଆକ୍ରମଣ କରିବା ସହ ଗୁଳି ଚଳାଇବା ଅଭିଯାନ ଆରମ୍ଭ କରିଛନ୍ତି।

Advertisment

ଇସ୍ରାଏଲ୍ ସେନା ବୁଧବାର କହିଛି ଯେ ପାଲେଷ୍ଟାଇନ ଅଞ୍ଚଳ ସୀମାବର୍ତ୍ତୀ ସମଗ୍ର ଜମି ଉପରେ ନିୟନ୍ତ୍ରଣ ହାସଲ କରାଯାଇଛି। ଅନ୍ତର୍ଜାତୀୟ କୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଇସ୍ରାଏଲ୍ ଏହାକୁ ଅଣଦେଖା କରିଛି। କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଗାଜାର ରାଫା ଉପରେ ଏହି ଆକ୍ରମଣ କରିଛି ଇସ୍ରାଏଲ ସେନା।

ରାଫା ସହର ଉପରେ ଆକ୍ରମଣ ବନ୍ଦ କରିବାକୁ ନିକଟରେ ଅନ୍ତର୍ଜାତୀୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ପରେ ମଧ୍ୟରେ ଇସ୍ରାଏଲର ସୈନିକମାନେ ଦକ୍ଷିଣ ଗାଜାରେ ଥିବା ରାଫା ସହର ଉପରେ ଆଖିବୁଜା ଆକ୍ରମଣ ଜାରି ରଖିଛନ୍ତି। ଏହା ସେହି ସ୍ଥାନ ଯେଉଁଠାରେ ପୂର୍ବରୁ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଆଶ୍ରୟ ନେଇଥିଲେ।

Advertisment

ମୁଖ୍ୟ ସାମରିକ ମୁଖପାତ୍ର ଡାନିଏଲ ହାଗରୀ ଏକ ଟେଲିଭିଜନକୁ ସୂଚନା ଦେଇ କହିଛନ୍ତି ଯେ ଇସ୍ରାଏଲ୍ ସୈନ୍ୟବାହିନୀ ଗାଜା ଷ୍ଟ୍ରିପ୍‌ର ଏକମାତ୍ର ସୀମାରେ ଥିବା ୧୪ କିଲୋମିଟର କରିଡର ପାଇଁ ଇସ୍ରାଏଲ୍ ସୈନ୍ୟଙ୍କ କୋଡ୍ ନାମ ବ୍ୟବହାର କରିଛି। “ଫିଲାଡେଲଫିଆ କରିଡର” ଦେଇ ମିଶରକୁ ଟାର୍ଗେଟ କରି ଏହାକୁ ଉପରେ ନିୟନ୍ତ୍ରଣ ହାସଲ କରାନେଇଛି।

ଫିଲାଡେଲଫିଆ କରିଡର୍‌ ହମାସ ପାଇଁ ଅକ୍ସିଜେନ ଲାଇନ୍‌ ଭଳି କାମ କରୁଥିଲା, ଯାହାକୁ ସେ ନିୟମିତ ଭାବରେ ବ୍ୟବହାର କରି ଗାଜା ଷ୍ଟ୍ରିପ୍‌ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିଲା ବୋଲି ଡାନିଏଲ୍‌ କହିଛନ୍ତି।

ଇଜିପ୍ଟ ସହିତ ଗାଜା ଷ୍ଟ୍ରିପ୍ ସୀମାରେ ଥିବା ଗାଜାର ଦକ୍ଷିଣ ପାର୍ଶ୍ୱରେ ଏହା ଏକମାତ୍ର ଭୂମି ଥିଲା ଯାହାକୁ ଇସ୍ରାଏଲ ଏପର୍ଯ୍ୟନ୍ତ ସିଧାସଳଖ ନିୟନ୍ତ୍ରଣ କରିନଥିଲା। ଜାତିସଂଘର ସର୍ବୋଚ୍ଚ ନ୍ୟାୟାଳୟ ରାଫା ସହର ଉପରେ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବୁଧବାର ରାଫା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ପୂର୍ବରୁ ଟ୍ୟାଙ୍କ ପଠାଇଥିଲା। ସେପଟେ ଅକ୍ଟୋବର ୭ରେ ବନ୍ଧା ହୋଇଥିବା ଇସ୍ରାଏଲ ବାସିନ୍ଧାଙ୍କୁ ତୁରନ୍ତ ଏବଂ ବିନା ସର୍ତ୍ତରେ ମୁକ୍ତ କରିବାକୁ ବିଶ୍ୱ କୋର୍ଟ ହାମାସକୁ ନିର୍ଦ୍ଦେଶ ଦେଇଛନ୍ତି।

Israel Israel-Palestine War Israel Seizes Gaza's Border
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe