Advertisment

ବେଶ ବଦଳାଇ ହସ୍ପିଟାଲରେ ପଶିଲେ, ୩ ଜଣଙ୍କୁ ହତ୍ୟା କଲେ ଇସ୍ରାଏଲ ଏଜେଣ୍ଟ୍ସ

ସେମାନେ ହସ୍ପିଟାଲର କର୍ମଚାରୀ, ନର୍ସ ଓ ଡାକ୍ତର ବେଶ ଧରି ମେଡିକାଲରେ ପ୍ରବେଶ କରିବା ସହ ୩ ଜଣ ପାଲେଷ୍ଟାଇନ ଲୋକଙ୍କୁ ହତ୍ୟା କରିଛନ୍ତି। ସିସିଟିଭିରେ ପୂରା ଘଟଣାର ଦୃଶ୍ୟ ମଧ୍ୟ କଏଦ ହୋଇଛି।

author-image
Hemant Lenka
Attack

Attack

ସାମ୍ନାକୁ ଆସିଛି ଇସ୍ରାଏଲ ଏଜେଣ୍ଟ୍ସଙ୍କ ସାଂଘାତିକ ଅପରେସର ଭିଡିଓ। ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସେନାର କିଛି ସଦସ୍ୟ ୱେଷ୍ଟ ବ୍ୟାଙ୍କରେ ଥିବା ଗୋଟିଏ ହସ୍ପିଟାଲରେ ଗୁଳି ଚଳାଇଛନ୍ତି।

Advertisment

ସେମାନେ ହସ୍ପିଟାଲ କର୍ମଚାରୀ, ନର୍ସ ଓ ଡାକ୍ତର ବେଶ ଧରି ମେଡିକାଲରେ ପ୍ରବେଶ କରିବା ସହ ୩ ଜଣ ପାଲେଷ୍ଟାଇନ ଲୋକଙ୍କୁ ହତ୍ୟା କରିଛନ୍ତି। ସିସିଟିଭିରେ ପୂରା ଘଟଣାର ଦୃଶ୍ୟ ମଧ୍ୟ କଏଦ ହୋଇଛି।

ଇସ୍ରାଏଲ ଡିଫେନ୍ସ ଫୋର୍ସର ଅଣ୍ଡରକଭର ଆକ୍ସନ ପ୍ଲାନ ଅଧୀନରେ ଏପରି ଅପରେସନ କରାଯାଇଛି। ୱେଷ୍ଟ ବ୍ୟାଙ୍କରେ ଲୁଚି ଥିବା ୩ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ଏପରି ଅପରେସନ କରିଥିବା କହିଛି। ସେହିପରି ହତ୍ୟାର ଶିକାର ହୋଇଥିବା ୩ ଆତଙ୍କବାଦୀ ଆକ୍ରମଣ ବେଳେ ଶୋଇ ପଡ଼ିଥିଲେ ବୋଲି ମଧ୍ୟ କୁହାଯାଉଛି।

Advertisment

ମିଳିଥିବା ସୂଚନା ଅନୁସାରେ, ୱେଷ୍ଟ ବ୍ୟାଙ୍କର ଜେନିନ ଠାରେ ଥିବା ଇବନ ସିନା ହସ୍ପିଟାଲରେ ଇସ୍ରାଏଲ ପକ୍ଷରୁ ହମଲା କରାଯାଇଛି। ହସ୍ପିଟାଲରେ ଲାଗିଥିବା ସିସିଟିଭିରେ ଇସ୍ରାଏଲର ପୁରୁଷ ଓ ମହିଳା ଏଜେଣ୍ଟ କେମିତି ଗୁଳି ଚଳାଉଛନ୍ତି, ତା’ର ଦୃଶ୍ୟ କଏଦ ହୋଇଛି।

ଏକାଧିକ ଆଇଡିଏଫ କମାଣ୍ଡୋ ଡାକ୍ତର, ନର୍ସ ଓ ଜଣେ ମହିଳା ହିଜାବ ପିନ୍ଧି ହସ୍ପିଟାଲରେ ପ୍ରବେଶ କରିବା ସହ ୩ ଜଣ ପୁରୁଷ ଲୋକଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ସେମାନେ ବନ୍ଧୁକରେ ସାଇଲେନ୍ସର ଲଗାଇଥିଲେ।

ହମଲା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଆଇଡିଏଫ କହିଛି ଯେ ହମାସ ଆତଙ୍କୀ ମହମ୍ମଦ ଜାଲାମନେହକୁ ଟାର୍ଗେଟ କରି ଅପରେସନ କରାଯାଇଥିଲା। ସେ ଇବନ ସିନା ହସ୍ପିଟାଲରେ ଲୁଚିଥିଲା। ସେହିପରି ଘଜାୱି ବ୍ରଦର୍ସଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଇସ୍ରାଏଲ ଜାଲାମନେହକୁ ଆତଙ୍କୀ କହୁଥିବା ବେଳେ ହମାସ ତାଙ୍କୁ ନିଜ ଆର୍ମଡ ୱିଙ୍ଗର କମାଣ୍ଡର ଭାବେ ଚିତ୍ରିତ କରିଛି।

ହମାସ ମିଲିଟାରୀ ୱିଙ୍ଗ ଅଲ କାସାମ ବ୍ରିଗେଡ୍ସ କହିଛି ଯେ ଜାଲାମନେହ ସଂଗଠନର ଜଣେ ସଦସ୍ୟ। ଇସ୍ରାଏଲ ସ୍ପେଶାଲ ଫୋର୍ସ ତାଙ୍କୁ ହସ୍ପିଟାଲରେ ଗୁଳି କରିଛନ୍ତି। ତାଙ୍କ ସହ ମହମ୍ମଦ ଓ ବାସିଲ ଆୟମାନ ଅଲ ଘଜାୱି ମଧ୍ୟ ସହିଦ ହୋଇଥିବା ହମାସ କହିଛି।

ଅନ୍ୟପକ୍ଷରେ ହସ୍ପିଟାଲରେ ଭିତରେ ଏପରି ଗୁଳିମାଡ଼ ଘଟଣାକୁ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିନ୍ଦା କରିଛି। ଏହା ଆତଙ୍କବାଦର ପରିଚୟ ବୋଲି ପାଲେଷ୍ଟାଇନ କହିଛି।

Israel Israel-Palestine Conflict