Advertisment

ଇରାନରେ ଇସ୍ରାଏଲର ଆକ୍ରମଣ ଜାରି, ଯୁଦ୍ଧ ମୁହଁରେ ମଧ୍ୟପ୍ରାଚ୍ୟ

ଇରାନ ମଧ୍ୟ ଇସ୍ରାଏଲକୁ ଜବାବ ଦେବା ପାଇଁ ୧୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ଅବଶ୍ୟ ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରି ଦେଇଛି, କିନ୍ତୁ ଇରାନ ପ୍ରତିଶୋଧ ନେବ ବୋଲି ଘୋଷଣା କରିଛି।

air

air

Advertisment

ଶୁକ୍ରବାର ଭୋରରୁ ଇରାନ ଉପରେ ଇସ୍ରାଏଲ କରିଥିବା ଆକ୍ରମଣ ଏବେ ବି ଜାରି ରହିଛି। ଇରାନର ପ୍ରମୁଖ ଆଣବିକ ସ୍ଥାନଗୁଡ଼ିକରେ ଇସ୍ରାଏଲ ଆକ୍ରମଣ କରୁଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଇରାନ ସରକାରଙ୍କ ସହ ଜଡ଼ିତ ଗଣମାଧ୍ୟମ କହିଛି ଯେ ନତାଞ୍ଜ ଆଣବିକ କେନ୍ଦ୍ରକୁ ଗୋଟିଏ ମିସାଇଲ ମାଡ଼ କରାଯାଇଛି।

Advertisment

ସେହିପରି ତାବ୍ରିଜ ଓ ଶିରାଜ ଭଳି ସହରରେ ମଧ୍ୟ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି। ଶୁକ୍ରବାର ଭୋରରୁ ଇସ୍ରାଏଲ କରିଥିବା ହମଲାରେ ଇରାନ ନିଜର ସେନା ମୁଖ୍ୟଙ୍କ ସମେତ ଏକାଧିକ ବୈଜ୍ଞାନିକ ଓ ବରିଷ୍ଠ କମାଣ୍ଡରଙ୍କୁ ହରାଇଛି। ଏହାପରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ଇରାନ ସରକାର ଲୋକଙ୍କୁ ଦେଶର ସେନା ଉପରେ ବିଶ୍ୱାସ ରଖିବାକୁ ଅନୁରୋଧ କରିଛନ୍ତି। ଏସବୁ ଭିତରେ ଇସ୍ରାଏଲର ହମଲା ବନ୍ଦ ହୋଇନାହିଁ।

ଇରାନ ମଧ୍ୟ ଇସ୍ରାଏଲକୁ ଜବାବ ଦେବା ପାଇଁ ୧୦୦ରୁ ଅଧିକ ଡ୍ରୋନ ମାଡ଼ କରିଛି। ଅବଶ୍ୟ ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରି ଦେଇଛି, କିନ୍ତୁ ଇରାନ ପ୍ରତିଶୋଧ ନେବ ବୋଲି ଘୋଷଣା କରିଛି। ଇସ୍ରାଏଲ ଓ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା କାରଣରୁ ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧର ଆଁରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଇରାନ ଓ ଇସ୍ରାଏଲ ମଧ୍ୟରେ ପୂର୍ଣ୍ଣକାଳୀନ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Advertisment

କ’ଣ ସବୁ ଘଟିଛି?

ଇସ୍ରାଏଲ ଶୁକ୍ରବାର ଭୋର ସମୟରେ କରିଥିବା ଏୟାର ଷ୍ଟ୍ରାଇକରେ ଇରାନ ତା’ର ୩ ପ୍ରମୁଖ ଶକ୍ତିଶାଳୀ ଅଧିକାରୀଙ୍କୁ ହରାଇଛି ଓ ଦେଶର ଏକାଧିକ ପ୍ରମୁଖ ସାମରିକ ଏବଂ ଆଣବିକ କାର୍ଯ୍ୟକ୍ରମ ଚାଲିଥିବା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବାନୀ ଦେଇ କହିଛନ୍ତି ଯେ ଅପରେସନ ଏଯାଏ ସରିନି। ଇରାନ ଠାରୁ ରହିଥିବା ସମସ୍ତ ବିପଦ ଶେଷ ନ ହେବା ଯାଏ ଆକ୍ରମଣ ବନ୍ଦ ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି।

