Advertisment

ଚାଲିଥିଲା ଅନ୍ତିମ ସଂସ୍କାର, ପଛପଟୁ ହେଲା ରକେଟ୍‌ ମାଡ଼

ବିସ୍ଫୋରଣର ଶବ୍ଦ ଶୁଣି ଶବ ସଂସ୍କାର କରିବାକୁ ଆସିଥିବା ଲୋକେ ଭୟରେ ଥରି ଉଠିଥିଲେ।

funeral rockets explode

funeral rockets explode

Advertisment

ଚାଲିଥିଲା ଅନ୍ତିମ ସଂସ୍କାର। ପରିବାର ଓ ବନ୍ଧୁବାନ୍ଧବ ମିଶି ଶବ ସଂସ୍କାର କରିବା ପାଇଁ ହୋଇଥିଲେ ଏକାଠି। ଠିକ୍‌ ଏତିକି ବେଳେ ପଛପଟୁ ହେଲା ଘନ ଘନ ରକେଟ୍‌ ମାଡ଼। କେହି କିଛି ବୁଝିବା ପୂର୍ବରୁ ରକେଟ୍‌ ମାଡ଼ରେ ଥରି ଉଠିଥିଲା ପୂରା ଶ୍ମଶାନ।

Advertisment

ଶ୍ମଶାନରେ କିଛି ଲୋକେ ଅନ୍ତିମ ସଂସ୍କାର କରିବା ପାଇଁ ଏକାଠି ହୋଇଥିଲେ। ଏହି ସମୟରେ କିଛି ଦୂରରେ ଏକ ରକେଟ୍‌ ମାଡ଼ ହୋଇଥିଲା। ବିସ୍ଫୋରଣର ଶବ୍ଦ ଶୁଣି ଶବ ସଂସ୍କାର କରିବାକୁ ଆସିଥିବା ଲୋକେ ଭୟରେ ଥରି ଉଠିଥିଲେ। ଯିଏ ଯେଉଁଠି ଥିଲେ ସେହି ସ୍ଥାନରେ ହିଁ ତଳେ ବସି ପଡ଼ିଥିଲେ। ଏଥିସହ ଆଉ କିଛି ଲୋକେ ଭୟରେ ଏଣେ ତେଣେ ଦୌଡ଼ି ପଳାଇଥିଲେ ଓ ହୋହଲ୍ଲା କରିଥିଲେ। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଇସ୍ରାଏଲର ଏକ ଶ୍ମଶାନ ଭିତରୁ, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲରେ ହିଂସାର ଭୟାନକ ପରିସ୍ଥିତିକୁ ବଖାଣୁଥିବା ଏହା କେବଳ ଗୋଟିଏ ଘଟଣା ନୁହେଁ, ଶନିବାର ହମାସର ଇସ୍ରାଏଲ ଉପେର ଆକ୍ରମଣ ପରେ ସବୁ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି।

ଆଜିକାଲି ଇସ୍ରାଏଲେର ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ସାଧାରଣ କଥା ହୋଇଗଲାଣି। କେଉଁଠି କେତେବେଳେ ଆଉ କେଉଁ ମୁହୂର୍ତ୍ତର ରକେଟ୍‌ ମାଡ଼ ହେବ ତାହା କହିବା ମୁସକିଲ। କାରଣ ଇସ୍ରାଏଲ୍ ଏବଂ ହମାସ ପରସ୍ପରର ଉପରକୁ ଆକ୍ରମଣ କରି ଟାର୍ଗେଟ କରୁଛନ୍ତି। ଏହି ଆକ୍ରମଣରେ ପ୍ରାୟ ୧୬୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।

Advertisment

Israel Israel Declares War Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe