Advertisment

ଭୂମିକମ୍ପ ପରେ ସିରିୟା ଉପରେ ମିସାଇଲ୍ ମାଡ଼, ୧୫ ମୃତ

୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏକ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି।

author-image
Madhupriya Mistry
Missile attack

Missile attack

ବିନାଶକାରୀ ଭୂମିକମ୍ପରୁ ଏଯାଏଁ ଉପରକୁ ଉଠି ପାରିନଥିବା ସିରିୟା ଉପରେ ହୋଇଛି ପୁଣି ଆକ୍ରମଣ। ଆଜି ଭୋରୁ ଇସ୍ରାଏଲ୍ ସିରିୟାର ରାଜଧାନୀ ଦମିସ୍କ ଉପରେ ମିସାଇଲ ମାଡ଼ କରିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏକ ଆବାସିକ ଅଞ୍ଚଳକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି।

Advertisment

ସୂଚନ ମୁତାବକ, ଇସ୍ରାଏଲର ବାୟୁସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ବାୟୁସେନା ଲଢ଼ୁଆ ବିମାନ ଏକ କ୍ଷେପଣାସ୍ତ୍ର ମାଡ଼ କରିଥିଲା,ଏଥିରେ ଦିମସ୍କରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଆକ୍ରମଣ ଯୋଗୁଁ ଯେଉଁଠାରେ ଲୋକମାନେ ମୃତ୍ୟୁବରଣ କରିଥିଲେ, ସେଠାକାର ଆଖପାଖର ଅନେକ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଫେବୃଆରୀ ୬ ରେ ତୁର୍କୀ ଏବଂ ସିରିୟାରେ ୭.୮ ତୀବ୍ରତାର ଏକ ଭୟଙ୍କର ଭୂକମ୍ପ ହେବାର ଦୁଇ ସପ୍ତାହ ପରେ ସିରିୟା ଉପରେ ଏହି ଆକ୍ରମଣ ହୋଇଛି। ଏହାପୂର୍ବରୁ ଶୁକ୍ରବାର ଦିନ ସିରିୟା ଉପରେ ଆଉ ଏକ ଆକ୍ରମଣ ହୋଇଥିଲା। ଏଥିରେ ୫୩ ଲୋକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୪୬ ଜଣ ସାଧାରଣ ନାଗରିକ ଓ ୭ ଜଣ ସେନା ଯବାନ ଥିଲେ। ଏହି ଆକ୍ରମଣ ପାଇଁ ଆଇଏସ୍‌ଆଇଏସ୍ ନିଜକୁ ଦାୟୀ କରିଥିଲା। 

Advertisment
Missile Attack Syria