Advertisment

ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଳା ଚିଫ୍‌ ମୃତ!

ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ଲେବନାନର ରାଜଧାନୀ ବେରୁଟରେ ଗୋଟିଏ ପରେ ଗୋଟିଏ ଏୟାରଷ୍ଟ୍ରାଇକ୍‌ କରିଥିଲା। ବେରୁଟର ଦେହିଦରେ କରାଯାଇଥିବା ଏହି ଆକ୍ରମଣରେ ୬ ଟି କୋଠାକୁ ଟାର୍ଗେଟ କରାଯାଇଥିଲା।

ଅଦ୍ୟତନ ହୋଇଛି
Hezbollah Chief

Hezbollah Chief

Advertisment

ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଲଢ଼େଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଫଳରେ ଲେବାନନର ସାଧାରଣ ଲୋକମାନଙ୍କୁ ଏହାର ମୂଲ୍ୟ ଦେଉଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟରେ ଗୋଟିଏ ପରେ ଗୋଟିଏ ଏୟାରଷ୍ଟ୍ରାଇକ୍‌ କରିଥିଲା। UNGC ରେ ନେତାନ୍ୟାହୁଙ୍କ ଭାଷଣ ପରେ ଏହି ଆକ୍ରମଣ ହୋଇଥିଲା। 

Advertisment

ଇସ୍ରାଏଲ ଆକ୍ରମଣରେ ଥରିଲା ବେରୁଟ। ଲେବାନନର ରାଜଧାନୀ ବେରୁଟରେ ହେଜ୍‌ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ହେଜ୍‌ବୁଲ୍ଲାର ହେଡ ଅଫିସ୍‌କୁ ଟାର୍ଗେଟ୍ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏଥିରେ ହେଜ୍‌ବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାହଙ୍କୁ ମୃତ୍ୟ ହୋଇଥିବା କୁହାଯାଇଛି। ରିପୋର୍ଟରେ ଦାବି କରାଯାଉଛି ଯେ ବିସ୍ଫୋରଣ ବେଳେ ନସରଲ୍ଲାହ ମୁଖ୍ୟାଳୟରେ ଉପସ୍ଥିତ ଥିଲା । ତେବେ ଏହି ଖବର ସତ୍ୟତା ସ୍ପଷ୍ଟ ହୋଇ ନାହିଁ ।  

ବେରୁଟର ଦେହିଦରେ କରାଯାଇଥିବା ଏହି ଆକ୍ରମଣରେ ୬ ଟି କୋଠାକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ଅନେକ ହେଜବୁଲ୍ଳା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଏହି ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ହାସନ ନାସରଲ୍ଲାହ ମଧ୍ୟ ନିହତ ହୋଇଥିବା କୁହାଯାଉଛି। ତେବେ ଏନେଇ ଇସ୍ରାଏଲ ତରଫରୁ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ। 

Advertisment

ଲେବାନନ୍ ସଶସ୍ତ୍ର ଗୋଷ୍ଠୀର ନିକଟ ସୂତ୍ର ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ କହିଛି ଯେ ଶୁକ୍ରବାର ସନ୍ଧ୍ୟାରେ ବେରୁଟର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ୍ ଆକ୍ରମଣ ପରେ ହେଜବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାହଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତାଙ୍କ ସହ ଯୋଗାଯୋଗ କରାଯାଇପାରିବ ନାହିଁ।

ହେଜବୁଲ୍ଲା କହିଛି, ଆକ୍ରମଣ ପରେ ହାସନ ନାସରଲ୍ଲାହ ଭଲ ଅଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ବିଶ୍ୱାସ କରାଯାଏ, କାରଣ ୬ଟି ବିଲ୍ଡିଂର ବର୍ଜ୍ୟବସ୍ତୁ ଏବେବି ଖୋଜା ଚାଲିଛି। ପ୍ରାରମ୍ଭିକ ବିସ୍ଫୋରଣ ପରେ ଇସ୍ରାଏଲ ଦକ୍ଷିଣ ଉପକଣ୍ଠର ଅନ୍ୟ ଅଞ୍ଚଳ ଉପରେ ଅନେକ ଆକ୍ରମଣ କରିଥିଲା।

ଇସ୍ରାଏଲ ସେନା ଦାବି କରିଛି, ଆକ୍ରମଣରେ ହେଜ୍‌ବୁଲ୍ଲାର କ୍ଷେପଣାସ୍ତ୍ର ୟୁନିଟର କମାଣ୍ଡର ମହମ୍ମଦ ଅଲ୍ଲି ଇସମାଇଲର ମୃତ୍ୟୁ ହୋଇଛି।

ସେପଟେ ହେଜବୁଲ୍ଲା ମୁଖ୍ୟାଳୟ ଉପରେ ହୋଇଥିବା ଏହି ଆକ୍ରମଣର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମିଳିତ ଜାତିସଂଘକୁ କହିଥିଲେ ଯେ ଲେବନାନ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ବିରୋଧରେ ଅଭିଯାନ ଜାରି ରହିବ।

Israel-Hezbollah War Israel Attack On Beirut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe