Advertisment

ପୁଣି ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୨୭ ମୃତ

ଗାଜାର ଏକ ବିଦ୍ୟାଳୟ ଉପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି।

Israel-Gaza war A school in ruins after being targeted by Israeli airstrikes in Northern Gaza

Israel-Gaza war A school in ruins after being targeted by Israeli airstrikes in Northern Gaza

Advertisment

ଗାଜାର ଏକ ବିଦ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଏଥିରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହମାସ ସଂଗଠନର ସଦସ୍ୟ ହୋଇଥିବା ଦାବି କରିଛି ଇସ୍ରାଏଲ।

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହମାସ ସଂଗଠନ ସ୍କୁଲରେ କ୍ୟାମ୍ପ କରି ଲୁଚି ରହୁଥିଲା। ଯୁଦ୍ଧ ପାଇଁ ସେଠାରୁ ସାଧାରଣ ନାଗରିକଙ୍କୁ ବିସ୍ଥାପିତ କରାଯାଇ ଯୁଦ୍ଧ କ୍ୟାମ୍ପ କରାଯାଇଥିଲା। 

ଇସ୍ରାଏଲ୍ ଦାବି କରିଛି ଯେ, କେନ୍ଦ୍ରୀୟ ଗାଜାର ନୁସିରାତରେ ଥିବା ମିଳିତ ଜାତିସଂଘର ସ୍କୁଲରେ ହାମାସର ଏକ କମାଣ୍ଡ ପୋଷ୍ଟ ଅଛି। ଏହିଠାରୁ ହମାସ ପ୍ରଥମେ ଯୁଦ୍ଧ ଆରମ୍ଭ କରିଥିଲା। ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ କରା ଯାଇଥିବା ଆକ୍ରମଣରେ ହାମାସ ଗାଜାର ଏହି ସ୍କୁଲରେ ଯୁଦ୍ଧବିମାନ ରଖି ଯୁଦ୍ଧ ଆରମ୍ଭ କରିଥିଲା।

Advertisment

ଇସ୍ରାଏଲର ସୈନ୍ୟ ଆହୁରି କହିଛନ୍ତି, ଆକ୍ରମଣ ପୂର୍ବରୁ ସେଠାରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି। କିନ୍ତୁ ହମାସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

ହମାସ ପରିଚାଳିତ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟର ନିର୍ଦ୍ଦେଶକ ଇସମାଇଲ ଅଲ-ଥବାବା ଇସ୍ରାଏଲର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଇସ୍ରାଏଲ ପକ୍ଷରୁ କରାଯାଉଥିବା ଅମାନୁଷିକ କାର୍ଯ୍ୟାକୁ ଲୁଚାଇବା ପାଇଁ ଏପରି ମିଛ ଦାବି କରାଯାଉଛି। ଗାଜାରେ ନୀରିହ ଲୋକଙ୍କ ଜୀବନ ଯାଉଛି। 

Hamas Gaza Israel-Hamas War Israel Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe