Advertisment

ଲେବନାନରେ ପଶିଲା ଇସ୍ରାଏଲ ସ୍ଥଳସେନା, ଆଖିବୁଜା ଆକ୍ରମଣ

ଇସ୍ରାଏଲ ସ୍ଥଳସେନା ବଡ଼ ବଡ଼ ଟ୍ୟାଙ୍କର ଧରି ଲେବନାନରେ ପଶିଛି। ହେଜବୁଲ୍ଲା ବିଭିନ୍ନ ଆଡ୍ଡା ଓ ବଙ୍କର ଏବଂ ଟନେଲ ଗୁଡିକୁ କରୁଛି ଟାର୍ଗେଟ୍‌।

Israel Lebanon War

Israel Lebanon War

Advertisment

ଲେବନାନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲାର ଠିକଣାଗୁଡିକୁ ଖୋଜି ଖୋଜି କରୁଛି ଟାର୍ଗେଟ୍‌। ଆକଶ ମାର୍ଗରୁ ରକେଟ୍‌ ମାଡ଼ ପରେ ଏବେ ଇସ୍ରାଏଲ ସ୍ଥଳସେନା ବଡ଼ ବଡ଼ ଟ୍ୟାଙ୍କର ଧରି ଲେବନାନରେ ପଶିଛି। ଲେବନାନ୍‌ରେ ପଶି ଗ୍ରାଉଣ୍ଟ ଅପରେସନ୍‌ ଆରମ୍ଭ କରିଛି ଆଇଡିଏଫ୍ (ଇସ୍ରାଏ ଡିଫେନ୍ସ ଫୋର୍ସ)।

Advertisment

ସୋମବାର ସକାଳେ ଇସ୍ରାଏଲ-ଲେବାନନ୍‌ ସୀମା ନିକଟସ୍ଥ ଲେବାନନ୍‌ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ୱତନ୍ତ୍ର ଅପରେସନ୍‌ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ହେଜବୁଲ୍ଲାର ଦକ୍ଷତାକୁ ମାପିବା ପାଇଁ ଇସ୍ରାଏଲ ସେନା‌ ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି। ହେଜବୁଲ୍ଲା ବିଭିନ୍ନ ଆଡ୍ଡା ଓ ବଙ୍କର ଏବଂ ଟନେଲ ଗୁଡିକରେ ପଶି ଖାନତଲାସି ଜାରି ରଖିଛି ଇସ୍ରାଏଲ ସେନା।

ଇସ୍ରାଏଲ୍ ସେନା କହିଛି ଯେ ଗୁଇନ୍ଦା ସୂଚନା ଆଧାରରେ ସେମାନେ ଦକ୍ଷିଣ ଲେବନାନ ଭିତରେ ହେଜବୁଲ୍ଳାର ଠିକଣା ଉପରେ ଟାର୍ଗେଟ୍‌ କରୁଛନ୍ତି। ଏହି ଟାର୍ଗେଟ୍‌ଗୁଡିକ ସୀମା ନିକଟରେ ଅବସ୍ଥିତ ଗ୍ରାମଗୁଡିକ ପାଖରେ ରହିଛି। ଯାହା ଇସ୍ରାଏଲ୍ ପାଇଁ ବିପଦ ବୋଲି ସେନା କହିଛି। ଇସ୍ରାଏଲ୍ ଟ୍ୟାଙ୍କ ଏବଂ ସୈନିକମାନେ ବାୟୁସେନା ସହିତ ଗ୍ରାଉଣ୍ଡ ଅପରେସନରେ ଜଡିତ ଥିବାବେଳେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାଉଣ୍ଡ ସପୋର୍ଟ ମଧ୍ୟ ଦିଆଯାଉଛି।

Advertisment

ସେନାର ଏହି ସ୍ୱତନ୍ତ୍ର ଅପରେସନ୍ ପାଇଁ ଇସ୍ରାଏଲ୍ ସରକାରଙ୍କ ଠାରୁ ରାଜନୈତିକ ମଞ୍ଜୁରୀ ମଧ୍ୟ ମିଳିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ୍‌ ଲେବାନନ୍‌ରେ ଇସ୍ରାଏଲ୍‌ ସ୍ଥଳ ସେନାର ଆକ୍ରମଣ ନେଇ ସଙ୍କେତ ଦେଇଛନ୍ତି।

୨୦୦୬ ପରେ ପ୍ରଥମଥର ପାଇଁ ଇସ୍ରାଏଲ ସେଣ୍ଟ୍ରାଲ ବେରୁଟ୍‌ ଉପରେ ଆକ୍ରମଣ କରିଛି। ହେଜବୁଲ୍ଲା ମଧ୍ୟ ଇସ୍ରାଏଲ ସ୍ଥଳ ସେନାର ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କହିଛି। ହେଜବୁଲ୍ଲାର ଉପ ମୁଖ୍ୟ ନଇମ କ୍ୱା‌ସେମ କହିଛନ୍ତି, ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ। ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ।

ଲେବନାନ୍‌ ଉପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍‌ର ଘାତକ ଆକ୍ରମଣରେ ମୃତ ହେଜବୁଲ୍ଲା ମୁଖ୍ୟ ହସନ୍‌ ନସ୍ରଲ୍ଲାର ମୃତଦେହ ଗତକାଲି ଉଦ୍ଧାର ହୋଇଥିବା ବେଳେ ହମାସ୍‌ର ଅନ୍ୟତମ ପ୍ରମୁଖ ନେତା ଅବୁ ଅଲ୍‌ ଆମିନ୍‌ ନିଜର ପରିବାର ସହ ନିହତ ହୋଇଛି।

Hezbollah Israel Lebanon War Israel Entered Lebanon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe