Advertisment

ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ: ୪ ସାମ୍ବାଦିକଙ୍କ ସମେତ ୧୫ଙ୍କୁ ମାରିଲା ଇସ୍ରାଏଲ୍‌

୪ ସାମ୍ବାଦିକଙ୍କ ମଧ୍ୟରେ ଥିବା ୩୩ ବର୍ଷୀୟ ମାରିଅମ ଡାଗା ଏପି ପାଇଁ ଫ୍ରିଲାନ୍ସର ଭାବେ କାମ କରୁଥିଲେ। ସେହିପରି ଅନ୍ୟମାନେ ଅଲ ଜଜୀରା ଓ ଅନ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମର ସାମ୍ବାଦିକ।

AP

AP

Advertisment

ଗାଜାରେ ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଆଜି ଇସ୍ରାଏଲ ପକ୍ଷରୁ ଗାଜାର ନସୀର ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି। ଏହି ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୧୫ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ସାମ୍ବାଦିକ ରହିଛନ୍ତି।

Advertisment

୪ ସାମ୍ବାଦିକଙ୍କ ମଧ୍ୟରେ ଥିବା ୩୩ ବର୍ଷୀୟ ମାରିଅମ ଡାଗା ଏପି ପାଇଁ ଫ୍ରିଲାନ୍ସର ଭାବେ କାମ କରୁଥିଲେ। ସେହିପରି ଅନ୍ୟମାନେ ଅଲ ଜଜୀରା ଓ ଅନ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମର ସାମ୍ବାଦିକ। ଗାଜାରେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବା ଦିନ ଠାରୁ ମାରିଅମ ଏପି ପାଇଁ ଖବର ପ୍ରକାଶ କରି ଆସୁଥିଲେ।

ନିକଟରେ ନସୀର ହସ୍ପିଟାଲରେ ଅନାହାର ଯୋଗୁ ଛୋଟ ପିଲାମାନଙ୍କୁ ବଞ୍ଚାଇବାରେ ଡାକ୍ତରମାନେ କେମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେକଥା ପୂରା ବିଶ୍ୱକୁ ଦେଖାଇଥିଲେ ମାରିଅମ। ଏହାକୁ ନେଇ ବିଶ୍ୱରେ ବେଶ ଚହଳ ସୃଷ୍ଟି ହୋଇଥିଲା। ଗାଜାରେ ମାନବୀୟ ସହାୟତା ଯୋଗାଣ ବନ୍ଦ କରିଥିବା ଇସ୍ରାଏଲ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ମଧ୍ୟ ସୃଷ୍ଟି ହୋଇଥିଲା। ସମ୍ଭବତଃ ଏଥିପାଇଁ ଇସ୍ରାଏଲ ନସୀର ହସ୍ପିଟାଲରେ ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି।

Advertisment

ନସୀର ହସ୍ପିଟାଲ ଷ୍ଟ୍ରାଇକରେ ଅଲ ଜଜୀରାର ସାମ୍ବାଦିକ ମହମ୍ମଦ ସଲାମଙ୍କ ମୃତ୍ୟୁ ହୋଇଥିବା ସଂସ୍ଥା ପକ୍ଷରୁ ନିଶ୍ଚିତ କରାଯାଇଛି। ରୟଟର୍ସ ରିପୋର୍ଟ କରିଛି ଯେ ଆକ୍ରମଣରେ ତା’ର କଣ୍ଟ୍ରାକ୍ଟର ହୁସାମ ଅଲ ମସରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଫଟୋଗ୍ରାଫର ହାତେମ ଖାଲେଦ ଆହତ ହୋଇଛନ୍ତି।

ଦୀର୍ଘ ୨୨ ମାସ ହେଲାଣି ଇସ୍ରାଏଲ ଓ ହମାସ ମଧ୍ୟରେ ଗାଜା ପଟିରେ ଲଢ଼େଇ ଚାଲିଛି। ଇତି ମଧ୍ୟରେ ୧୯୨ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ସେଠାରେ ହୋଇ ସାରିଲାଣି। ତେବେ ରୁଷ ଓ ୟୁକ୍ରେନ ମଧ୍ୟରେ ସାଢ଼େ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ୧୮ ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି।

Israel Gaza
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe