Advertisment

ପ୍ରଥମେ ଇରାନ୍‌ର ପରମାଣୁ ଠିକଣାକୁ ଉଡ଼ାଅ, ପରେ ଅନ୍ୟ ଚିନ୍ତା: ଟ୍ରମ୍ପ

ଇରାନ୍‌ ବିରୋଧରେ ଇସ୍ରାଏଲକୁ ଉସକାଇଛନ୍ତି ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଇସ୍ରାଏଲ। କୌଣସି ମୁହୁର୍ତ୍ତରେ ବଡ଼ ଆକ୍ରମଣ କରିପାରେ ଇସ୍ରାଏଲ। ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର। ୟୁରାନିଅମ୍ ଖଣି, ସାମରିକ ଘାଟିକୁ ଧ୍ୱଂସ କରିବାକୁ ଯୋଜନା କରିଛି ଆଇଡିଏଫ। ଇରାନ୍‌ ୨୦୦ରୁ ଅଧିକ ରକେଟ୍‌ ମାଡ଼ କରିବା ପରେ ରକ୍ତମୁଖା ହୋଇପଡିଛି ଇସ୍ରାଏଲ। ଏହାରି ଭିତରେ ଇରାନ୍‌ ବିରୋଧରେ ଇସ୍ରାଏଲକୁ ଉସକାଇଛନ୍ତି ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

Advertisment

ଇରାନ୍‌ ଉପରେ ପ୍ରତିଶୋଧ ନେଉ ଇସ୍ରାଏଲ। ଜବାବୀ ଆକ୍ରମଣ କରି ପ୍ରଥମେ ଇରାନ୍‌ର ପରମାଣୁ ଠିକଣା ଗୁଡିକୁ ଉଡାଇ ଦେଉ। ପରେ ଅନ୍ୟ କଥା ଚିନ୍ତା କରିବ ବୋଲି କହିଛନ୍ତି ଟ୍ରମ୍ପ। ଉତ୍ତର କ୍ୟାରୋଲିନାରେ ଏକ କାର୍ଯ୍ୟକ୍ରମ ବେଳେ ସେ ଏହି କଥା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ ସେ ଇରାନ ବିଷୟରେ ସେ କ’ଣ ଭାବୁଛନ୍ତି, ସେ ଇରାନ ଉପରେ ଆକ୍ରମଣ କରିଥାନ୍ତେ କି? ଏହା ଉପରେ ସେ କହିଥିଲେ, ଯେପର୍ଯ୍ୟନ୍ତ ସେମାନେ ପରମାଣୁ ସାମଗ୍ରୀ ଉପରେ ଆକ୍ରମଣ କରିନଥାନ୍ତେ, ସେପର୍ଯ୍ୟନ୍ତ ସେ ଚୁପ୍‌ ବସିଥାନ୍ତେ। ଏହାପରେ ସେ ମୁହଁତୋଡ଼ ଜବାବ ଦେଇଥାନ୍ତେ। 

Advertisment

ଏହାପର୍ବୂରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇରାନ୍‌ର ଆଣବିକ ସ୍ଥାନ ଉପରେ ଆକ୍ରମଣକୁ ସମର୍ଥନ କରିବେ ନାହିଁ ବୋଲି କହିଥିଲେ। ଇରାନ୍‌ର ମିସାଇଲ୍‌ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶର ନେତାମାନେ ଇସ୍ରାଏଲକୁ ଧୈର୍ଯ୍ୟ ଧରି ରହିବାକୁ ନିବେଦନ କରିଛନ୍ତି। ସେପଟେ ଇରାନ ଆକ୍ରମଣର ନିଶ୍ଚିତ ଭାବେ ପ୍ରତିଶୋଧ ନେବ ବୋଲି ଇସ୍ରାଏଲ କହିଛି।

Donald Trump Israel Iran Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe