Advertisment

ଇରାନକୁ ବଡ଼ଧମକ ଦେଲା ଇସ୍ରାଏଲ: କହିଲା- ପୂର୍ବଥର ଛାଡ଼ିଥିବା ସ୍ଥାନକୁ ହିଟ୍‌ କରିବୁ

ଯଦି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପୁଣି ଆକ୍ରମଣ କରାଯାଏ କିମ୍ବା ତେହରାଜ ନାଲି ଆଖି ଦେଖାଇବ, ତା’ହେଲେ ଏହାର ଜବାବ ପୂର୍ବ ତୁଳନାରେ ଆହୁରି ଭୟଙ୍କର ହେବ ବୋଲି ଇସ୍ରାଏଲ କହିଛି।

Israel

Israel

Advertisment

ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ପୁଣି ତୀବ୍ର ହୋଇଛି। ଇରାନକୁ ଖୋଲା ଧମକ ଦେଇଛନ୍ତି ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ)ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେରଜି ହାଲେଭି। ଯଦି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପୁଣି ଆକ୍ରମଣ କରାଯାଏ କିମ୍ବା ତେହରାଜ ନାଲି ଆଖି ଦେଖାଇବ, ତା’ହେଲେ ଏହାର ଜବାବ ପୂର୍ବ ତୁଳନାରେ ଆହୁରି ଭୟଙ୍କର ହେବ ବୋଲି ସେ କହିଛନ୍ତି।

Advertisment

ଇରାନରରେ ମିସାଇଲ ମାଡ଼ ପରେ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତରେ ଥିବା ରମଣ ଏୟାର ବେସ୍‌ରେ ହାଲେଭି କହିଛନ୍ତି, “ଯଦି ଇରାନ ଭୁଲ କରିବ ଓ ଇସ୍ରାଏଲ ଉପରେ ପୁଣି ମିସାଇଲ ମାଡ଼ କରିବ, ତା’ହେଲେ ପରିଣାମ ଭୟଙ୍କର ହେବ। ଇରାନରେ କେମିତି ପହଞ୍ଚିବାକୁ ହୁଏ, ସେକଥା ମଧ୍ୟ ଆମେ ପୁଣି ଶିଖାଇ ଦେବୁ।

କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗତଥର ଜାଣିଶୁଣି ଟାର୍ଗେଟ କରାଯାଇ ନଥିଲା। ହେଲେ ପୁଣି ଉତ୍ତେଜନା ସୃଷ୍ଟି କଲେ ଆମେ ଆହୁରି ଜୋରଦାର ଜବାବ ଦେବୁ। ଏଥର ଆମେ ବ୍ୟବହାର କରି ନଥିବା କ୍ଷମତାକୁ ପ୍ରୟୋଗ କରି ଇରାନରେ ପହଞ୍ଚିବୁ।

Advertisment

ଆମେ ଷ୍ଟ୍ରାଇକ ବେଳେ ଛାଡ଼ି ଦେଇଥିବା ସ୍ଥାନଗୁଡ଼ିକ ଉପରେ ପୂରା କ୍ଷମତାର ସହ ହିଟ୍‌ କରିବୁ। ଆମେ କିଛି ବି କାମକୁ ଶେଷ କରି ନାହୁଁ। ଆମେ ବର୍ତ୍ତମାନ ସବୁ କାମର ମଝିରେ ରହିଛୁ। ତେଣୁ ଜବାବ ଦେବା ପୂର୍ବରୁ ଇରାନ ସବୁ କିଛି ଚିନ୍ତା କରୁ।”

ଅକ୍ଟୋବର ୧ରେ ଇରାନ ସେନା ଇସ୍ରାଏଲ ଉପରେ ପ୍ରାୟ ୧୮୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ପରେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଯେ ଇରାନକୁ ଏହି ଆକ୍ରମଣର ମୂଲ୍ୟ ଦେବାକୁ ପଡ଼ିବ। ଉକ୍ତ ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ଅକ୍ଟୋବର ୨୬ରେ ଇରାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା।

ସ୍ଥାନୀୟ ସମୟ ରାତି ପ୍ରାୟ ୨.୩୦ରେ ତେହରାନ, ଇଲାମ, ଖୁଜେସ୍ତାନରେ ଥିବା ସାମରିକ ସାଇଟ ଉପରେ ବୋମା ମାଡ଼ ହୋଇଥିଲା। ଏହାର ଜବାବ ଦେବାକୁ ଇରାନ ଚିନ୍ତା କରୁଥିବା ବେଳେ ଏବେ ଇସ୍ରାଏଲ ଆଗୁଆ ତେହରାନକୁ ଚେତାବନୀ ଦେଇଛି।

Israel Israel Iran Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe