Advertisment

ସିରିଆ ଏୟାରପୋର୍ଟରେ ଇସ୍ରାଏଲର ଆକ୍ରମଣ, ବ୍ୟାପକ କ୍ଷୟକ୍ଷତି

ସିରିଆ ଏୟାରପୋର୍ଟରେ ଇରାନର ଗୋଟିଏ ବିମାନ ଲ୍ୟାଣ୍ଡ କରିବାକୁ ଯାଉଥିବା ବେଳେ ଇସ୍ରାଏଲ ବୋମା ମାଡ଼ କରିଛି।

Syria

Syria

Advertisment

ସିରିଆର ଦୁଇଟି ଅନ୍ତର୍ଜାତୀୟ ଏୟାରପୋର୍ଟ ଉପରେ ଆଜି ଇସ୍ରାଏଲ ସେନା ଗୋଟିଏ ସମୟରେ ବୋମା ମାଡ଼ କରିଛି। ଡାମସକସ ଓ ଆଲପ୍ପୋ ଏୟାରପୋର୍ଟରେ ଇସ୍ରାଏଲର ବୋମା ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି।

Advertisment

ଶନିବାର ଠାରୁ ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏସବୁ ଭିତରେ ସିରିଆ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଥିଲା। ଏଥିସହ ଇସ୍ରାଏଲ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଥିଲା।

ହମାସ ସପକ୍ଷରେ ସିରିଆ ବାହାରିବାରୁ ଆଜି ଇସ୍ରାଏଲ ପକ୍ଷରୁ ଏପରି ଆକ୍ରମଣ କରାଯାଇଛି। ଇସ୍ରାଏଲର ହମଲା ଖବରକୁ ସିରିଆର ମିଲାଟାରୀ ନିଶ୍ଚିତ କରିଛି। ସିରିଆ କହିଛି ଯେ ଗାଜାରେ ଶତ୍ରୁ ଦେଶ ଇସ୍ରାଏଲ ଘଟାଇ ଚାଲିଥିବା ଅପରାଧରୁ ଧ୍ୟାନଚ୍ୟୁତ କରିବା ପାଇଁ ଏପରି ହମଲା କରିଛି।

Advertisment

ହେଲେ ପାଲେଷ୍ଟାଇନ ଅଧିକାର ପାଇଁ ସିରିଆ ସବୁବେଳେ ରହିଛି। ସିରିଆର ଆର୍ମି ଉତ୍ତର ପ୍ରାନ୍ତରେ ଲଢ଼େଇ ଜାରି ରଖିବ। ଇସ୍ରାଏଲର ନିସ୍ତାର ନାହିଁ ବୋଲି ସିରିଆ ସେନା ଧମକ ଦେଇଛି।

ରିପୋର୍ଟ ଅନୁସାରେ, ସିରିଆ ଏୟାରପୋର୍ଟରେ ଇରାନର ଗୋଟିଏ ବିମାନ ଲ୍ୟାଣ୍ଡ କରିବାକୁ ଯାଉଥିବା ବେଳେ ଇସ୍ରାଏଲ ବୋମା ମାଡ଼ କରିଛି। ଫଳରେ ଉକ୍ତ ବିମାନଟି ମଧ୍ୟ ସିରିଆରେ ଅବତରଣ କରିପାରି ନାହିଁ। ଘନଘନ ବୋମା ମାଡ଼ ଯୋଗୁ ବିମାନଟି ପୁଣି ତେହରାନ ଫେରି ଯାଇଛି।

ମଙ୍ଗଳବାର ରାତିରେ ସିରିଆ ସୀମାନ୍ତରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିଲା। ସିରିଆରୁ ମାଡ଼ ହୋଇଥିବା ବୋମା ଓ ଗୁଳି ଇସ୍ରାଏଲ ଗୋଲାନ ହାଇଟ୍ସର ଖୋଲା ପଡ଼ିଆରେ ପଡ଼ିଥିଲା। ଏଥିପାଇଁ ଇସ୍ରାଏଲ ଏବେ ଦୁଇଟି ଯାକ ଏୟାରପୋର୍ଟ ଉପରେ ହମଲା କରି ସେଗୁଡ଼ିକ ରନୱେକୁ ନଷ୍ଟ କରି ଦେଇଛି।

Israel Syria Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe