Advertisment

ଗାଜାରେ ଆମ୍ବୁଲାନ୍ସ ଉପରକୁ ଏୟାର୍ ଷ୍ଟ୍ରାଇକ୍; ୧୫ ମୃତ, ୫୦ ଆହତ

ଗତକାଲି ଗାଜା ସହରର ଅଲ-ଶିଫା ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସ ଉପରକୁ ଏୟାର୍ ଷ୍ଟାଇକ୍ କରାଯାଇଛି।

author-image
Debibandita Barick
strike on ambulance

strike on ambulance

ଇସ୍ରାଏଲ-ହମାସ ଯୁଦ୍ଧରେ ବାଦ୍ ପଡୁନି ହସ୍ପଟାଲ କି ଆମ୍ବୁଲାନ୍ସ। ଗତକାଲି ଗାଜା ସହରର ଅଲ-ଶିଫା ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସ ଉପରେ ଏୟାର୍ ଷ୍ଟାଇକ୍ କରାଯାଇଛି। ଏଥିରେ ୧୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସ୍ରାଏଲ ସେନା।

Advertisment

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ଏକ ବିବୃତ୍ତିରେ କହିଛି ଯେ, ଅଲ-ଶିଫା ହସ୍ପିଟାଲ ବାହାରେ ଥିବା ଆମ୍ବୁଲାନ୍ସ ଉପରେ ଆକ୍ରମଣ କରାଯାଇଛି। ଏହି ଆମ୍ବୁଲାନ୍ସରେ ହମାସ ଆତଙ୍କୀ ଥିଲେ, ସେଥିପାଇଁ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣରେ ଅନେକ ହମାସ୍ ଆତଙ୍କବାଦୀ ନିପାତ ହୋଇଥିବା ଆଇଡିଏଫ୍ ଏକ ବିବୃତ୍ତିରେ କହିଛି।

ସେହିପରି ଅଲ-ଶିଫା ଡାକ୍ତରଖାନାରେ ଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ମଧ୍ୟ ଏହି ଆକ୍ରମଣ ପାଇଁ ଇସ୍ରାଏଲ ସେନାକୁ ଦାୟୀ କରିଛନ୍ତି।

Advertisment

ଇସ୍ରାଏଲ-ହମାସ ଯୁଦ୍ଧକୁ ଏକ ମାସ ପୂରିବାକୁ ବସିଲାଣି। ତଥାପି ଯୁଦ୍ଧ ଥମିବାର ନାଁ ଧରୁନି। ଏଯାବତ ଉଭୟ ପକ୍ଷରୁ 9000ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଯୁଦ୍ଧର ଭୟାବହତାକୁ ଦୃଷ୍ଟିରେ ରଖି ଆମେରିକା ଅସ୍ତ୍ରବିରତି ପାଇଁ ଆହ୍ୱାନ କରିଥିଲା। କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ଖଣ୍ଡନ କରିଛନ୍ତି। ହମାସ ଅଟକ ରଖିଥିବା ବନ୍ଧକଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ନେତାନ୍ୟାହୁ। 

ଯୁଦ୍ଧ ଆରମ୍ଭରୁ ଇସ୍ରାଏଲକୁ ତୃତୀୟ ଥର ପାଇଁ ଗସ୍ତ କରିଥିବା ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେକ୍ ତେଲ ଅଭିଭରେ ନେତାନ୍ୟାହୁଙ୍କୁ ଭେଟି ଅସ୍ତ୍ର ବିରତି ଉପରେ ଆଲୋଚନା କରିଥିବା କହିଥିଲେ। କିନ୍ତୁ ଇସ୍ରାଏଲ ଏହାକୁ ପ୍ରତ୍ୟାଖ୍ୟାନ କରିଛି।  

Israel Hamas Israel-Palestine Conflict Palestine War Israel-Palestine War