Advertisment

ଇସ୍ରାଏଲ ହମଲାରେ ହମାସ କମାଣ୍ଡର ମୃତ, ଗାଜାରେ ମୃତକଙ୍କ ସଂଖ୍ୟା ୭ ହଜାର ଡେଇଁଲା

ଇସ୍ରାଏଲ କରୁଥିବା ଏୟାର ଷ୍ଟ୍ରାଇକରେ ଏଯାଏ ଗାଜା ଷ୍ଟ୍ରିପରେ ୭୦୨୮ ଜଣଙ୍କ ଜୀବନ ଗଲାଣି। ଏହା ମଧ୍ୟରେ ୨,୯୧୩ ଜଣ ଛୋଟ ପିଲା ରହିଛନ୍ତି।

Gaza

Gaza

Advertisment

ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ କରୁଥିବା ଘନଘନ ହମଲାରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ଆଉ ଜଣେ ଟପ କମାଣ୍ଡର ପ୍ରାଣ ହରାଇଛି। ଇସ୍ରାଏଲ ଗୁଳିରେ ହମାସ କମାଣ୍ଡର ହାସନ ଅଲ ଅବଦଲ୍ଲାର ମୃତ୍ୟୁ ଘଟିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ସେହିପରି ଇସ୍ରାଏଲ କରୁଥିବା ଏୟାର ଷ୍ଟ୍ରାଇକରେ ଏଯାଏ ଗାଜା ଷ୍ଟ୍ରିପରେ ୭୦୨୮ ଜଣଙ୍କ ଜୀବନ ଗଲାଣି। ଏହା ମଧ୍ୟରେ ୨,୯୧୩ ଜଣ ଛୋଟ ପିଲା ରହିଛନ୍ତି।

ଏତେ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ଇସ୍ରାଏଲ ଏବେ ସ୍ଥଳ ଭାଗରେ ତା’ର ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ତା’ର ଆକ୍ରମଣକୁ ଆହୁରି ଜୋରଦାର କରିବ ବୋଲି ବୁଧବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ। ଏହରେ ଇସ୍ରାଏଲ ସେନା ଟ୍ୟାଙ୍କ ଧରି ଗାଜା ଷ୍ଟ୍ରିପରେ ପ୍ରବେଶ କରିଛନ୍ତି।

Advertisment

ଇସ୍ରାଏଲ ଏୟାରଫୋର୍ସ କହିଛି ଯେ ନିହତ ହୋଇଥିବା ହାସନ ଅଲ ଅବଦଲ୍ଲା ହମାସର କମାଣ୍ଡର ଭାବେ କାମ କରୁଥିଲା। ହମାସର ଉତ୍ତର ଭାଗରେ ଥିବା ଖାନ ୟୁନିସ ରକେଟ ପେଣ୍ଠର ମୁଖ୍ୟ ରହିଥିଲା। ସେ ଗାଜାର ଯେଉଁ ସ୍ଥାନରେ ଲୁଚି ଥିଲା, ସେ ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ତଥ୍ୟ ଦେଇଥିଲା।

ଏହାପରେ ତାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ତା’ର ମୃତ୍ୟୁ ଘଟିଛି। ହାସନ ବ୍ୟତୀତ ଏୟାର ଷ୍ଟ୍ରାଇକରେ ଅନେକ ହମାସ ଆତଙ୍କବାଦୀ ଓ ସେମାନଙ୍କର କ୍ୟାମ୍ପ ମଧ୍ୟ ଧ୍ୱଂସ ହୋଇଛି। ଏହି ଏୟାର ଷ୍ଟ୍ରାଇକରେ କୌଣସି ସାଧାରଣ ଲୋକ ପ୍ରାଣ ହରାଇ ନଥିବା ଇସ୍ରାଏଲ ସେନା ଦାବି କରିଛି।

କିନ୍ତୁ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅନେକ ଛୋଟ ପିଲାଙ୍କ ସମେତ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ମୃତ୍ୟୁସଂଖ୍ୟା ୭ ହଜାର ପାର କରି ଯାଇଛି।

Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe