Advertisment

ହମାସ ଶିବିରରେ ପଶି ୨୫୦ ବନ୍ଧକଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା, ୬୦ ଆତଙ୍କବାଦୀ ନିପାତ

ସେନାର ଫ୍ଲୋଟିଲା 13 ୟୁନିଟ୍ ସୁଫା ଆଉଟପୋଷ୍ଟ ଉପରେ ଆକ୍ରମଣ କରି 250 ଜଣ ବନ୍ଧକଙ୍କୁ ଉଦ୍ଧାର କରିଥିବା ବେଳେ ୬୦ ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

ଅଦ୍ୟତନ ହୋଇଛି
Photo From Social Media

Photo From Social Media

Advertisment

ଶତ୍ରୁ ଶିବିରରେ ପଶି ଇସ୍ରାଏଲ୍ ସେନାର ଆକ୍ରମଣ। ହମାସ ବନ୍ଧକ ରଖିଥିବା ୨୫୦ ଜଣଙ୍କୁ ଉଦ୍ଧାର କରିବା ସହ ୬୦ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କଲା ଇସ୍ରାଏଲ ସେନା। ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ୍) ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛି। 

Advertisment

ଆଇଡିଏଫ ପୋଷ୍ଟ କରି କହିଛି ଯେ, ସେନାର ଫ୍ଲୋଟିଲା ୧୩ ୟୁନିଟ୍ ସୁଫା ଆଉଟପୋଷ୍ଟ ଉପରେ ଆକ୍ରମଣ କରି ୨୫୦ ଜଣ ବନ୍ଧକଙ୍କୁ ଉଦ୍ଧାର କରିଥିବା ବେଳେ ୬୦ ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆଇଡିଏଫ ଆହୁରି କହିଛି, ହମାସର ୨ ଜଣ ଆତଙ୍କବାଦୀଙ୍କୁ ମଧ୍ୟ କାବୁ କରାଯାଇଛି। ସେମାନଙ୍କ ମଧ୍ୟରେ ହମାସ ଦକ୍ଷିଣ ନାଭାଲ ଡିଭିଜନର ଡେପୁଟି କମାଣ୍ଡର ମହମ୍ମଦ ଅବୁ ଅଲି ମଧ୍ୟ ରହିଛି।

Advertisment

ଇସ୍ରାଏଲ ପ୍ରତିରକ୍ଷା ବଳ ଜାରି କରିଥିବା ଭିଡିଓରେ, ଆଖିବୁଜା ଗୁଳିମାଡ ହେଉଥିବାର ଶବ୍ଦ ଶୁଣିବାକୁ ମିଳୁଛି। ଏଥିସହ କିଛି ବନ୍ଧୁକଧାରୀ ଏକ ବିଲ୍ଡିଂରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ବିଲ୍ଡିଂରେ ପ୍ରବେଶ କରି ସେମାନେ ଗୁଳିଚାଳନା କରିବା ସହ କିଛି ଲୋକଙ୍କୁ କାବୁ କରୁଛନ୍ତି। ଏହାପରେ ଷ୍ଟ୍ରେଚରେ କିଛି ବୋହି ନେଉଥିବା ଦେଖାଯାଉଛି। 

ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହମାସ ସଂଗଠନ ସଦସ୍ୟ ଇସ୍ରାଏଲ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ସେମାନଙ୍କୁ ମାନବ କବଚ ଭାବେ ବ୍ୟବହାର କରୁଥିଲେ। ଅର୍ଥାତ୍ ସାଧାରଣ ନାଗରିକ ଥିବାରୁ ହମାସ ସଂଗଠନ ଉପରେ ସିଧାସଳଖ ଆକ୍ରମଣ କରିପାରୁନଥିଲେ ଇସ୍ରାଏଲ ସେନା। ଏକ ମିଳିତ ସେନା ହମାସ ଶିବିରରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିବା ସହ ୨୫୦ ଜଣ ପଣବନ୍ଦୀଙ୍କୁ ଉଦ୍ଧାର କରିଛନ୍ତି। 

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ବିବାଦ ସପ୍ତମ ଦିନରେ ପହଞ୍ଚିଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷର ଆକ୍ରମଣରେ ୨,୮୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସେପଟେ ଗାଜାରେ ଥିବା ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ କହିଛି ଇସ୍ରାଏଲ ସେନା। ସେନାର ଏପରି ଆହ୍ୱାନ ଏକ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି। 

Israel Hamas Israel-Palestine Conflict Palestine War Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe