Advertisment

ଜାଗା ଛାଡ଼ିବାକୁ ୧୧ ଲକ୍ଷ ଗାଜାବାସୀଙ୍କୁ ଇସ୍ରାଏଲ ସେନାର ତାଗିଦ, 'ଭୟଙ୍କର ପରିଣାମ'ର ଚେତାବନୀ ଦେଲା ଜାତିସଂଘ

ଗାଜାରେ ଥିବା ୧୧ ଲକ୍ଷ ବାସିନ୍ଦାଙ୍କୁ ଦକ୍ଷିଣ ପାର୍ଶ୍ୱକୁ ସ୍ଥାନାନ୍ତର ହେବାକୁ କହିଛି ଇସ୍ରାଏଲ ସେନା।

ଅଦ୍ୟତନ ହୋଇଛି
Israel-Hamas War

Israel-Hamas War

Advertisment

ଷଷ୍ଠ ଦିନରେ ପହଞ୍ଚିଛି ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ। ଏହାରି ମଧ୍ୟରେ ଗାଜାରେ ଥିବା ଅନ୍ତେବାସୀ ତୁରନ୍ତ ସ୍ଥାନ ଖାଲି କରନ୍ତୁ ବୋଲି ଇସ୍ରାଏଲ ସେନା ଚାହୁଁଛି। ଆଜି ଇସ୍ରାଏଲ୍ ସେନା ଗାଜାରେ ଥିବା ପ୍ରାୟ ୧୧ ଲକ୍ଷ ବାସିନ୍ଦା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଯିବାକୁ ଚେତାବନୀ ଦେଇଛି।

Advertisment

ଇସ୍ରାଏଲ ସେନାର ଏପରି ନିଷ୍ପତ୍ତି ପରେ ଭୟଙ୍କର ପରିଣାମର ପୂର୍ବାନୁମାନ କରିଛି ଜାତିସଙ୍ଘ। ଇସ୍ରାଏଲ୍ ଖୁବ୍ ଶୀଘ୍ର ଏହାର ଉତ୍ତର ପାର୍ଶ୍ୱରୁ ଘାତକ ଆକ୍ରମଣ କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛନ୍ତି।

ଇସ୍ରାଏଲ୍ ସୈନ୍ୟବାହିନୀ କହିଛନ୍ତି ଯେ, ଗାଜା ସହର ତଳେ ଥିବା ଟନେଲରେ ହମାସ ସଂଗଠନ କର୍ମୀ ଲୁଚି ରହିଛନ୍ତି। ଏଥିପାଇଁ ସେଠାରେ ଥିବା ସାଧାରଣ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବାକୁ କୁହାଯାଇଛି। 

Advertisment

ଇସ୍ରାଏଲ୍ ସେନା କହିଛନ୍ତି, "ଗାଜା ବାସିନ୍ଦା, ଆପଣଙ୍କର ବ୍ୟକ୍ତିଗତ ସୁରକ୍ଷା ତଥା ପରିବାରର ସୁରକ୍ଷା ପାଇଁ ଦକ୍ଷିଣ ପାର୍ଶ୍ୱକୁ ପଳାଇଯାଆନ୍ତୁ। ହମାସ ଆତଙ୍କବାଦୀଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ, ଯେଉଁମାନେ ଆପଣଙ୍କୁ ମାନବ କବଚ ଭାବରେ ବ୍ୟବହାର କରୁଛନ୍ତି। IDF(ଇସ୍ରାଏଲ ସେନା) ଆଗାମୀ ଦିନରେ ଗାଜା ସହର ଉପରେ ଆକ୍ରମଣ ଜାରି ରଖିବ। କିନ୍ତୁ ଏଥିରେ ଯେପରି କୌଣସି ସାଧାରଣ ନାଗରିକଙ୍କର କ୍ଷତି ନ ହୁଏ, ସେଥିପ୍ରତି ଧ୍ୟାନ ଦେବ ବୋଲି ଇସ୍ରାଏଲ ସେନା କହିଛନ୍ତି। 

ମିଳିତ ଜାତିସଂଘ ଇସ୍ରାଏଲ ସୈନ୍ୟବାହିନୀକୁ କୌଣସି ଭୟଙ୍କର ପରିସ୍ଥିତି ନ ଉପୁଯାଇବା ପାଇଁ ଆହ୍ୱାନ କରିଛି। ଗାଜାବାସୀଙ୍କ ସ୍ଥାନାନ୍ତର ଆଦେଶକୁ ପ୍ରତ୍ୟାହାର କରିନେବାକୁ ଜାତିସଂଘ କହିଛି।ପ୍ରକାଶ ଥାଉ କି, ଗାଜା ଦକ୍ଷିଣରେ ଇଜିପ୍ଟ ଏବଂ ଉତ୍ତର ଓ ପୂର୍ବରେ ଇସ୍ରାଏଲ ସହ ସୀମା ଆବଣ୍ଟନ କରିଛି। 

ଇସ୍ରାଏଲ-ହାମାସ ଯୁଦ୍ଧକୁ ଗୋଟିଏ ସପ୍ତାହ ହେବାକୁ ବସିଥିବା ବେଳେ କୌଣସି ଅଞ୍ଚଳକୁ ଶାନ୍ତି ଫେରିପାରୁ ନାହିଁ, ବରଂ ଯୁଦ୍ଧ ଆଶଙ୍କା ଅଧିକ ଘନଉଛି। ଶନିବାର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲରେ ଅତି କମରେ ୧,୨୦୦ ଲୋକ ଏବଂ ଗାଜା ଷ୍ଟ୍ରିପରେ ୧,୪୦୦ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ଇସ୍ରାଏଲ୍ ଅଞ୍ଚଳରେ ୧,୫୦୦ ହାମାସ କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଥିବା ସରକାର ଦାବି କରିଛନ୍ତି।

ସେପଟେ ଆମେରିକାର ଶୀର୍ଷ କୂଟନୀତିଜ୍ଞ ଆଣ୍ଟୋନି ବ୍ଲିଙ୍କେନ୍ ଗତକାଲି ତେଲ୍ ଆଭିଭ ଗସ୍ତ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ତାଙ୍କ ଦେଶର ସମର୍ଥନ ରହିଥିବା କହିଛନ୍ତି। ଆମେରିକା ଭଳି ଶକ୍ତିଶାଳୀ ଦେଶ ଇସ୍ରାଏଲ ସପକ୍ଷରେ ରହିବା ପରେ ଯୁଦ୍ଧ ଆହୁରି ଭୟାନକ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଇସ୍ରାଏଲ-ହାମାସ ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତା' ଉପରେ ସମସ୍ତଙ୍କ ନଜର।

Israel Hamas Israel-Palestine Conflict Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe