Advertisment

ହମାସ ବିରୋଧରେ ଇସ୍ରାଏଲ ଆରମ୍ଭ କଲା ‘ଅପରେସନ ଆଇରନ ସୋର୍ଡସ’

ସ୍ଥିତିକୁ ଦେଖି ଇସ୍ରାଏଲରେ ସବୁ ସ୍କୁଲ ଓ କଲେଜକୁ ଛୁଟି କରି ଦିଆଯାଇଛି। ହାମସା ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ପଶି ସାରିଥିବାରୁ ସେମାନଙ୍କ ମୁକାବିଲା ମଧ୍ୟ କରାଯାଉଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ଯୁଦ୍ଧ ପରିସ୍ଥିତି ଘୋଷଣା କରିବା ସହ ହମାସ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ଆଇରନ ସୋର୍ଡସ’ ଆରମ୍ଭ କରିଛି ଇସ୍ରାଏଲ। ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହାମସା ବିରୋଧରେ ଇସ୍ରାଏଲ ବାୟୁ ସେନା ମିସାଇଲ ମାଡ଼ କରିଛି।

Advertisment

‘ଅପରେସନ ଆଇରନ ସୋର୍ଡସ’ ଦ୍ୱାରା ଗାଜା ଷ୍ଟ୍ରପ୍‌ରେ ଥିବା ହମାସର ଏକାଧିକ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ଇସ୍ରାଏଲ ସେନାର ମୁଖପାତ୍ର କହିଛନ୍ତି, “ମିଳିତ ଭାବେ ଅପରେସନ ଆରମ୍ଭ କରାଯାଇଛି। ଆକାଶପଥରେ ପାରାଗ୍ଲାଇଡର୍ସ ରହିଥିବା ବେଳେ ସମୁଦ୍ର ଓ ସ୍ଥଳପଥରେ ମଧ୍ୟ ଯବାନମାନେ କାଉଣ୍ଟର ଆଟାକ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଆମେ ଲଢ଼େଇ କରୁଛୁ। ଗାଜା ଷ୍ଟ୍ରିପର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆମର ଲଢ଼େଇ ଚାଲିଛି। ଆମ ଫୋର୍ସ ସ୍ଥଳ ଭାଗରେ ମଧ୍ୟ ରହିଛନ୍ତି।”

ସେହିପରି ସ୍ଥିତିକୁ ଦେଖି ଇସ୍ରାଏଲରେ ସବୁ ସ୍କୁଲ ଓ କଲେଜକୁ ଛୁଟି କରି ଦିଆଯାଇଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ପଶି ସାରିଥିବାରୁ ସେମାନଙ୍କ ମୁକାବିଲା ମଧ୍ୟ କରାଯାଉଛି।

Advertisment

ଆଜି ଇସ୍ରାଏଲର ରାଜଧାନୀ ତେଲଅଭିଭରେ ଥିବା ପ୍ରତିରକ୍ଷା ମୁଖ୍ୟାଳୟରେ ଦେଶର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ବସିଥିଲା। ଏହାପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ ହମାସ ଆକ୍ରମଣ କରି ବହୁତ ବଡ଼ ଭୁଲ କରି ଦେଇଛି। ପାଲେଷ୍ଟାଇନର ଆତଙ୍କୀ ସଂଗଠନ ଯୁଦ୍ଧ ଆରମ୍ଭ କରିଛି। କିନ୍ତୁ ଆମେ ଏହି ଲଢ଼େଇରେ ଜିତିବୁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ହମାସ ପକ୍ଷରୁ ଆଜି ହଠାତ୍‌ ଇସ୍ରାଏଲ ଉପରେ ୫ ହଜାର ରକେଟ ମାଡ଼ କରାଯାଇଥିଲା। ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ। ରକେଟ ଆଟାକ ପରେ ହାମସା ଆତଙ୍କବାଦୀମାନେ ଗାଜା ସୀମା ଦେଇ ଇସ୍ରାଏଲରେ ପ୍ରବେଶ କରିଛନ୍ତି।

ସେମାନେ ଲୋକଙ୍କୁ ଗୁଳି କରୁଥିବା ବେଳେ ଅପହରଣ ମଧ୍ୟ କରିବାରେ ଲାଗିଛନ୍ତି। ମହିଳା ଓ ଯୁବତୀମାନେ ମଧ୍ୟ ସେମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇ ନାହାନ୍ତି।

Israel Rocket Attacks Israel Declares War Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe