Advertisment

କଫି, ବିସ୍କୁଟ ଖୁଆଇ ହମାସ କବଳରୁ ମୁକୁଳିଲେ ମହିଳା

ଇସ୍ରାଏଲର ଜଣେ ୬୫ ବର୍ଷୀୟା ମହିଳା ଏଭଳି କିଛି ଫଣ୍ଡା ଆପଣାଇ ଆତଙ୍କବାଦୀଙ୍କୁ ଚକ୍‌ମା ଦେଇଛନ୍ତି।

Israeli woman distracted Hamas

Israeli woman distracted Hamas

Advertisment

ଜାରି ରହିଛି ଜୋରଦାର ଯୁଦ୍ଧ। ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ କରିଚାଲିଛନ୍ତି ଆକ୍ରମଣ। ଏପରିକି ଇସ୍ରାଏଲର ଶତାଧିକ ଲୋକଙ୍କୁ ପଣବନ୍ଦୀ କରି ରଖିଛନ୍ତି ହମାସ ଆତଙ୍କୀ। ଏହି ଆତଙ୍କବାଦୀଙ୍କ କବଳୁ ମୁକୁଳିବା ପାଇଁ ଇସ୍ରାଏଲବାସୀ ଛଟପଟ ହେଉଛନ୍ତି। ଏହାରି ଭିତରେ ଜଣେ ୬୫ ବର୍ଷୀୟା ବୃଦ୍ଧା ନିଆରା ଫଣ୍ଡା ଆପଣାଇ ଏହି ହମାସ ଆତଙ୍କବାଦୀଙ୍କ କବଳରୁ ମୁକୁଳି ଯାଇଛନ୍ତି।

Advertisment

କଫି ଓ ବିସ୍କୁଟ ଖୁଆଇଲେ। ମନଭରି ଆତଙ୍କବାଦୀଙ୍କ ସହ ଗପସପ ହେଲେ। ଆତଙ୍କବାଦୀଙ୍କ ମନ ଭୁଲାଇ ଦେଲେ। ଶେଷରେ ତାଙ୍କ କବଳରୁ ମୁକୁଳି ଆସିଲେ। ହମାସ ଆତଙ୍କବାଦୀଙ୍କ କବଳରେ ଥିବା ଇସ୍ରାଏଲର ୬୫ ବର୍ଷୀୟା ରାଚେଲ ଏଡ୍ରି ଏଭଳି କିଛି ଫଣ୍ଡା ଆପଣାଇ ଆତଙ୍କବାଦୀଙ୍କୁ ଚକ୍‌ମା ଦେଇଛନ୍ତି।

ଅକ୍ଟୋବର ୭ ତାରିଖ ଦିନ ହମାସ୍‌ ଆତଙ୍କବାଦୀମାନେ ରାଚେଲ୍‌ ଓ ତାଙ୍କ ସ୍ୱାମୀ ଡେଭିଡ୍‌ଙ୍କୁ ପଣବନ୍ଦୀ କରି ନେଇଥିଲେ। ଏଡ୍ରିଙ୍କୁ ତାଙ୍କ ଘରେ ୫ଜଣ ହମାସ୍‌ ଆତଙ୍କବାଦୀ ବନ୍ଧୁକ ଦେଖାଇ ପ୍ରାୟ ୨୦ ଘଣ୍ଟା ପଣବନ୍ଦୀ କରି ରଖିଥିଲେ। ରିପୋର୍ଟ ଅନୁସାରେ, ଇସ୍ରାଏଲର ଉଦ୍ଧାରକାରୀ ସେନା ପହଞ୍ଚିବା ପର୍ଯ୍ୟନ୍ତ ସେ ଆତଙ୍କବାଦୀଙ୍କମୁ କଫି ଓ ‘କୁକିଜ୍‌’ ଖୁଆଇ ଥିଲେ। ଗପସପ କରି ଆତଙ୍କବାଦୀମାନଙ୍କ ମନଭୁଲାଇ ରଖିଥିଲେ। କେବଳ ସେତିକି ନୁହେଁ ଜଣେ ଆହତ ଆତଙ୍କବାଦୀଙ୍କ ହାତରେ ‌ଏଡ୍ରି ବ୍ୟାଣ୍ଡେଜ୍‌ ମଧ୍ୟ ବାନ୍ଧି ଦେଇଥିଲେ।

