Advertisment

ତେଜିଲା ବିବାଦ: ଜାହାଜ ଜବତ କଲା ଇରାନ, ପରିଣାମ ଭୋଗିବ କହିଲା ଇସ୍ରାଏଲ

ଜାହାଜ ଜବତ କରିବା ଘଟଣାକୁ ନେଇ ଇସ୍ରାଏଲ ସିଧାସଳଖ ଇରାନକୁ ଧମକ ଦେଇଛି। ଇସ୍ରାଏଲ ଆର୍ମି କହିଛି ଯେ ଜାହାଜ ଜବତ କରିବା ଘଟଣାର ପରିଣାମ ଇରାନକୁ ଭୋଗିବାକୁ ପଡ଼ିବ।

author-image
Hemant Lenka
Ship

Ship

ଇରାନ ଓ ଇସ୍ରାଏଲ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଇସ୍ରାଏଲ ଉପରେ ହମଲା କରିବାକୁ ଯୋଜନା କରୁଥିବା ଇରାନ ଆଜି ଇହୁଦୀ ଦେଶର ଗୋଟିଏ ପଣ୍ୟବାହୀ ଜାହାଜକୁ ୟୁଏଇ ଉପକୂଳରେ ଜବତ କରି ନେଇଛି। ଇରାନର ରେଭ୍ୟୁଲସୁନାରୀ ଗାର୍ଡସ ଗଲ୍ଫରେ ଇସ୍ରାଏଲ ସହ ଜଡ଼ିତ ଜାହାଜକୁ ଜବତ କରିବା ପରେ ବିବାଦ ଆହୁରି ତୀବ୍ର ହୋଇଛି।

Advertisment

ଜାହାଜ ଜବତ କରିବା ଘଟଣାକୁ ନେଇ ଇସ୍ରାଏଲ ସିଧାସଳଖ ଇରାନକୁ ଧମକ ଦେଇଛି। ଇସ୍ରାଏଲ ଆର୍ମି କହିଛି ଯେ ଜାହାଜ ଜବତ କରିବା ଘଟଣାର ପରିଣାମ ଇରାନକୁ ଭୋଗିବାକୁ ପଡ଼ିବ। ସ୍ଥିତିକୁ ଆହୁରି ଖରାପ କରିବା ପାଇଁ ଇରାନର ଏପରି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ। ଦେଶର ଏହାର ଭୟଙ୍କର ପରିଣାମ ଭୋଗିବ।

ଇରାନ ଗଣମାଧ୍ୟମ କହିଛି ଯେ ହେଲିବର୍ଣ୍ଣ(ହେଲିକପ୍ଟର) ଅପରେସନ ଜରିଆରେ MCS Aries ନାମକ ଗୋଟିଏ କଣ୍ଟେନର ଶିପକୁ ଜବତ କରାଯାଇଛି। ନୌସେନାର ସ୍ପେଶାଲ ଫୋର୍ସର ଗାର୍ଡମାନେ ଜାହାଜକୁ ଜବତ କରିଛନ୍ତି। ବିଶ୍ୱ ବାଣିଜ୍ୟ କାରବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ହୋରମୁଜ ନିକଟରୁ ଜାହାଜ ଜବତ କରାଯାଇଛି। ଏବେ ଜାହାଜଟି ଇରାନ ସୀମାରେ ପ୍ରବେଶ କରିଛି।

Advertisment

ସମୁଦ୍ର ସୁରକ୍ଷା ସଡ଼ହ ଜଡ଼ିତ ଦୁଇଟି ସଂସ୍ଥା ପୂର୍ବରୁ କହିଥିଲେ ଯେ ଇରାନ ସରକାର ୟୁଏଇଇ ଉପକୂଳରୁ ଗୋଟିଏ ପଣ୍ୟବାହୀ ଜାହାଜକୁ ସିଜ କରି ନେଇଛନ୍ତି। ଫୁଜାଇରାହ ଉପକୂଳରେ ଏପରି ଘଟଣା ଘଟିଥିବା ସଂସ୍ଥା କହିଥିଲେ ମଧ୍ୟ ଜାହାଜ ସମ୍ପର୍କରେ ଅଧିକ ତଥ୍ୟ ଦେଇ ନଥିଲେ। ହେଲେ ଇରାନ ଗଣମାଧ୍ୟମ ପୂରା ଘଟଣାକୁ ନିଶ୍ଚିତ କରିଛି। 

ଜାହାଜ ଟ୍ରାକିଂ ୱେବସାଇଟ vesselfinder.com and marinetraffic.com କହିଛି ଯେ MSC Ariesରେ ପର୍ତ୍ତୁଗାଲର ପତାକା ଲାଗିଥିଲା। ଉଭୟ ୱେବସାଇଟ କହିଛନ୍ତି ଯେ ଜାହାଜର ଶେଷ ଠିକଣା ଗଲ୍ଫରେ ଥିଲା। ଇରାନ ନୌସେନା ହେଲିକପ୍ଟର ଅପରେସନ ଦ୍ୱାରା ଜାହାଜକୁ ଜବତ କରିବା ପରେ ଇସ୍ରାଏଲ ଖୋଲାଖୋଲି ଧମକ ଦେଇଛି।

Israel Iran