Advertisment

ଇସ୍ରାଏଲ ଆକ୍ରମଣରେ ଦୋହଲିଲା ଲେବାନନ, ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି

ଖୋଜି ଖୋଜି ପ୍ରାୟ ୩ ଶହରୁ ଅଧିକ ହେଜବୁଲ୍ଲା କ୍ୟାମ୍ପକୁ ଇସ୍ରାଏଲ୍ ଟାର୍ଗେଟ୍ କରିଛି।

Isreal Attack

Isreal Attack

Advertisment

ଲେବାନନରେ ହେଜବୁଲ୍ଲା ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ ହୋଇଛି। ହେଜବୁଲ୍ଲା ହମଲାର ଦୃଢ଼ ଜବାବ ଦେଇଛି ଇସ୍ରାଏଲ୍। ପ୍ରଚଣ୍ଡ ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ୪୯୦ରୁ ଅଧିକ ଜୀବନ ଗଲାଣି। ଶହ ଶହ ଲୋକ ଆହତ ହୋଇଛନ୍ତି। ଲେବାନନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଖୋଜି ଖୋଜି ପ୍ରାୟ ୩ ଶହରୁ ଅଧିକ ହେଜବୁଲ୍ଲା କ୍ୟାମ୍ପକୁ ଇସ୍ରାଏଲ୍ ଟାର୍ଗେଟ୍ କରିଛି। ହେଜବୁଲ୍ଲା ପକ୍ଷରୁ ଘନ ଘନ ରକେଟ୍ ଓ ମିଜାଇଲ ମାଡ଼ରେ ଦୋହଲି ଯାଇଛି ଇସ୍ରାଏଲ। ଏମିତିକି ଲୋକମାନେ ଭୟରେ ମାଟି ତଳେ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି।

ରବିବାର ସକାଳେ ଉତ୍ତର ଇସ୍ରାଏଲର ଜେଜେବାଲ୍ ଘାଟି ଉପରେ ହଠାତ୍ ଆତଙ୍କୀ ସଂଗଠନ ହେଜବୁଲ୍ଲା ଅତର୍କିତ ଆକ୍ରମଣ କରିଥିଲା। ପାଖାପାଖି ୧୪୦ ରକେଟ୍, ମିଜାଇଲ୍ ଓ ଡ୍ରୋନ୍ ମାଡ଼ କରିଥିଲା। ତେବେ ଏହି ଆକ୍ରମଣର ଇସ୍ରାଏଲ ଭୟଙ୍କର ପାଲଟା ଜବାବ ଦେଇଛି। ଫଳରେ ଇସ୍ରାଏଲ୍-ଲେବାନନ୍ ଭିତରେ ଯୁଦ୍ଧ ଆଶଙ୍କା ବଢ଼ି ଯାଇଛି।

Advertisment

ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ୧୩୦ କିଲୋମିଟିର ସୀମା ରେଖା ରହିଛି। ହେଜବୁଲ୍ଲା ଆତଙ୍କୀ ଲେବାନନ ପଟୁ ଆକ୍ରମଣ କରୁଥିବାରୁ ଇସ୍ରାଏଲ୍ ଅଧିକ କ୍ଷୁବ୍ଧ ହୋଇଛି।

Lebanon Israel-Hezbollah Conflict Israel Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe