Advertisment

Pakistan: ଭାରତକୁ ନେଇ ଇସ୍ରାଏଲର ଷଡ଼ଭୁଜ ଯୋଜନା, ଛାନିଆ ହେଲା ପାକିସ୍ତାନ

ମେଣ୍ଟକୁ ପାକିସ୍ତାନ ଧର୍ମର ରଙ୍ଗ ଦେଇଛି। ଏହାର ନିନ୍ଦା କରି ପ୍ରସ୍ତାବିତ ମେଣ୍ଟକୁ ପାକିସ୍ତାନ ମୁସଲିମ ବିରୋଧୀ ଉମ୍ମାହ ମେଣ୍ଟ ଭାବେ ଚିତ୍ରିତ କରିଛି। ନେତାନ୍ୟାହୁ ଷଡ଼ଭୁଜ ମେଣ୍ଟରେ ଇସ୍ରାଏଲ, ଭାରତ, ଗ୍ରୀସ୍, ସାଇପ୍ରସ ଓ ଆରବ, ଆଫ୍ରିକୀୟ ତଥା ଏସୀୟ ଦେଶକୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି।

Pakistan

ପାକିସ୍ତାନ ପ୍ରଧାନମନ୍ତ୍ରୀ

Advertisment

ମଧ୍ୟପୂର୍ବ(ପଶ୍ଚିମ ଏସିଆ)ରେ ସକ୍ରିୟ କଟ୍ଟରପନ୍ଥୀ ଶକ୍ତିଗୁଡ଼ିକ ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ିଛି ଇସ୍ରାଏଲ। ଏଥିପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତକୁ ନେଇ ଗୋଟିଏ ଷଡ଼ଭୁଜ ମେଣ୍ଟ ବା ହେକ୍ସାଗନ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ୨ ଦିନିଆ ଇସ୍ରାଏଲ ଗସ୍ତ ଆରମ୍ଭ କରିଥିବା ବେଳେ ନେତାନ୍ୟାହୁଙ୍କ ଷଡ଼ଭୁଜ ମେଣ୍ଟ ପ୍ରସ୍ତାବ ପାକିସ୍ତାନ(Pakistan)କୁ ଛାନିଆ କରିଛି।

Advertisment

ଖାସ ଏଥିପାଇଁ ପ୍ରସ୍ତାବିତ ମେଣ୍ଟକୁ ପାକିସ୍ତାନ ଧର୍ମର ରଙ୍ଗ ଦେଇଛି। ଏହାର ନିନ୍ଦା କରି ପ୍ରସ୍ତାବିତ ମେଣ୍ଟକୁ ପାକିସ୍ତାନ ମୁସଲିମ ବିରୋଧୀ ଉମ୍ମାହ ମେଣ୍ଟ ଭାବେ ଚିତ୍ରିତ କରିଛି। ବେଞ୍ଜାମିନ୍ ନେତାନ୍ୟାହୁ ଷଡ଼ଭୁଜ ମେଣ୍ଟରେ ଇସ୍ରାଏଲ, ଭାରତ, ଗ୍ରୀସ୍, ସାଇପ୍ରସ ଓ କିଛି ଆରବ ଦେଶ, ଆଫ୍ରିକୀୟ ତଥା ଏସୀୟ ଦେଶମାନଙ୍କୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି।

ନେତାନ୍ୟାହୁ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ସିଆ ଓ ଉଦୀୟମାନ ମୌଳବାଦୀ ସୁନ୍ନି ବିରୋଧରେ ସମାନ ଦୃଷ୍ଟିକୋଣ ଥିବା ଦେଶଗୁଡ଼ିକର ଏକ ମେଣ୍ଟ ସୃଷ୍ଟି କରିବା। ନେତାନ୍ୟାହୁଙ୍କ ପ୍ରସ୍ତାବିତ ମେଣ୍ଟ କେବଳ ପ୍ରତୀକାତ୍ମକ ନୁହେଁ। ତେଲ ଅଭିଭିର ଏପରି ଉଦ୍ୟମକ ବିଶ୍ୱର ଗୋଟିଏ ଭାଗରେ ଇସ୍ରାଏଲକୁ ବିଚ୍ଛିନ୍ନ କରିବା ସମେତ ଏକ ବୃହତ କୂଟନୈତିକ ଓ ସୁରକ୍ଷା ଗୋଷ୍ଠୀ ଗଠନ ପ୍ରୟାସକୁ ପ୍ରତିଫଳିତ କରୁଛି।

Advertisment

ତେବେ ପ୍ରସ୍ତାବିତ ହେକ୍ସାଗନ ଅଫ ଆଲିଆନ୍ସକୁ ପାକିସ୍ତାନ ସଂସଦର ଉଚ୍ଚ ସଦନ ବିରୋଧ କରିଛି। ଏହାକୁ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ଶାନ୍ତି ଏବଂ ସ୍ଥିରତା ପାଇଁ ବିପଦ ବୋଲି କହିଛି। ଏଥିସହ ଉଚ୍ଚ ସଦନରେ ପାକିସ୍ତାନ ପକ୍ଷରୁ ଗୋଟିଏ ସଂକଳ୍ପ ପାରିତ କରାଯାଇଛି। ଏହି ସଂକଳ୍ପରେ କୁହାଯାଇଛି ଯେ ରାଜନୀତିକ ଓ ବୈଚାରିକ ଆଧାର ଉପରେ ମୁସଲିମ ଉମ୍ମାହର ଏକତା ଓ ଅଖଣ୍ଡତାକୁ ଦୁର୍ବଳ କରିବା ଦିଗରେ ଇସ୍ରାଏଲକୁ କବଜା କରିଥିବା ଶକ୍ତି ନିଜର ଘୃଣ୍ୟ ପ୍ରକୃତିକୁ ଏହା ଦର୍ଶାଉଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରର ଅଂଶବିଶେଷ ଥିବା ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ଜଣେ ନେତା ଇସ୍ରାଏଲ ନେତୃତ୍ୱ ଦ୍ୱାରା ଆଞ୍ଚଳିକ ଓ ଅନ୍ତର୍ଜାତୀୟ ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଥିବା ଲଗାତର ଉସକାଇବା ଭଳି ବୟାନ ଓ ପଦକ୍ଷେକୁ ନିନ୍ଦା କରିଛନ୍ତି। ଏବେ ମୁସଲିମ ଦେଶଗୁଡ଼ିକ ବିରୋଧରେ ଇସ୍ରାଏଲ ମେଣ୍ଟ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେ କହିଛନ୍ତି। 

Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe