Advertisment

ହେଜବୋଲ୍ଲା ଆତଙ୍କୀ ଠିକଣା ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ

ଏୟାର୍‌ଷ୍ଟ୍ରାଇକ୍‌ରେ ଲେବାନନ୍‌ର ୧୦ ଜଣଙ୍କ ଜୀବନ ଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Israel attack lebanon

Israel attack lebanon

ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଗାଜାରୁ ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ଲାଗି ପଡିଛି। ଏଥିପାଇଁ ସେ ଏବେ ସ୍ଥଳ ଭାଗରୁ ଆକ୍ରମଣ କରବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ଭିତରେ ହେଜବୋଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଛି ଇସ୍ରାଏଲ। ରାତି ଅଧିଆ ହେଜବୋଲ୍ଲା ଆତଙ୍କୀ ଠିକଣା ଉପରେ କରିଛି ଏୟାରଷ୍ଟ୍ରାଇକ୍‌।

Advertisment

ଲେବାନନ୍‌ର ଥିବା ହେଜବୋଲ୍ଲା ଆତଙ୍କବାଦୀ ସଂଗଠନର ଠିକଣାକୁ ଇସ୍ରାଏଲ ସେନା ଟାର୍ଗେଟ କରିଥିବା କୁହାଯାଉଛି। ଇସ୍ରାଏଲ-ଲେବାନନ୍‌ ସୀମାରେ ରାତାରାତି ହୋଇଥିବା ଏହି ଏୟାର୍‌ଷ୍ଟ୍ରାଇକ୍‌ରେ ଲେବାନନ୍‌ର ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଓ ୨ ଜଣ ସାଧାରଣ ନାଗରିକ ଅଛନ୍ତି। ସେପଟେ ଇସ୍ରାଏଲ୍-ଲେବାନନ୍ ସୀମାର ୨୮ଟି ସ୍ଥାନରୁ ସ୍ଥାନୀୟ ଅଧିବାସୀଙ୍କୁ ଇସ୍ରାଏଲ ପକ୍ଷରୁ ସ୍ଥାନନ୍ତର କରାଯାଉଛି।

ଇସ୍ରାଏଲ ସେନା ଏକ ବିଶାଳ ଯୁଦ୍ଧ ପାଇଁ ପ୍ରସ୍ତୁତ ‌ହେବା ସହ ଗାଜାକୁ ପୁନଃ ନିୟନ୍ତ୍ରଣକୁ ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ଏନେଇ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଗାଜାରୁ ଆତଙ୍କବାଦୀଙ୍କୁ ନିପାତ କରାଯାଉ କିନ୍ତୁ ସ୍ଥଳ ଅଭିଯାନ କରି ପ୍ରବେଶ କରାନଯାଉ। ଯୁଦ୍ଧ ଭିତରେ ବାଇଡେନ୍‌ ଆସନ୍ତାକାଲି ଇସ୍ରାଏଲ୍‌ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନିଜର ସାହାଯ୍ୟ ଓ ସମର୍ଥନର ହାତ ବଢ଼ାଇବେ।

Advertisment

ଯୁଦ୍ଧ ପାଇଁ ଗାଜାରେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ଉପୁଜିଛି। ଦେଖାଦେଇଛି ଘୋର ସଙ୍କଟ। ହସ୍ପିଟାଲଗୁଡ଼ିକରେ ଯୁଦ୍ଧ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ହସ୍ପିଟାଲରେ ଆବଶ୍ୟକୀୟ ଔଷଧ ଶେଷ ହୋଇ ଆସିଲାଣି। ଗାଜାରେ ଜଳ ଓ ଖାଦ୍ୟ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

Israel Israel Rocket Attacks Lebanon