Advertisment

ଇସ୍ରାଏଲ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୧ ପାଲେଷ୍ଟିନୀୟ ମୃତ

ୱେଷ୍ଟ ବ୍ୟାଙ୍କ ନିକଟ ନାବଲୁସ ସହରରେ ରେଡ୍‌ ବେଳେ ଏପରି ଘଟଣା ଘଟିଛି। ଇସ୍ରାଏଲ ଓ ପ୍ରତିପକ୍ଷ ଗୋଷ୍ଠୀର ସଂଘର୍ଷରେ ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।

Israeli

Israeli

Advertisment

ଇସ୍ରାଏଲ ସୁରକ୍ଷାକର୍ମୀଙ୍କ ରେଡ୍‌ ବେଳେ ହୋଇଥିବା ଗୁଳିମାଡ଼ରେ ୧୧ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୪ ଜଣ ବନ୍ଧୁକଧାରୀ ଓ ୪ ଜଣ ସାଧାଣ ଲୋକ ରହିଛି। ଇସ୍ରାଏଲ ଦଖଲରେ ଥିବା ୱେଷ୍ଟ ବ୍ୟାଙ୍କ ନିକଟ ନାବଲୁସ ସହରରେ ରେଡ୍‌ ବେଳେ ଏପରି ଘଟଣା ଘଟିଛି। ଇସ୍ରାଏଲ ଓ ପ୍ରତିପକ୍ଷ ଗୋଷ୍ଠୀର ସଂଘର୍ଷରେ ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।

Advertisment

ଇସ୍ରାଏଲ ସେନା ପକ୍ଷରୁ ନାବଲୁସରେ ହୋଇଥିବା ଅପରେସନକୁ ନିଶ୍ଚିତ କରାଯାଇଛି। ସେନା କହିଛି ଯେ ଆକ୍ରମଣ ପାଇଁ ଯୋଜନା କରୁଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିଲା। ହେଲେ ଆତଙ୍କବାଦୀଙ୍କ ସମର୍ଥକମାନେ ଆକ୍ରମଣ କରିବାରୁ ପାଲଟା ଜବାବ ଦିଆଯାଇଥିଲା। ହେଲେ ଏହି ଆକ୍ରମଣରେ ଇସ୍ରାଏଲ ପକ୍ଷରୁ କେହି ବି ମୃତାହତ ହୋଇନାହାନ୍ତି। ଗାଜା ସୀମାନ୍ତରେ ମଧ୍ୟ ସଂଘର୍ଷ ଦେଖିବାକୁ ମିଳିଛି। 

ପାଲେଷ୍ଟିନୀୟ ମିଲିଟାଣ୍ଟ ଗ୍ରୁପ ଇସଲାମିକ ଜିହାଦ କହିଛି ଯେ ସଂଗଠନ ୨ ଜଣ ନାବଲୁସ କମାଣ୍ଡରଙ୍କୁ ଇସ୍ରାଏଲ ଟ୍ରୁପ୍ସ ଗୋଟିଏ ଘରେ ଘେରାବନ୍ଦୀ କରିଥିଲା। ଏହାକୁ ନେଇ ସଂଘର୍ଷ ହୋଇଥିଲା। ବିସ୍ଫୋରଣ ଘଟିବା ସହ ସ୍ଥାନୀୟ ଯୁବକମାନେ ପଥର ମାଡ଼ କରିଥିଲେ। ଇସ୍ରାଏଲ ଆକ୍ରମଣରେ ୨ ଜଣ ଇସଲାମିକ ଜିହାଦ କମାଣ୍ଡର ଓ ଆଉ ଜଣେ ଗନମ୍ୟାନ ପ୍ରାଣ ହରାଇଛି।

Advertisment

ଗୁଳିମାଡ଼ରେ ପ୍ରାଣ ହରାଇଥିବା ୪ ଜଣ ସାଧାରଣ ଲୋକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ୧୪ ବର୍ଷୀୟ ବାଳକ ରହିଛନ୍ତି। ଅତ୍ୟଧିକ ଧୂଆଁ ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ୬୬ ବର୍ଷୀୟ ପାଲେଷ୍ଟିନୀୟ ନାଗରିକ ମଧ୍ୟ ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ସେହିପରି ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ବିଗତ ଗୋଟିଏ ବର୍ଷ ହେଲାଣି ଇସ୍ରାଏଲ ପକ୍ଷରୁ ନାବଲୁସ ଓ ନିକଟସ୍ଥ ଜେନିନରେ ରେଡ କରାଯାଉଛି। ଏହାକୁ ନେଇ ଇସ୍ରାଏଲ ସୁରକ୍ଷାକର୍ମୀ ଓ ପାଲେଷ୍ଟିନୀୟମାନେ ମୁହାଁମୁହିଁ ହେଉଛନ୍ତି।

Israel Group Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe