Hamas
ପିଲାମାନଙ୍କ ପାଇଁ ମା’ବାପା ସବୁ କିଛି କରି ପାରନ୍ତି। ପିଲାମାନେ ହେଉଛନ୍ତି ସେମାନଙ୍କ ଜୀବନ। ଦରକାର ପଡ଼ିଲେ ପିଲାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ମା’ ବାପା ପଛାନ୍ତି ନାହିଁ।
ଦୁନିଆରେ ଯଦି ନିସ୍ୱାର୍ଥ ପର ଭଳି କେହି ଭଲ ପାଇଥାଏ, ସେ ହେଉଛନ୍ତି ମା’ ଓ ବାପା। ଏହିକ୍ରମରେ ପିଲାମାନଙ୍କୁ ବାପା ମା’ କେତେ ଭଲ ପାଆନ୍ତି, ତା’ର ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି ଇସ୍ରାଏଲର ଜଣେ ଦମ୍ପତି। ଏହି ଦମ୍ପତି ନିଜ ଯମଜ ସନ୍ତାନଙ୍କ ଜୀବନ ବଞ୍ଚାଇବାକୁ ଆଙ୍କବାଦୀଙ୍କ ସହ ମଧ୍ୟ ଲଢ଼ିବାକୁ ପଛାଇ ନାହାନ୍ତି।
ଏବେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନ ଘନଘନ ଆକ୍ରମଣ କରି ଚାଲିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଅନେକ ସହରରେ ପଶି ସାଧାରଣ ଲୋକଙ୍କୁ ଖୋଜିଖୋଜି ହତ୍ୟା କରୁଛନ୍ତି। ବିଶେଷ କରି ଗାଜା ଷ୍ଟ୍ରିପକୁ ଲାଗିଥିବା ଇସ୍ରାଏଲର ସହରଗୁଡ଼ିକରେ ସେମାନେ ବର୍ବରକାଣ୍ଡ ଘଟାଇ ଚାଲିଛନ୍ତି।
ନିକଟରେ ହମାସ ଆତଙ୍କବାଦୀମାନେ ଇଷ୍ଟ ଗାଜା ଠାରୁ ୩ କିମି ଦୂରରେ ଥିବା କଫର ଗାଜାରେ ଆକ୍ରମଣ କରିଥିଲେ। ଏଠାରେ ଥିବା ଇତାଇ ଓ ହାଦରଙ୍କ ଘର ଭିତରେ ସେମାନେ ପଶି ଯାଇଥିଲେ। ଆତଙ୍କବାଦୀମାନେ ଘରେ ଭିତରେ ପଶୁଥିବାରୁ ଦମ୍ପତି ପୂରା ଡରି ଯାଇଥିଲେ।
କିନ୍ତୁ ସେମାନେ ଲଢ଼ିବାକୁ ପଛାଇ ନଥିଲେ। ପ୍ରଥମେ ସେମାନେ ନିଜର ୧୦ ମାସର ଯମଜ ସନ୍ତାନଙ୍କୁ ସୁରକ୍ଷିତ ଭାବେ ଲୁଚାଇ ଦେଇଥିଲେ। ଏହାପରେ ବନ୍ଧୁକଧାରୀ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ। କିନ୍ତୁ ଶେଷରେ ସେମାନେ ହାରି ଯାଇଥିଲେ। ନୃଶଂସ ହମାସ ଆତଙ୍କବାଦୀମାନେ ଦମ୍ପତିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ମାରି ଦେଇଥିଲେ।
ଦମ୍ପତିଙ୍କୁ ଗୁଳି କରିବା ପରେ ସେମାନେ ଘର ଭିତରେ ଖୋଜାଖୋଜି କରିଥିଲେ। କିନ୍ତୁ କାହାକୁ ବି ପାଇ ନଥିଲେ। କାରଣ ମୃତ୍ୟୁ ପୂର୍ବରୁ ଦମ୍ପତି ନିଜର ଦୁଇ ଯମଜ ସନ୍ତାନଙ୍କୁ ସୁରକ୍ଷିତ ଭାବେ ଏକ ଗୁପ୍ତ ସ୍ଥାନରେ ରଖି ଦେଇଥିଲେ। ଯେଉଁଠାରେ ଆତଙ୍କବାଦୀଙ୍କ ନଜର ଯାଇ ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ୧୦ ମାସର ଦୁଇ ଶିଶୁ ୧୨ ଘଣ୍ଟା କାଳ ସେଭଳି ଅବସ୍ଥାରେ ରହିଥିଲେ। ଏହାପରେ ଇସ୍ରାଏଲ ସେନା ସେଠାରେ ପହଞ୍ଚି ଦୁଇ ଯମଜ ଶିଶୁଙ୍କୁ ଉଦ୍ଧାର କରିଛି।
ସାଇପ୍ରସରେ ଥିବା ଇସ୍ରାଏଲ ଡେପୁଟି ଆମ୍ବାସାଡର ରୋତେମ ସେଗେଭ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇତାଇ ଓ ହାଦରଙ୍କ ବୟସ ୩୦। ଆତଙ୍କବାଦୀମାନେ ସେମାନଙ୍କ ଘରେ ପ୍ରବେଶ କରିବା ପୂର୍ବରୁ ଉଭୟ ନିଜର ୧୦ ମାସର ଯମଜ ଶିଶୁଙ୍କୁ ଲୁଚାଇ ଦେଇଥିଲେ। ସେମାନେ ଆତଙ୍କବାଦୀଙ୍କ ସହ ଲଢ଼େଇ କରିଥିଲେ। ହେଲେ ଉଭୟଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି।
ବାପା ମା’ ହିସାବରେ ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ ସେମାନେ ସବୁ ପ୍ରକାରର ଉଦ୍ୟମ କରିଛନ୍ତି। କିନ୍ତୁ ଏବେ ଦୁଇ ପିଲା ଅନାଥ ହୋଇଯାଇଛନ୍ତି। ଭଗବାନ ସେମାନଙ୍କୁ ସାହା ହୁଅନ୍ତୁ ବୋଲି ରୋତେମ ପ୍ରାର୍ଥନା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Hamas_1697121739.jpg)