ନେତାନ୍ୟାହୁଙ୍କ ଏପରି ଘୋଷଣା ସତ୍ତ୍ୱେ ଶୁକ୍ରବାର ହମଲା ବଦଲା ନେବାକୁ ତେହରାନ ଚେଷ୍ଟା କରିଛି। ଇସ୍ରାଏଲକୁ ଟାର୍ଗେଟ କରି ଇରାନ ୧୦୦ରୁ ଅଧିକ ଡ୍ରୋନ ମାଡ଼ କରିଥିବା ଆଇଡିଏଫ ସୂଚନା ଦେବା ସହ ଏହାକୁ ଅକାମୀ କରି ଦେଇଥିବା କହିଛି।

ଅପ୍ରତ୍ୟାଶିତ ଆକ୍ରମଶ: ଇସ୍ରାଏଲ ପକ୍ଷରୁ ୨୦୦ଟି ଯୁଦ୍ଧ ବିମାନ ଜରିଆରେ ଇରାନକୁ ଆକ୍ରମଣ କରାଯାଇଛି। ୩୩୦ରୁ ଅଧିକ ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ରର ଏୟାର ଡ୍ରପିଂ ଇରାନରେ କରିବା ସହ ତେହରାନ ସମେତ ଦେଶର ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ଟାର୍ଗେଟକୁ ହିଟ କରାଯାଇଛି। ଆକ୍ରମଣ ଏବେ ଜାରି ରହିଛି ଓ ଏହା ଗୋଟିଏ ଦିନରେ ସରିବ ନାହିଁ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।

ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ: ଇରାନର ପ୍ରତିରକ୍ଷା ଓ ଆଣବିକ କାର୍ଯ୍ୟକ୍ରମ ସହ ଜଡ଼ିତ ଅନେକ ପ୍ରମୁଖ ଅଧିକାରୀ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସ ବା ଆଇଆରଜିସିର କମାଣ୍ତର ଇନ ଚିଫ, ଇରାନ ସଶସ୍ତ୍ର ବଳର ମୁଖ୍ୟ ଓ ଇରାନ ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନଙ୍କ ଘନିଷ୍ଠ ସହଯୋଗୀ ପ୍ରମୁଖ ରହିଛନ୍ତି। ଇରାନ ଆଣବିକ କାର୍ଯ୍ୟକ୍ରମକୁ ବିସ୍ତାର କରିବାକୁ ଚାହୁଁଥିବା ବେଳେ ଏହା ସହ ଜଡ଼ିତ ୬ ଜଣ ବୈଜ୍ଞାନିକଙ୍କୁ ମଧ୍ୟ ଇସ୍ରାଏଲ ହତ୍ୟା କରିଛି।

ଆଣବିକ କାର୍ଯ୍ୟକ୍ରମ ସ୍ଥଳକୁ ଟାର୍ଗେଟ: ନତାଞ୍ଜରେ ଇରାନର ପ୍ରମୁଖ ଆଣବିକ କେନ୍ଦ୍ର ରହିଛି। ଇସ୍ରାଏଲ ଶୁକ୍ରବାର କରିଥିବା ହମଲାରେ ଏହା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ବିପୁଳ ପରିମାଣର ଆଣବିକ ବୋମା ତିଆରି କରିବା ପାଇଁ ୟୁରାନିୟମ ରହିଥିଲା। କିନ୍ତୁ ଆକ୍ରମଣ ପରେ ମଧ୍ୟ ଏଠାରେ ବିକରଣ ଭଳି ସମସ୍ୟା ଦେଖାଯାଇନି।

ଶୁକ୍ରବାର ନୂଆ ଷ୍ଟ୍ରାଇକ: ଇରାନୀୟ ମିଡିଆରେ କୁହାଯାଇଛି ଯେ ଇସ୍ରାଏଲ ପକ୍ଷରୁ ତାବ୍ରିଜ ସହରକୁ ଟାର୍ଗେଟ କରାଯାଇଛି। ବିସ୍ଫୋରଣ ପରେ ପୂରା ଅଞ୍ଚଳ ଧୂଆଁ ମୟ ହୋଇଛି। ତାବ୍ରିଜ ଏୟାର ପୋର୍ଟରେ ମଧ୍ୟ ଇସ୍ରାଏଲର ଆକ୍ରମଣ ଜାରି ରହିଛି।

Israel Israel-Iran War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe