Advertisment

ଗାଜା ସ୍କୁଲରେ ଇସ୍ରାଏଲର ଆକ୍ରମଣ, ୧୩ ମୃତ

ଏନେଇ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସରକାରୀ ଖବର ଏଜେନ୍ସି WAFA ସୂଚନା ଦେଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Gaza

Gaza

କିଛି ଦିନର ବିରତି ପରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ। ଗାଜାର ସ୍କୁଲ୍ ଏବଂ ଆବାଶିକ କୋଠା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଏଥିରେ ୧୩ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ ଘଟି ଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି।

Advertisment

ଏନେଇ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସରକାରୀ ଖବର ଏଜେନ୍ସି WAFA ସୂଚନା ଦେଇଛି। WAFA କହିଛି ଯେ, ଗାଜାର ସ୍କୁଲ୍ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତମାନଙ୍କ ମଧ୍ୟରେ ଆଠ ଜଣ ଶରଣାର୍ଥୀ ଥିଲେ।

ଇସ୍ରାଏଲ୍ ସେନା ଏକ ବିବୃତ୍ତିରେ କହିଛି ଯେ, ହମାସ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟରରେ ଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଛି। ଏମାନଙ୍କୁ ଉତ୍ତର ଗାଜାର 'ହଲିମା ଅଲ-ସାଦିଆ' ସ୍କୁଲ୍ ଆଶ୍ରୟସ୍ଥଳରେ ଲୁଚାଇ ରଖାଯାଇଥିଲା। 

Advertisment

ତେବେ ଗାଜାରେ ପିଲାମାନଙ୍କୁ ପୋଲିଓ ଟିକା ଦେବା ପାଇଁ ତିନି ଦିନ ଯୁଦ୍ଧ ବିରାମ ରହିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନ କ୍ରମେ ଅଗଷ୍ଟ 30ରୁ 3 ଦିନ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ରହିଥିଲା। ଏହାପରେ ପୁଣି ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ।

ଗତ ବର୍ଷ ଅକ୍ଟୋବର ୭ରେ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ଘନଘନ ରକେଟ ମାଡ଼ କରିଥିଲେ। ଏଥିରେ ପ୍ରାୟ ୧୧୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ହମାସ ସଂଗଠନ ମଧ୍ୟ ଇସ୍ରାଏଲର ୨୫୦ ଜଣଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ଇସ୍ରାଏଲ ସେନା ଗାଜା ସମେତ ପାଲେଷ୍ଟାଇନର ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛି।

Israel Hamas Israel-Palestine Conflict Palestine War Israel-Palestine War