Advertisment
Israel lady meet Bidenଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଆତଙ୍କବାଦୀଙ୍କ କବଳରୁ ମୁକୁଳିଥିବା ମହିଳାଙ୍କୁ ଭେଟି ଆଲିଙ୍ଗନ କରିଛନ୍ତି।

ଡେଭିଡ୍‌ କହିଛନ୍ତି ଯେ, ଆତଙ୍କବାଦୀମାନେ ତାଙ୍କୁ ମାରଧର କରି ନ ଥିଲେ, କହିଥିଲେ ତୁମେମାନେ ‘ସହିଦ’ ହେବ। ସୁରକ୍ଷା ବଳ ପହଞ୍ଚିବା ପରେ ‘ପିନ୍‌’ ବାହାର କରି ସେମାନେ ରାଚେଲ୍‌ଙ୍କ ମୁଣ୍ଡ ଉପରେ ଗ‌ୋଟାଏ ‘ହ୍ୟାଣ୍ଡ୍‌ ଗ୍ରେନେଡ୍‌’ ରଖିଥିଲେ। ସୁରକ୍ଷାବଳଙ୍କ ସହିତ ମୁକାବିଲା କରିବା ବେଳେ ଆମକୁ ମାରି ଦେବେ ବୋଲି ଆତଙ୍କବାଦୀମାନେ ଧମକ ଦେଇଥିଲେ।

‘ଦ ନ୍ୟୁୟର୍କ ପୋଷ୍ଟ'ର ରିପୋର୍ଟ ଅନୁସାରେ ଏହି ୬୫ ବର୍ଷୀୟା ମହିଳାଙ୍କୁ ପୁଲିସରେ ଥିବା ତାଙ୍କ ପୁଅ ରକ୍ଷା କରିଛନ୍ତି। ଏଡ୍ରିଙ୍କ ଘରକୁ ବୋମା ଫିଙ୍ଗି ନଷ୍ଟ କରିଦେବେ ବୋଲି ପ୍ରଥମେ ସୁରକ୍ଷାବଳ ଚିନ୍ତା କରିଥିଲେ। କିନ୍ତୁ, ଏହା ଜଣେ ପୁଲିସ ଅଧିକାରୀଙ୍କ ଘର ବୋଲି କୁହାଯିବାରୁ ସେମାନେ ତାହା କରିନଥିଲେ। ଶେଷରେ ଇସ୍ରାଏଲ ସେନା ସେମାନଙ୍କ ଘର ଭିତରକୁ ଧଷେଇ ପଶିଥିଲେ। ଏହା ରାଚେଲ ଓ ଡେଭିଡଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଚତୁରତା ସହିତ ଆତଙ୍କବାଦୀଙ୍କ କବଳରୁ ମୁକୁଳିବା ପରେ ରାଚେଲ ଜଣେ ହିରୋ ଭାବରେ ଉଭା ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଚେଲଙ୍କୁ ଏତେ ପ୍ରଶଂସା କରିଥିଲେ ଯେ ସେ ଇସ୍ରାଏଲରେ ପହଞ୍ଚିବା ପରେ ତାଙ୍କୁ ଭେଟିଥିଲେ। ବୁଧବାର ଦିନ ଇସ୍ରାଏଲ୍‌ ଗସ୍ତ ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ହମାସ୍‌ ଆତଙ୍କବାଦୀମାନଙ୍କ କବଳରୁ ରକ୍ଷା ପାଇଯାଇଥିବା ଯେଉଁ କେତେ ଜଣଙ୍କୁ ଭେଟିଥିଲେ ସେମାନଙ୍କ ମଧ୍ୟରେ ରାଚେଲ୍‌ ଏଡ୍ରି ମଧ୍ୟ ଥିଲେ।

Israel Israel-Palestine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe