Advertisment

ନେତାନ୍ୟାହୁଙ୍କ ବଡ଼ ଦାବି: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ

ଇରାନ ତା’ର ଆଣବିକ କାର୍ଯ୍ୟକ୍ରମର ବଡ଼ ପ୍ରତିବନ୍ଧକ ଭାବେ ଟ୍ରମ୍ପଙ୍କୁ ବିବେଚନା କରୁଛି। ଏଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଇରାନ ବେଶ ସକ୍ରିୟ ଭାବେ କାମ କରୁଥିବା ନେତାନ୍ୟାହୁ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଛି।

Trump

Trump

Advertisment

ଇରାନ ସହ ଲଢ଼େଇ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାୟୁ ବଡ଼ ଦାବି କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ପକ୍ଷରୁ ପକ୍ଷରୁ ହତ୍ୟା କରିବାକୁ ଚେଷ୍ଟା କରାଯାଉଥିବା କଥା ସେ କହଛନ୍ତି। ଇରାନ ତା’ର ଆଣବିକ କାର୍ଯ୍ୟକ୍ରମର ବଡ଼ ପ୍ରତିବନ୍ଧକ ଭାବେ ଟ୍ରମ୍ପଙ୍କୁ ବିବେଚନା କରୁଛି। ଏଥିପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଇରାନ ବେଶ ସକ୍ରିୟ ଭାବେ କାମ କରୁଥିବା ନେତାନ୍ୟାହୁ ଦାବି କରିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଫକ୍ସ ନ୍ୟୁଜକୁ ନେତାନ୍ୟାହୁ କହିଛନ୍ତି, “ସେମାନେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି ଇରାନର ଏକ ନମ୍ବର ଶତ୍ରୁ। ସେ ଜଣେ ନିର୍ଣ୍ଣାୟକ ତଥା ଚମତ୍କାର ନେତା। ସେ କେବେ ହେଲେ ବି ଅନ୍ୟମାନଙ୍କ ଭଳି ବୁଝାମଣାର ବାଟ ବାଛନ୍ତି ନାହିଁ। ସେ କେବେ ହେଲେ ନକଲି ଚୁକ୍ତି କରନ୍ତି ନାହିଁ। ଏହାକୁ ସେ ସବୁବେଳେ ଚିରି ଫିଙ୍ଗି ଦିଅନ୍ତି। ଏବେ ମଧ୍ୟ ସେ ସେମିତି କିଛି କରଛନ୍ତି।

ସେ ଇରାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ କ୍ୱାସୀମ ସୋଲେମାନିଙ୍କୁ ହତ୍ୟା କରିଥିଲେ। ସେ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ ତୁମେ(ଇରାନ) କେବେ ହେଲେ ବି ଆଣବିକ ଯୁଦ୍ଧାସ୍ତ୍ର ହାସଲ କରିପାରିବ ନାହିଁ। ଏହାର ଅର୍ଥ ତୁମେମାନେ କେବେ ହେଲେ ୟୁରାନିୟମ ଗଚ୍ଛିତ କିମ୍ବା ଉତ୍ପାଦନ କରି ପାରିବ ନାହିଁ। ସେ ଏମିତି କରିବାକୁ ବାଧ୍ୟ କରୁଛନ୍ତି ଓ ନିଜ ଜିଦରେ ଅଟଳ ରହିଛନ୍ତି। ତେଣୁ ସେମାନଙ୍କ(ଇରାନ) ପାଇଁ ଟ୍ରମ୍ପ ହେଉଛନ୍ତି ଏକ ନମ୍ବର ଶତ୍ରୁ। ଏଥିପାଇଁ ଇରାନ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ସକ୍ରିୟ ଭାବେ କାମ କରିବାରେ ଲାଗିଛି। ”

Advertisment

ନେତାନ୍ୟାହୁ ଫକ୍ସ ନ୍ୟୁଜକୁ ଆହୁରି କହିଛନ୍ତି ଯେ ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। ତାଙ୍କ ହତ୍ୟା କରିବା ପାଇଁ ଇରାନ ତାଙ୍କ ଘରର ବେଡ ରୁମର ଝରକାକୁ ମିସାଇଲ ମାଡ଼ କରିଥିଲା।

ସେ ନିଜକୁ ଟ୍ରମ୍ପଙ୍କ ଜୁନିୟର ପାର୍ଟନର ଭାବେ ବିବେଚନା କରି ଇରାନକୁ ଖୋଲା ଧମକ ଦେଇଛନ୍ତି। ଇସ୍ରାଏଲକୁ ଇରାନର ଆଣବିକ ଯୁଦ୍ଧାସ୍ତ୍ରର ବିପଦ ରହିଥିଲେ। ତେଣୁ ଆକ୍ରମଣ ଛଡ଼ା ଶେଷ ମୁହୂର୍ତ୍ତରେ ଇସ୍ରାଏଲ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ନେତାନ୍ୟାହୁ କହିଛନ୍ତି।

Donald Trump Benjamin Netanyahu Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe