Advertisment

ଟନେଲ ଭିତରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ

ଗାଜାରେ ହମାସ ତିଆରି କରିଥିବା ଶତାଧିକ ଟନେଲକୁ ବିସ୍ଫୋରକ ଲଗାଇ ଉଡାଇ ଦେଇଛି ଇସ୍ରାଏଲ୍‌।

Israel hams War

Israel hams War

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହବାରେ ଲାଗିଛି। ଏହାରି ଭିତରେ ଗାଜାର ପ୍ରମୁଖ ସ୍ଥାନରେ ପଶିଛି ଇସ୍ରାଏଲ ସେନା। ଗାଜା ସହରରେ ପଶି ହମାସ ଆତଙ୍କୀଙ୍କ ନାକେଦମ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଗାଜାରେ ଥିବା ବିଭିନ୍ନ ଟନେଲ ଭିତରେ ପଶି ଇସ୍ରାଏଲ ସେନା ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ଟାର୍ଗେଟ୍ କରୁଛି। ଅନେକ ହମାସ ଆତଙ୍କୀଙ୍କୁ ହତ୍ୟା କରାଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏଥିସହ ଗାଜାରେ ହମାସ ତିଆରି କରିଥିବା ଶତାଧିକ ଟନେଲକୁ ବିସ୍ଫୋରକ ଲଗାଇ ଉଡାଇ ଦେଇଛି ଇସ୍ରାଏଲ୍‌। ଏନେଇ ଆଇଡିଏଫ୍‌ର ଜଣେ ସେନା ଅଧିକାରୀ ସୂଚନା ଦେଇଛି।

Advertisment

ହମାସ ଆତଙ୍କୀଙ୍କୁ ମୂଳରୁ ଓପାଡ଼ି ଫିଙ୍ଗିବା ପାଇଁ ଇସ୍ରାଏଲ ପଣ କରିଛି। ଏଥିପାଇଁ ଜୋରଦାର ଅଭିଯାନ ଚଳାଇଛି। ଗାଜାର ପୂରା ମଧ୍ୟଭାଗରେ ହମାସ ଆତଙ୍କୀଙ୍କୁ ମାରିବା ପାଇଁ ଇସ୍ରାଏଲ ଜାଲ ବିଛାଇ ବସିଛି। ଗାଜା ବର୍ତ୍ତମାନ ସବୁଠୁ ବଡ ଆତଙ୍କୀମାନଙ୍କ ଆଡ୍ଡା ସ୍ଥଳ ପାଲଟିଛି ବୋଲି ଇସ୍ରାଏଲ ରକ୍ଷାମନ୍ତ୍ରୀ ୟୋବ ଗ୍ୟାଲେଣ୍ଟ କହିଛନ୍ତି।

ସେପଟେ ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଇରାନ୍‌ ସମର୍ଥିତ ଲେବନାନ ଓ ହିଜବୁଲ୍ଲାକୁ କଡା ଚେତାବନୀ ଜାରି କରିଛନ୍ତି। ଯଦି ହିଜବୁଲ୍ଲା ଏହି ଯୁଦ୍ଧରେ ସାମିଲ ହେବ ତେବେ ଏହା ତା' ଜୀବନୀ ସବୁଠୁ ବଡ଼ ଭୁଲ୍‌ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ଏଥିସହ ଯେତେବେଳ ଯାଏ ପାଲେଷ୍ଟାଇନ୍‌ ଆତଙ୍କବାଦୀମାନେ ୨୪୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରିନାହାନ୍ତି ସେ ଯାଏ ଗାଜାକୁ ଇନ୍ଧନ ସପ୍ଲାଏ କରାଯିବ ନାହିଁ। ହମାସ ସହ କୌଣସି ଯୁଦ୍ଧ ବିରତି ମଧ୍ୟ ଘୋଷଣା କରାଯିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଇସ୍ରାଏଲ ୧୪୦୦ ଲୋକ ପ୍ରାଣ ହରାଇଥିଲେ। ସେହିପରି ଅନେକ ଆହତ ହୋଇଥିଲେ। ସେହିପରି ଇସ୍ରାଏଲର ଜବାବୀ ଆକ୍ରମଣରେ ଗାଜାର ବର୍ତ୍ତମାନ ସୁଦ୍ଧା ୧୦ ହଜାରୁର ଅଧିକ ଲୋକଙ୍କ ଜୀବନ ଯାଇଥିବା ହମାସ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

Israel-Palestine Conflict Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe